ଭୁବନେଶ୍ୱର: ପୁଣି ଏକ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ନା’ କରିଛନ୍ତି । ଗୋଟିଏ ପଟେ ବାରମ୍ବାର କେନ୍ଦ୍ରୀୟ ଅବହେଳାର ନାରା ଦେଉଛନ୍ତି ରାଜ୍ୟ ସରକାର । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଯୋଜନାକୁ ପ୍ରତ୍ୟାଖାନ କରୁଛନ୍ତି । କେନ୍ଦ୍ରୀୟ ଅବହେଳା ନାଁରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉ ନାହାନ୍ତି ତ ସରକାର ? ନିଜ ଭୋଟ ବ୍ୟାଙ୍କ ପ୍ରଭାବିତ ହେବା ଆଶଙ୍କାରେ ଭୟଭୀତ କି ଶାସକ ଦଳ ? ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ଅମଙ୍ଗ ହେବା ପରେ ଉଠିଛି କିଛି ଏଇଭଳି ପ୍ରଶ୍ନ ।
କହିଛନ୍ତି କେନ୍ଦ୍ର ସରକାର ଯୋଜନା ଆଗତ କରିବା ପୂର୍ବରୁ ରାଜ୍ୟ ମାନଙ୍କ ସହ କୌଣସି ଆଲୋଚନା ନ କରିବା ଏକ ଦୁର୍ଭାଗ୍ୟଜନକ କଥା ବୋଲି କହିଛନ୍ତି ରାଜ୍ୟର କୃଷି ମନ୍ତ୍ରୀ ଶଶି ବେହେରା । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ନିବେଦନ ପରେ ବି ରାଜ୍ୟ ସରକାର ଆୟୁଷ୍ମାନ ଯୋଜନାକୁ ଗ୍ରହଣ କରିବାକୁ ସିଧାସିଧା ମନା କରିଦେଇଥିଲେ ।
ଆଉ ରାଜ୍ୟ ଋଣ ଭାରରେ ବୁଡୁଥିବା ବେଳେ କେନ୍ଦ୍ର ସରକାରଙ୍କ ଯୋଜନାକୁ ଟାର୍ଗେଟ କରି ରାଜ୍ୟ ସରକାର ଆଣିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟ ଉପରେ ଜୋରଦାର ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସରକାର ଗରିବ ଜନସଧାରଣମାନଙ୍କ ମଙ୍ଗଳ ପାଇଁ ଯୋଜନା ପ୍ରଣୟନ କରିବା କଣ ଭୁଲ କି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।
ସେହିଭଳି ବାରମ୍ବାର କେନ୍ଦ୍ରୀୟ ଅବହେଳା କଥା କହୁଥିବା ଶାସକ ଦଳ କେନ୍ଦ୍ର ସରକାରଙ୍କ ଯୋଜନାକୁ ଗ୍ରହଣ ନ କରି ଓଡିଶା ବିକାଶରେ ବାଧା ସୃଷ୍ଟି କରୁଥିବା କଥା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେପଟେ କେନ୍ଦ୍ର-ରାଜ୍ୟ କଳି ଭିତରୁ ନିଜ ଫାଇଦା ହାତେଇବାକୁ ଚେଷ୍ଟା କରିଛି କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ଆଣିଥିବା ଯୋଜନା କେବଳ ନିର୍ବାଚନ ପ୍ରଚାର ପାଇଁ ବୋଲି କହିଛନ୍ତି କଂଗ୍ରେସ ନେତା ତାରା ବାହୀନି ପତି ।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ଚୟନ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଚଳିତ ମାସ 25 ତାରିଖ ସୁଦ୍ଧା ସାରିବାକୁ ଗାଇଡ୍ ଲାଇନସରେ ଇଲ୍ଲେଖ କରାଯାଇଛି । ସେହିଭଳି ମଧ୍ୟ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର କୃଷି ବିଭାଗ ପକ୍ଷରୁ ଏ ନେଇ ଚିଠି ଲେଖାଯାଇଛି । ଅନ୍ୟପଟେ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସହଯୋଗ କରିବା ପାଇଁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ।
ଅର୍ଗସ ବ୍ୟୁରୋ : ମିଜୋରାମରେ ବଦଳିଲା ସରକାର । ପରାସ୍ତ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ମଜୋରାମ ବିଧାନସଭା ନିର୍ବାଚନ ପାଇଁ ମତ ଗଣନା ସରିଛି । ଏବଂ ଏହାସହ ଗାଦିଚ୍ୟୁତ ହୋଇଛି ଏମଏନଏଫ୍ । ୪୦ ଆସନ ବିଶିଷ୍ଟ ବିଧାନସଭାର ୨୭ ଟି ଆସନ କବ୍ଜା କରିଛି ଜୋରାମ ପିପୁଲ୍ସ ମୁଭମେଣ୍ଟ । ସବୁଠାରୁ ବଡ଼ କଥା କ୍ଷମତାରେ ଥିବା ଏମଏନଏଫ ୧୧ ଜଣ ମନ୍ତ୍ରୀଙ୍କୁ ଟିକେଟ ମିଳିଥିଲା । ଏମାନଙ୍କ ମଧ୍ୟରୁ ୯ ଜଣ ପରାସ୍ତ ହୋଇଛନ୍ତି । ଏମଏନଏଫକୁ କେବଳ ୧୦ଟି ଆସନ ମିଳିଛି । \
ଅଧିକ ପଢନ୍ତୁ ଭାରତ ଖବର
ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଏମଏନଏଫର ମୁଖିଆ ଜୋରମଥାଂଗା ନିଜ ସିଟ ମଧ୍ୟ ବଞ୍ଚାଇ ପାରି ନାହାନ୍ତି । ଆଇଜୋଲ ଆସନରୁ ZPMର ଲାଲଥାନସାଂଗାଙ୍କ ଠାରୁ ୨,୧୦୧ ଭୋଟରେ ପରାସ୍ତ ହୋଇଛନ୍ତି ଜୋରାମଥାଂଗା । ଲାଲଥାନସାଂଗାଙ୍କୁ ୧୦,୭୨୭ ଖଣ୍ଡ ଭୋଟ ମିଳିଥିବା ବେଳେ ଜୋରାମଥାଂଗାଙ୍କୁ ୮୬୨୬ ଖଣ୍ଡ ଭୋଟ ମିଳିଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ମଧ୍ୟ ପରାଜିତ ହୋଇଛନ୍ତି ।
ସେହିପରି ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ୧୩୫ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି । ରାଜ୍ୟରେ ବିଜେପିକୁ ୨ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଛି । ତେବେ ZPM କ୍ଷମତା ଦଖଲ କରିଥିବାରୁ ଲାଲଦୁହୋମା ମୁଖ୍ୟମନ୍ତ୍ରୀ ହେବେ । ସେ ସେରଚ୍ଚିପ ଆସନରୁ ବିଜୀ ହୋଇଛନ୍ତି । ଲାଲଦୁହୋମା ୨୯୮୨ ଖଣ୍ଡ ଭୋଟରେ ଏମଏନଏଫ ପ୍ରାର୍ଥୀଙ୍କୁ ହରାଇଛନ୍ତି । ଲାଲଦୁହୋମା ବିଜୟ ପରେ କହିଛନ୍ତି, ମୁଁ ଆଦୌ ଆଶ୍ଚର୍ଯ୍ୟ ନୁହେଁ । ଏଠାରେ ଏହା ହିଁ ରେଜଲ୍ଟ ହେବାର ଥିଲା । ଏବେ ଲୋକଙ୍କ ସ୍ୱପ୍ନକୁ ପୂରଣ କରାଯିବ ।
ଅର୍ଗସ ବ୍ୟୁରୋ : ରାତି ପାହିଲେ ପଢୁଆଁ ଅଷ୍ଟମୀ । ପଢୁଆଁ ହେବେ ମହାପ୍ରଭୁ । ଏଥିପାଇଁ ଭକ୍ତିମୟ ପରିବେଶରେ ପୁରି ଉଠିଛି ଶ୍ରୀକ୍ଷେତ୍ର । ନିଆଳି ମାଧବାନନ୍ଦ ମନ୍ଦିରରୁ ଆସିଛି ମହାପ୍ରଭୁଙ୍କ ପାଇଁ ପ୍ରଥମାଷ୍ଟମୀ ଭାର । ମାର୍ଗଶୀର ମାସ କୂଷ୍ଣ ପକ୍ଷ ଅଷ୍ଟମୀ ତିଥିରେ କାଳିଆ ଦିଅଁ ହେବେ ପୋଢୁଆଁ । ମହାପ୍ରଭୁ ପିନ୍ଧିବେ ନୂଆ ବସ୍ତ୍ର, ଲାଗି ହେବ ସୂତନ୍ତ୍ର ଭୋଗ । ଯାହା ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ।
ଯାହାକୁ ନେଇ ପୁରୀ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ତେବେ ଶ୍ରୀମନ୍ଦିର ସତ୍ୟଲିପି ଓ ଇତିହାସରେ ମହାପ୍ରଭୁଙ୍କର ସେଭଳି କିଛି ମାମୁଁ ଘର ନଥିବା କୁହାଯାଉଥିଲେ ମଧ୍ୟ ଶ୍ରଦ୍ଧା ଓ ବିଶ୍ୱାସର ସହିତ ଗତ କିଛିବର୍ଷ ହେଲା ପ୍ରଥମାଅଷ୍ଟମୀ ଭାର ଆସୁଅଛି । ନିଆଳି ମାଧବନନ୍ଦ ଜୀଉ ମନ୍ଦିର ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କୁ ମାମୁଁ ଘର ବୋଲି ଦାବୀ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଳି ମାଧବ ମନ୍ଦିରରରୁ ଆସିଥିବା ପଢୁଆଁ ବସ୍ତ୍ର ଓ ଭାରକୁ ଦାନ ହିସାବରେ ଗ୍ରହଣ କରାଯାଇଛି । ପ୍ରାଚୀ ନଦୀ ତଟରେ ଥିବା ନିଆଳି ମାଧବ ମନ୍ଦିରରୁ ଭଜନ ଜଣାଣ ଓ ସଂକୀର୍ତ୍ତନ ମାଧ୍ୟମରେ ବିଶାଳ ପଦଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚବି ପରେ ବଡଦାଣ୍ଡ ଦେଇ ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଥିଲା ।
ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘରକୁ ନେଇ ପ୍ରତିବର୍ଷ ଏହି ଭାର ଯୋଗୁଁ ବିଭିନ୍ନ ସମୟରେ ବିବାଦ ଉପୁଜୁଥିବା ବେଳେ, ପ୍ରକୃତ ତଥ୍ୟ ଉନ୍ମୋଚନ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି । ସେପଟେ ଏହି ବିଷୟରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ କୌଣସି ତଥ୍ୟ ନଥିବାବେଳେ ଏହାକୁ ବିଶ୍ଳେଷଣ କରାଯାଇ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗୋଟିଏ ପଟେ ଅସ୍ଥା ଓ ବିଶ୍ୱାସ, ଅନ୍ୟପଟେ ପରମ୍ପରା ଓ ଶାସ୍ତ୍ରୀୟ ମତରେ ଛନ୍ଦୀ ହୋଇଛି ମହାପ୍ରଭୁଙ୍କ ପଢୁଆଁ ଅଷ୍ଟମୀ ଭାର ।