ଓଡ଼ିଶାର ଐତିହ୍ୟ, ସଂସ୍କୃତି, ପରମ୍ପରାକୁ ଲୋକଙ୍କ ମଧ୍ୟରେ ବିଚ୍ୟୁତ କରିବାକୁ ଓଡ଼ିଶା ପର୍ବ ପାଳନ କରାଯାଉଛି
ବିଜେପି ଟିକଟ୍ ମିଳିବା ପରେ ଧୋକା ଦେଲେ ପ୍ରାର୍ଥୀ, ନବୀନ ନିବାସ ଯାଇ ବିଜେଡିରେ ସାମିଲ

ଭୁବନେଶ୍ୱର: ବିଜେପିରୁ ଟିକେଟ୍ ମିଳିବା ପରେ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଆନନ୍ଦପୁର ବିଧାୟକ ପ୍ରାର୍ଥୀ । ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକଟ ଦେବା ପରେ ଧୋକା ଦେଇ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଆନନ୍ଦପୁରର ବିଧାୟକ ପ୍ରାର୍ଥୀ ଭାଗିରଥୀ ସେଠୀ ଆଜି ନବୀନ ନିବାସ ଯାଇ ବିଜେଡିରେ ସାମିଲ ହୋଇଛନ୍ତି ।
ନବୀନ ନିବାସରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେପି ତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଏଭଳି ବିଶ୍ୱାସଘାତକତା କରିଛନ୍ତି ଭାଗିରଥୀ ।
ସୂଚନାଯୋଗ୍ୟ, ଭାଗିରଥୀ ୨୦୦୯ରୁ ୨୦୧୪ ଯାଏ ବିଜେଡ଼ି ବିଧାୟକ ଥିଲେ । କିନ୍ତୁ ୨୦୧୪ରେ ଟିକେଟ୍ ନ ପାଇବା ପରେ ସେ ଦଳ ଛାଡ଼ିଥିଲେ । ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ ।
Download Argus News App
