ଭୁବନେଶ୍ୱର: ଛତ୍ରପୁର ପୂର୍ବତନ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ତାଙ୍କୁ ପୋଲିସର ନୋଟିସ ଘଟଣାରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର । ସେ ଏଯାଏଁ କୌଣସି ନୋଟିସ ପାଇନଥିବା କହିଛନ୍ତି । କୌଣସି ପୋଲିସ ମଧ୍ୟ ତାଙ୍କ ସହ ଯୋଗାଯୋଗ କରିନାହାନ୍ତି । ଏନେଇ ସେ ଗଣମାଧ୍ୟମରୁ ଖବର ପାଇଥିବା କହିଛନ୍ତି ।
ସୂଚନାଯୋଗ୍ୟ, ଛତ୍ରପୁର ପୂର୍ବତନ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ ଜାରି କରାଯାଇଛି । ଚାର୍ଜସିଟ୍ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ତାଙ୍କୁ ପୂର୍ବରୁ ପୁଲିସ ନୋଟିସ କରାଯାଇନଥିଲା । ରାଜ୍ୟ ସରକାର ରାଜନୈତିକ ଉଦେଶ୍ୟ ରଖି ଏଭଳି କରାଇଥିବା ସେ କହିଛନ୍ତି ।
My Statement on Media Reports of Notice issued in 2017 Laxmidutta Pradhan Murder Case:@JagiPanda @ManoranjanMedia @bhaktatripathy @Siba_TNIE @SujitBisoyiTOI @geminianguddu @debendraprusty @SagarSpeaksNews @dpradhanbjp @AmitShah @DasNavin2615 @debabrata2008 @DebabrataTOI pic.twitter.com/Q7vd1lF2Ab
— Bhrugu Baxipatra (@BhruguBJP) January 30, 2019
ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ଓଡିଶା ପୁଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି । ଫେବୃଆରୀ ୭ ତାରିଖରେ ଗୋଲକ ମହାପାତ୍ର ଓ ୯ ତାରିଖରେ ଭୃଗୁ ବକ୍ସିପାତ୍ରଙ୍କୁ ଛତ୍ରପୁର ଥାନାରେ ହାଜର ହେବାକୁ ନୋଟିସ ହୋଇଥିବା ଜଣାପଡିଛି । ୨୦୧୭ ମସିହା ସେପ୍ଟେମ୍ବର ୧୬ ତାରିଖରେ ଲକ୍ଷ୍ମୀଦତଙ୍କୁ ମିଳିତ ଆକ୍ରମଣ କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୂର୍ବରୁ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ନୋଟିସ କରିଥିଲା ।