ଭୁବନେଶ୍ୱର: ନାମାଙ୍କନ ପତ୍ର ଦାଖଲ କଲେ ପିତାମ୍ବର ଆଚାର୍ଯ୍ୟ । ଆଜି ଧର୍ମେନ୍ଦ୍ର ପ୍ରଧାନ ଓ ଦାମ ରାଉତଙ୍କ ଉପସ୍ଥିତିରେ ଛତ୍ରପୁର ଉପଜିଲ୍ଲାପାଙ୍କ କାର୍ଯ୍ୟାଳୟରେ ସେ ନିଜର ପ୍ରାର୍ଥୀପତ୍ର ଫାଇଲ କରିଛନ୍ତି । ହିଞ୍ଜିଳିକାଟୁ ବିଧାନସଭା ଆସନରେ ନବୀନଙ୍କୁ ଟକ୍କର ଦେବେ ବିଜେପି ମୁଖପାତ୍ର ପିତାମ୍ୱର ଆଚାର୍ଯ୍ୟ । ଏକ ବିରାଟ ପଟୁଆରରେ ଆସି ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ବିଜେପି ପକ୍ଷରୁ ହିଞ୍ଜିଳିରୁ ପିତାମ୍ବର ଆଚାର୍ଯ୍ୟଙ୍କ ପ୍ରାର୍ଥୀ କରାଯାଇଥିଲା । ପୂର୍ବରୁ କଟକ ଲୋକସଭା ଆସନ ପାଇଁ ସେ ଆଶାୟୀ ପ୍ରାର୍ଥୀ ଥିଲେ । କିନ୍ତୁ କଟକରୁ ପ୍ରକାଶ ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଥିଲା । ସେହିପରି ପିତାମ୍ବରକୁ ରାଜ୍ୟର ଉପସଭାପତି କରାଯାଇଥିଲା । ଏହାପରେ ଗତକାଲି ତାଙ୍କୁ ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ କରାଯାଇଥିଲା ।
ସୂଚନାଯୋଗ୍ୟ, ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡି ଜନ୍ମ ନେବା ପରଠାରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ଲଗାତାର ୪ଥର ଲଢ଼ି ବିଜୟ ତିଳକ ପିନ୍ଧି ଆସୁଛନ୍ତି ନବୀନ । କିନ୍ତୁ ବିଜେପିର ଲୋକପ୍ରିୟତା ବୃଦ୍ଧି ସହ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଜନଅସନ୍ତୋଷ ବଢୁଥିବାରୁ ହିଞ୍ଜିଳି ସହ ବିଜେପୁରରୁ ମଧ୍ୟ ଲଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ପିତାମ୍ବର ଆଚାର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ପ୍ରାର୍ଥୀ କରି କଡା ଟକ୍କର ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ ।
ଭୁବନେଶ୍ୱର: ଦ୍ବିତୀୟ ଦିନରେ ଆରମ୍ଭରୁ ଗୃହରେ ତାତି। ରାଜ୍ୟରେ ଭୁଶୁଡ଼ିଥିବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ବିଜେପି ବିଧାୟକଙ୍କ ହୋ-ହଲ୍ଲା ଫଳରେ ଚାଲିପାରିଲାନି ଗୃହ।
ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗରେ ୱେଲ୍ କୁ ଯାଇ ବିଜେପି ବିଧାୟକଙ୍କ ନାରାବାଜି ଭିତରେ ଗୃହ ଚାଲିପାରିନି। ଫଳରେ ଦିନ 11ଟା 30 ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ଆରମ୍ଭ ହୋଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯାଇ ନୂଆଲୁଗା ଓ ଚନ୍ଦନ ଲାଗି କରାଯିବ ।
ସନ୍ଧ୍ୟା ଆଳତୀ ପରେ ଏକାଦଶୀ ବେଢାକୁ ମଦନମୋହନ ବିଜେ କରିବା ପରେ ବେଢା ପରିକ୍ରମା କରି ଅନ୍ୟାନ୍ୟ ନୀତି କାନ୍ତି ବଢିବ । ଆସନ୍ତାକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସହ ଶ୍ରୀନହରରେ ଗଜପତି ମହାରାଜଙ୍କ ସୁନିଆ ଉତ୍ସବ ପାଳନ କରାଯିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନୁଗୁଳ: ଅନୁଗୁଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛେଣ୍ଡିପଦା ପରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଯୋଗ ଦେଇଛନ୍ତି । ମୋଦି ସରକାରଙ୍କ ସେବାପକ୍ଷ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହାପରେ ସହିଦ ବିକା ନାୟକଙ୍କ ଜନ୍ମମାଟି ତାଳଚେର ଚନ୍ଦ୍ରବିଲ ଗାଁକୁ ଯାଇ `ମୋ ଦେଶ ମୋ ମାଟି' କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ।
ମାଟି ସଂଗ୍ରହ କରି ସହିଦ ପରିବାରଙ୍କୁ ସମ୍ମାନିତ କରିବେ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାଛଡା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବା ସହ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇବେ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢନ୍ତୁ ଓଡ଼ିଶା ଖବର