ଭୁବନେଶ୍ୱର: ରାଜ୍ୟରେ ବେନିୟମ ଭାବେ ଚାଲିଛି ସେଲ୍ଟର ହୋମ । ଏହି ସେଲ୍ଟର ହୋମ ଗୁଡ଼ିକରେ ନାବାଳିକାମାନଙ୍କୁ ନିର୍ଯାତନା ଦେବା ସହ ଧର୍ମାନ୍ତରୀକରଣ କରୁଥିବାର ମାମଲା ମଧ୍ୟ ସାମ୍ନାକୁ ଆସିଥିଲା । ଶିଶୁମାନଙ୍କ ଅଧିକାର ଓ ଆଇନର ରକ୍ଷା କରିବାର ଦାୟିତ୍ୱ ନେଇଥିଲେ ରାଜ୍ୟ ସରକାର । ବେନିୟମ କାମ ପାଇଁ ରାଜ୍ୟ ସରକାର ଆଖି ବୁଜି ଦେବା ଓ ଶାସକ ଦଳର ନେତା ଏହି ସେଲ୍ଟର ହୋମ ଗୁଡିକୁ ପ୍ରୋତ୍ସାହନ ଦେବାର ଅଭିଯୋଗ ଆସୁଥିବା ସୋସିଆଲ ମିଡିଆ ମାଧ୍ୟମରେ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ରିପୋର୍ଟରେ ରାଜ୍ୟରେ ଚାଲୁଥିବା ସେଲଟର ହୋମ ଗୁଡିକରେ ଶିଶୁ ମାନଙ୍କୁ ନିର୍ଯାତନା, ବେଆଇନ ଧର୍ମାନ୍ତରୀକରଣ ଓ ଆଇନକାନୁନର ଖୋଲା ଉଲ୍ଲଂଘନ କରାଯାଉଥିବା କଥା ଉଲ୍ଲେଖ ଅଛି ବୋଲି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ନ୍ୟାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ଗତ କିଛି ଦିନ ତଳେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ତାହା ମଧ୍ୟ ଚିନ୍ତାକୁ ବଢାଇ ଦେଇଛି ।
ଏହାସହ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି, ମହିଳାଙ୍କୁ ସମ୍ମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ନାରା ହୋଇପାରେ ମାତ୍ର ବିଧାନସଭାରେ ସରକାରଙ୍କ ଲିଖିତ ଉତ୍ତର ରାଜ୍ୟର ମହିଳା ବିଶେଷ ଭାବରେ ଅଧିକ ଯତ୍ନ ଆବଶ୍ୟକ କରୁଥିବା ଅନୁସୂଚିତ ଜାତି ଓ ଜନଜାତିର ଝିଅ ଓ ମା, ମାଉସୀ ମାନଙ୍କ ପ୍ରତି ସମ୍ବେଦନହୀନତାକୁ ସ୍ପଷ୍ଟ କରୁଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ଚାଲୁଥିବା ଓଡିଶା ବିଧାନସଭା ଅଧିବେଶନରେ ରାଜ୍ୟ ସରକାରଙ୍କର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀଙ୍କ ଦ୍ୱାରା ଗୃହରେ ଉପସ୍ଥାପିତ କରାଯାଇଥିବା ଲିଖିତ ଉତ୍ତର ସାଢେ 4 କୋଟି ଓଡିଆଙ୍କ ପାଇଁ ଗଭୀର ଚିନ୍ତା ଓ କ୍ଷୋଭର ବିଷୟ । ଆମର ଅନୁସୂଚିତ ଜାତି ଓ ଜନଜାତି ଯେଉଁମାନେ ରାଜ୍ୟର ଗରୀବୀ ଓ ସାମାଜିକ ପଛୁଆ ବର୍ଗର ସର୍ବାଗ୍ରେ ସେମାନେ ଯେ ଅପମାନିତ ଓ ଅବହେଳିତ ଏହି ସରକାରୀ ଲିଖିତ ଉତ୍ତର ଗୁଡିକ ପ୍ରମାଣିତ କରୁଛି ।
ଏହାସହ ଖୋଦ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ବିଧାନସଭାରେ ତାଙ୍କ ଲିଖିତ ଉତ୍ତରରେ କହିଛନ୍ତି ଯେ, 2017 ଏବଂ 2018 ମସିହାରେ 445 ଜଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ନାବାଳିକା, ବାଳିକା ଓ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ସେହିପରି ଭାବେ 2014 ପରଠାରୁ ରାଜ୍ୟ ସରକାରଙ୍କର ଆବାସିକ ବିଦ୍ୟାଳୟ ଗୁଡିକର ଛାତ୍ରୀନିବାସରେ 12 ଜଣ ଗର୍ଭଧାରଣ କରିଥିବା ଓ 4 ଜଣ ସନ୍ତାନ ଜନ୍ମ କରିବା ଘଟଣା ଘଟିଥିବା କଥାକୁ ସରକାର ବିଧାନସଭାରେ ଲିଖିତ ଉତ୍ତର ମାଧ୍ୟମରେ ସ୍ୱୀକାର କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର।
ଶ୍ରୀ ପ୍ରଧାନ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି, ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ଯାଇ ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହୋଇଥିବା ନାବାଳିକା, ବାଳିକା ଓ ମହିଳା ମାନଙ୍କର ତଥ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗରେ ନଥିବା ବିଧାନସଭା ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ଦାଦାନ ଖଟିବାକୁ ଯାଉଥିବା ପରିବାର ମାନଙ୍କର ମା, ଭଉଣୀଙ୍କ ସହ ଘଟିଥିବା ଅନେକ ଅଘଟଣର ଖବର ପ୍ରକାଶିତ ହେଉଛି । ମାତ୍ର ରୋଜଗାର ଅନ୍ୱେଷଣରେ ଯାଉଥିବା ଏହି ଓଡିଆ ପରିବାର ମାନଙ୍କ ଦୁର୍ଦ୍ଦଶା ପ୍ରତି ରାଜ୍ୟ ସରକାର ଆଖି ବୁଜିଦେବା ଦୁଃଖ ଓ ପରିତାପର ବିଷୟ ।
ଅର୍ଗସ ବ୍ୟୁରୋ: ଅନୈତିକ କାର୍ଯ୍ୟ ପାଇଁ ରାଜି ନହେବାରୁ ଦୁଇ ଯୁବତୀଙ୍କୁ ଗାଡି ମଡାଇ ହତ୍ୟା ଉଦ୍ୟମ । ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳରେ । ୨ ତାରିଖ ଅପରାହ୍ନରେ ଦୁଇ ଭଉଣୀ ସାଙ୍ଗ ହୋଇ ନିଜ ମାମୁଁ ଘରକୁ ଯିବା ରାସ୍ତାରେ ଘଟିଥିଲା ଘଟଣା । ନରେନ୍ଦ୍ରପୁର ଫାଣ୍ଡି କାକୁଡିଆପଦାଠାରେ ଦୁଇ ଯୁବତୀଙ୍କ ସ୍କୁଟି ସହ ଜାଣିଶୁଣି ନିଜ ବାଇକ୍ ଧକ୍କା କରାଇଥିଲେ ତେଣ୍ଡାକୋଡା ଅଞ୍ଚଳର ଦୁଇ ଜଣ ଯୁବକ ।
କଟକର ଏକ ଘରୋଇ ହସ୍ପିଟାଲରେ ଜୀବନ ମରଣ ସହ ଲଢ଼ୁଛନ୍ତି ପୀଡିତା ଦୁଇ ଭଉଣୀ ଅଫିଫା ତସଲିନ ଓ ନିହା ଫରଦୋଷ । ଏନେଇ ଥାନାରେ ଗତ 5 ତାରିଖରୁ ଅଭିଯୋଗ ସତ୍ତ୍ବେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିବ ପୂର୍ବାଞ୍ଚଳ ପରିଷଦର ୨୬ ତମ ବୈଠକ । ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଆନ୍ତଃରାଜ୍ୟ ପରିଷଦ ସଚିବାଳୟ ଦ୍ୱାରା ଏହି ବୈଠକ ଆୟୋଜିତ ହେଉଛି । ଏହି ବୈଠକରେ ବିଭିନ୍ନ ରାଜ୍ୟର ୨ ଜଣ ବରିଷ୍ଠ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗଦେବେ । ବୈଠକରେ ଯୋଗଦେବା ପାଇଁ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଝାରଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି ।
ବୈଠକରେ ଯୋଗଦେବା ପାଇଁ ଓଡ଼ିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ପଞ୍ଚାୟୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ବିହାର ଯାଇଛନ୍ତି । ରାଜ୍ୟଗୁଡିକର ଉତ୍ତମ ବୁଝାମଣା ଓ ସହଯୋଗ ଏହାସହ ପୁର୍ବାଞ୍ଚଳ ରାଜ୍ୟଗୁଡ଼ିକର ଭିତିଭୁମି ତଥା ସାମଗ୍ରିକ ବିକାଶ ପାଇଁ ହେବ ଆଲୋଚନା ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଜଙ୍ଗଲରେ ପଡିଛି ବସ୍ତା ବସ୍ତା ପିଡିଏସ୍ ଚାଉଳ । ଜଙ୍ଗଲ ଭିତରେ ବିଭିନ୍ନ ସ୍ଥାନରେ ଚାଉଳ ବସ୍ତା ମାନ ଲୁଚାଇ ରଖାଯାଇଛି । ପାଖାପାଖି ୩୦ରୁ ଅଧିକ ପିଡିଏସ୍ ବସ୍ତା ଜଙ୍ଗଲରେ ପଡିଥିବା ଦେଖିବାକୁ ମିଳିଛି । ଏଭଳି ଚିତ୍ର ସାମ୍ନାକୁ ଆସିଛି ଉଦଳା ଥାନା ବହୁବନ୍ଧ ପଟାଶ ଜଙ୍ଗଲରୁ । ଆଜି ସକାଳ ସମୟରେ ଜଙ୍ଗଲରେ ଅନେକ ଗୁଡିଏ ପିଡିଏସ୍ ଚାଉଳ ବସ୍ତା ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।
ଯାହାକୁ ନେଇ ଗ୍ରାମବାସୀମାନେ ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ମଧ୍ୟ ଅଟକ ରଖିଛନ୍ତି । ଏହି ପିଡିଏସ୍ ଚାଉଳ ବସ୍ତା ଗୁଡିକ ଜଙ୍ଗଲର କେବଳ ଗୋଟିଏ ସ୍ଥାନରେ ନୁହେଁ ବରଂ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଛି । ଏହି ପିଡିଏସ୍ ଚାଉଳ ନିକଟସ୍ଥ ମିଲରୁ କେହି ଚୋରି କରି ନେଇ ବିକ୍ରୀ ନିମନ୍ତେ ଲୁଚାଇ ରଖିଥିବା କୁହାଯାଉଛି । ତେବେ ଏହି ଚାଉଳ କେଉଁଠୁ ଆସିଲା ଏବଂ କୁଆଡେ ଯିବାର ଥିଲା ତାହାର ଖୋଳତାଡ ନିମନ୍ତେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର