ଅର୍ଗସ ବ୍ୟୁରୋ: ବାଜିସାରିଲାଣି ନିର୍ବାଚନୀ ବିଗୁଲ । ପ୍ରଚାରକୁ ନେଇ କାଉଣ୍ଟଡାଉନ ଆାରମ୍ଭ ହୋଇଗଲାଣି । ରାଜ୍ୟର ପ୍ରମୁଖ 2 ଦଳ ବିଜେଡି ବିଜେପି ଭିତରେ ଏବେ ପ୍ରଚାରକୁ ନେଇ ରୋଡ ମ୍ୟାପ୍ ଜୋରସୋରରେ ଚାଲିଛି । ହୁତୁ ହୁତୁ ଖରାରେ ଏଥର ଲୋକସଭା, ବିଧାନସଭା ପ୍ରଚାର ବେଶ ଜମିବ ବୋଲି କୁହାଯାଉଥିବା ବେଳେ ବିଜେଡି ପଛରେ ପଡିବାର ଚର୍ଚା ହେଉଛି ।
ଶାସକ ଦଳ ବିଜେଡିର ଗୋଟିଏ ବଡ଼ ସମସ୍ୟା ହେଲା ନବୀନଙ୍କ ସ୍ୱାସ୍ଥ୍ୟ ଓ ଖରା । ସେପଟେ ବିଜେପିର ପ୍ରଚାର ପାଇଁ ମୋଦିଙ୍କ ସହ ଅଛନ୍ତି ଗଦା ଗଦା ଦିଲ୍ଲୀ ଓ ଓଡ଼ିଶାର ଷ୍ଟାର ପ୍ରଚାରକ । ପ୍ରଧାନମନ୍ତ୍ରୀ ମୋଦି ମାର୍ଚ 29 ଏବଂ ଏପ୍ରିଲ 1ରେ ଆସୁଛନ୍ତି ଓଡ଼ିଶା । 29ରେ ଜୟପୁରରେ ସଭା କରିବାକୁ ଥିବା ବେଳେ ଏପ୍ରିଲ 1ରେ କଳାହାଣ୍ଡିରେ ପ୍ରଚାର କରିବେ ।
ଆଉ ନବୀନ ନୟାଗଡ଼ରୁ ଆରମ୍ଭ କରିଛନ୍ତି ପ୍ରଚାର । ବିଜେଡି ପ୍ରଚାର ପାଇଁ ପୁରା ରଣନୀତି କରିସାରିଥିଲେ ମଧ୍ୟ ବିଜେଡି ଶିବିରରେ ସେନାପତି ଜଣେ ହୋଇଥିବା ବେଳେ ବିଜେପି ଶିବିରରେ ସେନାପତି ମୋଦିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାଳ ମାଳ ସେନାପତି ଅଛନ୍ତି । ଏଥର ପ୍ରଚାରରେ ହେଲିକପ୍ଟରରେ ନେତାମାନେ ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ବୁଲିବା ପାଇଁ ରୋଡ଼ ମ୍ୟାପ ବନାଇଥିଲା ବେଳେ ବିଜେଡିର ନବୀନ ଜଣେ ଷ୍ଟାର ପ୍ରଚାରକ ହୋଇଥିବାରୁ କିଭଳି ବୁଲିବେ ତାକୁ ନେଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା କେତେ ସପୋର୍ଟ କରିବ ତାହା ସମୟ କହିବ ।
ସେପଟେ ବିଜେପି ଶିବିରରେ ମୋଦିଙ୍କ ସହ ଅଛନ୍ତି 40 ଷ୍ଟାର ଓ ଅନେକ କେନ୍ଦ୍ରୀୟ ନେତା । ସିନେ ଷ୍ଟାର ଦୁଇ ଦଳରେ ଭର୍ତି ହୋଇଥିଲେ ମଧ୍ୟ ନବୀନଙ୍କୁ ସାହା ହେଲା ଭଳି ଓ ଶୁଣିଲା ଭଳି ଫିଲ୍ମ ତାରକା ଲୋକଙ୍କ ପାଖରେ ଗ୍ରହଣୀୟ ହେବେ ନାହିଁ । ନବୀନ ବ୍ରାଣ୍ଡ ହୋଇଥିବାରୁ ଏବଂ ଗୋଟିଏ ଚେହେରା ଥିବାରୁ ଏପରି ସ୍ଥଳେ ନବୀନ କେତେ ବୁଲିବେ ତାହା ପ୍ରଶ୍ନବାଚୀ । ମୋଦି ଓ ବିଜେପି ନେତା ଘଣ୍ଟା ଘଣ୍ଟା ଭାଷଣ ଦେଉଥିବା ବେଳେ ନବୀନ ଦୁଇପଦ କହିବା ବେଳକୁ ଝାଳନାଳ ହୋଇଯାଉଛନ୍ତି । ନବୀନ ପ୍ରଚଣ୍ଡ ଖରାରେ ଓଡିଶାରେ 4ଟି ପର୍ଯ୍ୟାୟ ନିର୍ବାଚନରେ କେମିତି ପ୍ରଚାରରେ ସାମିଲ ହେବେ ଏବେ ସେଇ ଚର୍ଚ୍ଚା ଚାରିଆଡେ । ନବୀନ ଆଣ୍ଡ କୋ ଏଥର ନିର୍ବାଚନ ପ୍ରଚାରକୁ ନେଇ ଏକ ପ୍ରକାର ଭୟଭୀତ ତଥା ପଛୁଆ ପଡିଯିବା ଚିନ୍ତାରେ ଅଛନ୍ତି ।
ସେପଟେ ବିଜେପି ଆଣ୍ଡ କୋ ପ୍ରଚାରକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଯୋଗୀଙ୍କ ସହ 40 ଜଣ ଷ୍ଟାରପ୍ରଚାରକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁଣି ଅନେକ କେନ୍ଦ୍ରମନ୍ତ୍ରୀ ଆସିବେ ପ୍ରଚାରରେ । 4 ଫେଜ୍ ଭୋଟକୁ ନେଇ ବିଜେଡି ପୂର୍ବରୁ ଛାନିଆ ହୋଇଥିବା ବେଳ ଏବେ ରୋଡ ଶୋ ଓ ପ୍ଲବିକ୍ ମିଟିଂରେ କିଭିଳି ମ୍ୟାନେଜ କରିବେ ସେନେଇ ଏବେ ଚିନ୍ତାରେ ? ସୋସିଆଲ ମିଡିଆ ଫେସବୁକ, ହ୍ବାଟସଆପ୍, ୟୁଟ୍ୟୁବ ରେ ମଧ୍ୟ ନିର୍ବାଚନ ପ୍ରଚାରରେ ବିଜେପି ଆଗରେ ରହିଛି ।
ଏଥର ନିର୍ବାଚନରେ ଲୋକଙ୍କ ପାଖକୁ ଯିଏ ଅଧିକ ପହଁଚି ପାରିବ ସେହିଁ ଅଧିକ ଫାଇଦା ପାଇବ । ତେଣୁ ଏଥର ପ୍ରଚାରରେ ବିଜେଡି ପଛରେ ରହିଯିବ ଚର୍ଚା ହେଉଛି । ଯାହା ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିପାରେ । ଗତଥର ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ 3ଡି ଭାଷଣ ଦ୍ବାରା ଅନେକ ଅଞ୍ଚଳକୁ କଭର କରିଥିବା ବେଳେ ଏଥର ମୁଖ୍ୟମନ୍ତ୍ରୀ 3 ଡି ଭାଷଣରେ ଲୋକଙ୍କ ପାଖରେ ପହଁଚିବାକୁ ଚେଷ୍ଟା କରିବେ । ସେହିପରି ଦୁଇ ଦଳର ନେତା, ଅଭିନେତା ହେଲିକପ୍ଟର ଦ୍ବାରା ମଧ୍ୟ ଘନ ଘନ ପ୍ରଚାର ଜୋରସୋରରେ କରିବେ । ବିଗତ କିଛି ଦିନ ମଧ୍ୟରେ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ଓ ପ୍ରଚାରକୁ ନେଇ ବିଜେଡିର ରଣନୀତିକାର ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ଚିନ୍ତାରେ ପ୍ରତିକ୍ରିୟା ଦେଉଛନ୍ତି । ପୂର୍ବରୁ ବ୍ୟକ୍ତିଗତ ଟାର୍ଗେଟ କରୁନଥିବା ନବୀନ ଏବେ କେନ୍ଦ୍ରୀୟ ଅବହେଳା ନାରାକୁ ପୁଣି ଦୋହରାଇଛନ୍ତି । ଏହା ସହ ଆଉ 4 ଧାଡି ଆଗକୁ କଣ କହିବେ ତାହା ମଧ୍ୟ ଲୋକ ଶୁଣିବେ ।
ଚଳିତ ନିର୍ବାଚନରେ ବିଜେପି ଓ ବିଜେଡି ପାଖରେ ଷ୍ଟାର କ୍ୟାମ୍ପେନରଙ୍କ ଅଭାବ ନାହିଁ । କିନ୍ତୁ ବିଜେଡିର ଏକମାତ୍ର ଷ୍ଟାର କ୍ୟାମ୍ପେନର ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି ସମୟରେ ବିଜେପିକୁ କେତେ ଟକ୍କର ଦେବେ ପ୍ରଚାରରେ ତାହା ସମୟ କହିବ ।
ନୟାଗଡ: ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୋଡ଼୍ ରେ ରଣପୁର ଅବକାରୀ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ଥାନା ଓଏସଆଇ ସୁବାଷ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ରଣପୁର ବ୍ଲକର ନର୍ସିଙ୍ଗପୁର ଓ ଅମ୍ବାଝରରେ ଚଢ଼ାଉ କରିଥିଲା । ବିପୁଳ ପରିମାଣରେ ମଦ ତିଆରି ସାମଗ୍ରୀ , 135 ଲିଟର ଦେଶୀ ମଦ ଓ ଗୋଟିଏ ବାଇକ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ ।
ଅଭିଯୁକ୍ତମାନେ ହେଲେ ଆମ୍ବାଝର ଗ୍ରାମର ଶରତ ଶ୍ରୀଚନ୍ଦନ ଓ ରାକେଶ ଶ୍ରୀଚନ୍ଦନ, ନର୍ସିଙ୍ଗପୁର ଗ୍ରାମର ଚିତ୍ତରଞ୍ଜନ ସାହୁ । ତେବେ ଜବତ ମଦ ଓ ମଦ ତିଆରି ସାମଗ୍ରୀର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
ଆହୁରି ପଢନ୍ତୁ ଅପରାଧ ଖବର...
ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ଉତ୍ତରକାଶୀ ଟନେଲରୁ ପୁନର୍ଜନ୍ମ ଫାଇଥିବା 5 ଓଡ଼ିଆ ଶ୍ରମିକ । ଗତକାଲି ରିଷିକେଶ AIIMSରୁ ଓଡ଼ିଶା ଅଭିମୁଖେ ବାହାରିଛନ୍ତି ଶ୍ରମିକ । ରାଜ୍ୟ ଶ୍ରମ ବିଭାଗର ଅଧିକାରିଙ୍କ ସହ ଶ୍ରମିକଙ୍କ ପରିଜନ ବି ଡେରାଡୁନ ବିମାନବନ୍ଦରରେ ପହଁଚିଥିଲେ । ସେଠାରୁ ଦିଲ୍ଲୀ ବିମାନବନ୍ଦର ହୋଇ ଆଜି ଭୁବନେଶ୍ୱର ବିଜୁ ପଟନାୟକ ବିମାନବନ୍ଦରରେ ପାହଁଚିବେ। ଗତକାଲି ଋଷିକେଶ Aiims ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଶ୍ରମିକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦିଆଯାଇଥିଲା।
ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ରହିବା ସହ ସମସ୍ତଙ୍କୁ କ୍ଲିଅରାନ୍ସ ଦିଆଯାଇଛି। ସମସ୍ତ ଶ୍ରମିକ aiims ଡାକ୍ତରଙ୍କ ଯୋଗାଯୋଗରେ ରହିବେ। ଉତ୍ତରକାଶୀ ଟନେଲରେ 7 ରାଜ୍ୟର 41 ଶ୍ରମିକ ଫସି ରହିଥିଲେ । ଦୀର୍ଘ 17 ଦିନ ପରେ ଟନେଲ ଭିତରୁ ଶ୍ରମିକଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା। ଯେଉଁଥିରେ ଓଡ଼ିଶାର 5 ଜଣ ଶ୍ରମିକ ରହିଥିଲେ । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ 3 ଶ୍ରମିକ ରହିଥିବା ବେଳେ ଭଦ୍ରକ ଏବଂ ନବରଙ୍ଗପୁରରୁ ଜଣେ ଲେଖାଏଁ ଶ୍ରମିକ ରହିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: