ଜୟପୁର: ଓଡ଼ିଶାର ଜୟପୁରୁରୁ ମୋଦି ରାଜ୍ୟ ସରକାରଙ୍କ ସମେତ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି । ରାଜ୍ୟ ସରକାରଙ୍କ ‘କାଳିଆ’କୁ ସମାଲୋଚନା କରିବା ସହ ପିଏମ୍ କିଷାନ ନିଧି ଯୋଜନା ସମ୍ପର୍କରେ କହିଥିଲେ ମୋଦି । ଏହାସହ ରାଜ୍ୟ ସରକାର କିଭଳି ଭାବେ ଲୋକମାନଙ୍କ ପାଖରେ ବିକାଶ ପହଁଚାଇ ପାରୁନାହାନ୍ତି ସେନେଇ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋଦିଙ୍କୁ ପ୍ରଶଂସା କରିବା ସହ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଉପରେ ଓଡିଆ ଲୋକଙ୍କ ଭରସା ଅଛି । ସେହି ଭରସା ଏଥର ଭୋଟରେ ପରିବର୍ତ୍ତନ ହେବ । ଓଡିଶାବୀସୀମାନେ ଅତୀତରେ କଂଗ୍ରେସ ଏବଂ ବିଜେଡିକୁ ଶାସନ ସେବାର ସୁଯୋଗ ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ସ୍ଥାଣୁତା ଏବଂ ଅପାରଗତା କାରଣରୁ ରାଜ୍ୟ ବିକାଶ ସମ୍ଭବ ହୋଇପାରୁନି । ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି ବୋଲି ଜୟପୁରରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହାସହ ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ନେତୃତ୍ୱରେ ଦେଶରେ ଆଉ ଥରେ ସରକାର ହେବ । ଫିର୍ ଏକ ବାର୍ ମୋଦି ସରକାର, ରାଜ୍ୟ ସରକାର ବଦଳିବା ଦରକାର ବୋଲି ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ଆହ୍ୱାନ କରିଥିଲେ ଧର୍ମେନ୍ଦ୍ର ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ନିର୍ବାଚନ ପ୍ରଚାର ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସରେ ପବିତ୍ର କୋରାପୁଟ ମାଟିରୁ ଆରମ୍ଭ କଲେ । ଗତ ୫ ବର୍ଷରେ ଯେଉଁ ଅଭୁତପୂର୍ବ ସମର୍ଥନ ଭାରତବର୍ଷ ପ୍ରଧାନମନ୍ତ୍ରୀଙ୍କୁ ଦେଲା ସେଥିପାଇଁ ସେ ଧନ୍ୟବାଦ ଦେବା ସହ ଆଗାମୀ ୫ ବର୍ଷ ପାଇଁ ତଥା ଭାରତବର୍ଷରେ ଭାରତ ତଥା ଓଡିଶା ପାଇଁ ଭାରତୀୟ ଜନତା ପାର୍ଟିର ସରକାର ବନିବା ପାଇଁ ଆଶୀର୍ବାଦ ମାଗିଲେ ।
ଆଜିର ସଭାରେ ଲକ୍ଷାଧିକ ଲୋକଙ୍କ ଅଭୁତପୂର୍ବ ଏକତ୍ରୀକରଣ ଆଗାମୀ ଦିନରେ କୋରାପୁଟ, ନବରଙ୍ଗପୁର ଅଂଚଳ ତଥା ଓଡିଶାର ପରିବର୍ତ୍ତିତ ରାଜନୈତିକ ଚିତ୍ରର ବଡ ପ୍ରମାଣ ମିଳିଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
