ବିଶ୍ଵର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ହେଲେ ଭାରତୀୟ ଛାତ୍ରୀ
୧୪ରୁ ବଜେଟ୍ ଅଧିବେଶନ ଆରମ୍ଭ, ୧୮ରେ ରାଜ୍ୟ ବଜେଟ୍ ଉପସ୍ଥାପନା..

ଭୁବନେଶ୍ୱର: ଫେବ୍ରୁଆରୀ 14ରୁ ଆରମ୍ଭ ବଜେଟ୍ ଅଧିବେଶନ । ଫେବ୍ରୁଆରୀ 14ରୁ ଏପ୍ରିଲ୍ 9 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବଜେଟ୍ ଅଧିବେଶନରେ 18 ତାରିଖ ଦିନ 2020-21 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରାଯିବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଭାଷଣ ସହିତ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟୟ ବଜେଟ୍ ଅଧିବେଶନ ଫେବ୍ରୁଆରୀ 26 ତାରିଖ ପର୍ଯ୍ୟନ୍ତ ଚାଲିବ ।
ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ମାର୍ଚ୍ଚ 11ରୁ ଆରମ୍ଭ ହେବାକୁ ଥିବା ବେଳ ଏହା ଏପ୍ରିଲ୍ 9 ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ବିଧାନସଭା ପକ୍ଷରୁ ଏନେଇ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ବଜେଟ୍ ଅଧିବେଶନରେ ମୋଟ୍ 31ଟି କାର୍ଯ୍ୟଦିବସ ରହିଛି ।
Download Argus News App
