ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ସଂସଦର ଉଭୟ ଗୃହରେ ନାଗରିକ ସଂଶୋଧନ ବିଧେୟକକୁ ପାରିତ କରିବା ପଦକ୍ଷେପକୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛି । ଏହି ବିଧେୟକଟି ନିଶ୍ଚିତ ରୂପେ ଧାର୍ମିକ ଚିହ୍ନ ଓ ପରିଚୟକୁ ଆଧାର ରି ପାକିସ୍ଥାନ, ଆଫଗାନିସ୍ଥାନ ଓ ବାଙ୍ଗଲାଦେଶରେ ଉତ୍ପିଡନର ଶିକାର ହୋଇଥିବା ଅଳ୍ପ ସଂଖ୍ୟକ ମାନଙ୍କର ପିଡାର ସମାଧାନ କରିବ ।
ଭାରତ ସରକାରଙ୍କ ଦ୍ୱାରା ପଡୋଶୀ ଦେଶ ପାକିସ୍ଥାନ, ଆଫଗାନିସ୍ଥାନ ଓ ବାଙ୍ଗଲାଦେଶରେ ଅଳ୍ପ ସଂଖ୍ୟକମାନଙ୍କର କଷ୍ଟକୁ ବୁଝି, ନାଗରିକ ସଂଶୋଧନ ବିଧେୟକ ମାଧ୍ୟମରେ ସେହିମାନଙ୍କୁ ଆଶ୍ୱସ୍ଥ କରିବାପରି ମହତ୍ୱପୂର୍ଣ୍ଣ ପଦକ୍ଷେପକୁ ବିଦ୍ୟାର୍ଥୀ ପରିଷଦ ସ୍ୱାଗତ କରିଥିବା ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ପ୍ରକାଶ କରିଛନ୍ତି । ଯେପରିକି ଭାରତୀୟ ବିଚାରରେ ଶରଣାର୍ଥୀମାନଙ୍କ ପାଇଁ ବହୁତ ପୁରୁଣା ପରମ୍ପରା ରହିଆସିଛି, ଯାହାକୁ ଏହି ସରକାର ଆଗକୁ ବଢାଇବାର କାମ କରିଛି । କିଛି ତଥା କଥିତ ବୁଦ୍ଧିଜୀବୀଙ୍କ ଦ୍ୱାରା ଏହି ସନ୍ଦର୍ଭରେ ଭ୍ରମ ସୃଷ୍ଟି କରିବା ଜାରି ରହିଛି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ପୂର୍ଣ୍ଣ ଅଟେ । ଏବିଭିପି ଛାତ୍ର ସମାଜକୁ ଆହ୍ୱାନ ରଖିଛି ଯେ, ଏହି ବିଧେୟକକୁ ନେଇ ସମାଜରେ ପ୍ରସାର କରାଯାଉଥିବା ଭ୍ରମକୁ ଅନାବୃତ୍ତ କରି ସମାଜରୁ ଏହାକୁ ଦୂର କରିବା ।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।