ଭୁବନେଶ୍ୱର: ଦାଗ ଡରାଉଛି । ଦାଗ ଲାଗିବାର ଡର ଛାନିଆ କରିଛି । ମୁଖ୍ୟମନ୍ତ୍ରୀଙ୍କ ବାରିପଦା ସଭା ପରେ ଏଭଳି ଚର୍ଚ୍ଚା ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ସଭାରେ ଆଜି(ବୁଧବାର) ସ୍ଥାନୀୟ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଅନୁପସ୍ଥିତିକୁ ନେଇ ଏଭଳି ଚର୍ଚ୍ଚା ହେଉଛି । ଆଉ ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ସାଂସଦ ହାଂସଦାଙ୍କ ସମର୍ଥକଙ୍କ ବିକ୍ଷୋଭ । ହାଁସଦାଙ୍କୁ କଣ ପାଇଁ ସଭାକୁ ନିମନ୍ତ୍ରଣ କରାଗଲା ନାହିଁ ତାର ପ୍ରତିବାଦରେ ବୁଧବାର ଦିନ ତାଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇଥିଲେ । ପ୍ରତିବାଦକାରୀ ହାତରେ ଧରିଥିବା ପୋଷ୍ଟରରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ଏହା ଦଳୀୟ କାର୍ଯ୍ୟକ୍ରମ ନୁହେଁ, ସରକାରୀ କାର୍ଯ୍ୟକ୍ରମ । ସରକାରୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ସାଂସଦଙ୍କୁ କେମିତି ଜିଲ୍ଲା ପ୍ରଶାସନ ନିମନ୍ତ୍ରଣ କରିନାହିଁ ତାହା ହାଁସଦାଙ୍କ ସମର୍ଥକଙ୍କୁ ଉତ୍ତେଜିତ କରିଛି ।
ପ୍ରୋଟୋକଲ କଣ କହୁଛି ? ପ୍ରୋଟୋକଲ ଅନୁସାରେ କୌଣସି ସରକାରୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ସାଂସଦଙ୍କୁ ନିମନ୍ତ୍ରଣ କରାଯିବ । କିନ୍ତୁ ବାରିପଦା ସଭାରେ ସେଇ ପ୍ରୋଟୋକଲ ଅନୂସରଣ କରାଯାଇନାହିଁ । ପ୍ରଧାନମନ୍ତ୍ରୀଙ୍କ ବାରିପଦା ସମାବେଶରେ ସ୍ଥାନୀୟ ସାଂସଦ ଭାବେ ତାଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ତାଙ୍କୁ ନିମନ୍ତ୍ରଣ କରିବାକୁ କେମିତି ଭୁଲିଗଲା ତାହା ବଡ ପ୍ରଶ୍ନ ।
ହାଁସଦାଙ୍କୁ ନିମନ୍ତ୍ରଣ ନକରିବା ପଛରେ ଚିଟ୍ଫଣ୍ଡ ସ୍କାମ ? ମଙ୍ଗଳବାର ଦିନ ବିଜେଡିର ଦୁଇ ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ଚିଟ୍ଫଣ୍ଡ ସ୍କାମ୍ ମାମଲାରେ ସିବିଆଇ ସମନ ଜାରି କରିଥିବା ଜଣାପଡିଥିଲା । ସମନ କଥା ସାମ୍ନାକୁ ଆସିବା ପରେ ପୁଣିଥରେ ଚିଟ୍ଫଣ୍ଡ ଭୂତ ରାଜ୍ୟ ରାଜନୀତିକୁ ଫେରିଥିଲା । ଏମିତିରେ ମୁଖ୍ୟମନ୍ତ୍ରୀ ବୁଧବାର ଦିନ ସେଇ ସ୍କାମରେ 4 ବର୍ଷ ଜେଲ୍ ଯାଇଥିବା ହାଁସଦାଙ୍କ ସହ ଷ୍ଟେଜ୍ ସେୟାର କରିବାକୁ ଚାହିଁ ନଥିବେ ବୋଲି ଚର୍ଚ୍ଚା ଜୋର ଧରିଛି । ହୁଏତ ମୁଖ୍ୟମନ୍ତ୍ରୀଙ୍କୁ ଦାଗ ଲାଗିବାର ଡର ଡରାଇଛି । କାରଣ ଦୁଇ ନେତାଙ୍କୁ ସିବିଆଇ ସମନ ହୋଇଥିବା ବେଳେ ନିକଟରେ ରାହୁଲ ଗାନ୍ଧୀ ଓଡ଼ିଶା ଆସି ଚିଟ୍ଫଣ୍ଡ୍ ସ୍କାମ କଥା ଉଠାଇ ଏହାକୁ ତାଜା କରିଛନ୍ତି ।
ହାଁସଦାଙ୍କ ନାମ ଚିଟ୍ଫଣ୍ଡ ସ୍କାମରେ ଉଠିଛି । ସେଥିଲାଗି ସେ 4 ବର୍ଷ ଧରି ଜେଲ୍ରେ ଥିଲେ । ଏହା ସତ । କିନ୍ତୁ ଜେଲରୁ ବାହାରିବା ପରେ ସେ ସ୍ଥାନୀୟ ସାଂସଦ ଭାବେ ଅନେକ ସରକାରୀ କାର୍ଯ୍ୟକ୍ରମରେ ସାମିଲ ମଧ୍ୟ ହୋଇଛନ୍ତି । ଏଭଳି କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି ଯେଉଁଥିରେ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଥିଲେ । ତେବେ ଏବେ ପରିସ୍ଥିତି କ’ଣ ଏମିତି ବଦଳିଗଲା ଯେ, ସବୁ ପ୍ରୋଟୋକଲ୍ର ଉଲଂଘନ କରାଯାଇ ସ୍ଥାନୀୟ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଭାରୁ ଦୁରେଇ ରଖାଗଲା ? କଣ ଚିଟ୍ଫଣ୍ଡ ସ୍କାମ୍ର ଦାଗ ଲାଗିବା ଡରରେ ହାଁସଦାଙ୍କୁ ସଭାରୁ ଦୁରେଇ ରଖାଗଲା ?
ଅର୍ଗସ ବ୍ୟୁରୋ : ମିଜୋରାମରେ ବଦଳିଲା ସରକାର । ପରାସ୍ତ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ମଜୋରାମ ବିଧାନସଭା ନିର୍ବାଚନ ପାଇଁ ମତ ଗଣନା ସରିଛି । ଏବଂ ଏହାସହ ଗାଦିଚ୍ୟୁତ ହୋଇଛି ଏମଏନଏଫ୍ । ୪୦ ଆସନ ବିଶିଷ୍ଟ ବିଧାନସଭାର ୨୭ ଟି ଆସନ କବ୍ଜା କରିଛି ଜୋରାମ ପିପୁଲ୍ସ ମୁଭମେଣ୍ଟ । ସବୁଠାରୁ ବଡ଼ କଥା କ୍ଷମତାରେ ଥିବା ଏମଏନଏଫ ୧୧ ଜଣ ମନ୍ତ୍ରୀଙ୍କୁ ଟିକେଟ ମିଳିଥିଲା । ଏମାନଙ୍କ ମଧ୍ୟରୁ ୯ ଜଣ ପରାସ୍ତ ହୋଇଛନ୍ତି । ଏମଏନଏଫକୁ କେବଳ ୧୦ଟି ଆସନ ମିଳିଛି । \
ଅଧିକ ପଢନ୍ତୁ ଭାରତ ଖବର
ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଏମଏନଏଫର ମୁଖିଆ ଜୋରମଥାଂଗା ନିଜ ସିଟ ମଧ୍ୟ ବଞ୍ଚାଇ ପାରି ନାହାନ୍ତି । ଆଇଜୋଲ ଆସନରୁ ZPMର ଲାଲଥାନସାଂଗାଙ୍କ ଠାରୁ ୨,୧୦୧ ଭୋଟରେ ପରାସ୍ତ ହୋଇଛନ୍ତି ଜୋରାମଥାଂଗା । ଲାଲଥାନସାଂଗାଙ୍କୁ ୧୦,୭୨୭ ଖଣ୍ଡ ଭୋଟ ମିଳିଥିବା ବେଳେ ଜୋରାମଥାଂଗାଙ୍କୁ ୮୬୨୬ ଖଣ୍ଡ ଭୋଟ ମିଳିଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ମଧ୍ୟ ପରାଜିତ ହୋଇଛନ୍ତି ।
ସେହିପରି ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ୧୩୫ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି । ରାଜ୍ୟରେ ବିଜେପିକୁ ୨ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଛି । ତେବେ ZPM କ୍ଷମତା ଦଖଲ କରିଥିବାରୁ ଲାଲଦୁହୋମା ମୁଖ୍ୟମନ୍ତ୍ରୀ ହେବେ । ସେ ସେରଚ୍ଚିପ ଆସନରୁ ବିଜୀ ହୋଇଛନ୍ତି । ଲାଲଦୁହୋମା ୨୯୮୨ ଖଣ୍ଡ ଭୋଟରେ ଏମଏନଏଫ ପ୍ରାର୍ଥୀଙ୍କୁ ହରାଇଛନ୍ତି । ଲାଲଦୁହୋମା ବିଜୟ ପରେ କହିଛନ୍ତି, ମୁଁ ଆଦୌ ଆଶ୍ଚର୍ଯ୍ୟ ନୁହେଁ । ଏଠାରେ ଏହା ହିଁ ରେଜଲ୍ଟ ହେବାର ଥିଲା । ଏବେ ଲୋକଙ୍କ ସ୍ୱପ୍ନକୁ ପୂରଣ କରାଯିବ ।
ଅର୍ଗସ ବ୍ୟୁରୋ : ରାତି ପାହିଲେ ପଢୁଆଁ ଅଷ୍ଟମୀ । ପଢୁଆଁ ହେବେ ମହାପ୍ରଭୁ । ଏଥିପାଇଁ ଭକ୍ତିମୟ ପରିବେଶରେ ପୁରି ଉଠିଛି ଶ୍ରୀକ୍ଷେତ୍ର । ନିଆଳି ମାଧବାନନ୍ଦ ମନ୍ଦିରରୁ ଆସିଛି ମହାପ୍ରଭୁଙ୍କ ପାଇଁ ପ୍ରଥମାଷ୍ଟମୀ ଭାର । ମାର୍ଗଶୀର ମାସ କୂଷ୍ଣ ପକ୍ଷ ଅଷ୍ଟମୀ ତିଥିରେ କାଳିଆ ଦିଅଁ ହେବେ ପୋଢୁଆଁ । ମହାପ୍ରଭୁ ପିନ୍ଧିବେ ନୂଆ ବସ୍ତ୍ର, ଲାଗି ହେବ ସୂତନ୍ତ୍ର ଭୋଗ । ଯାହା ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ।
ଯାହାକୁ ନେଇ ପୁରୀ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ତେବେ ଶ୍ରୀମନ୍ଦିର ସତ୍ୟଲିପି ଓ ଇତିହାସରେ ମହାପ୍ରଭୁଙ୍କର ସେଭଳି କିଛି ମାମୁଁ ଘର ନଥିବା କୁହାଯାଉଥିଲେ ମଧ୍ୟ ଶ୍ରଦ୍ଧା ଓ ବିଶ୍ୱାସର ସହିତ ଗତ କିଛିବର୍ଷ ହେଲା ପ୍ରଥମାଅଷ୍ଟମୀ ଭାର ଆସୁଅଛି । ନିଆଳି ମାଧବନନ୍ଦ ଜୀଉ ମନ୍ଦିର ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କୁ ମାମୁଁ ଘର ବୋଲି ଦାବୀ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଳି ମାଧବ ମନ୍ଦିରରରୁ ଆସିଥିବା ପଢୁଆଁ ବସ୍ତ୍ର ଓ ଭାରକୁ ଦାନ ହିସାବରେ ଗ୍ରହଣ କରାଯାଇଛି । ପ୍ରାଚୀ ନଦୀ ତଟରେ ଥିବା ନିଆଳି ମାଧବ ମନ୍ଦିରରୁ ଭଜନ ଜଣାଣ ଓ ସଂକୀର୍ତ୍ତନ ମାଧ୍ୟମରେ ବିଶାଳ ପଦଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚବି ପରେ ବଡଦାଣ୍ଡ ଦେଇ ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଥିଲା ।
ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘରକୁ ନେଇ ପ୍ରତିବର୍ଷ ଏହି ଭାର ଯୋଗୁଁ ବିଭିନ୍ନ ସମୟରେ ବିବାଦ ଉପୁଜୁଥିବା ବେଳେ, ପ୍ରକୃତ ତଥ୍ୟ ଉନ୍ମୋଚନ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି । ସେପଟେ ଏହି ବିଷୟରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ କୌଣସି ତଥ୍ୟ ନଥିବାବେଳେ ଏହାକୁ ବିଶ୍ଳେଷଣ କରାଯାଇ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗୋଟିଏ ପଟେ ଅସ୍ଥା ଓ ବିଶ୍ୱାସ, ଅନ୍ୟପଟେ ପରମ୍ପରା ଓ ଶାସ୍ତ୍ରୀୟ ମତରେ ଛନ୍ଦୀ ହୋଇଛି ମହାପ୍ରଭୁଙ୍କ ପଢୁଆଁ ଅଷ୍ଟମୀ ଭାର ।