ଭୁବନେଶ୍ୱର: ଲୋକାୟୁକ୍ତ ଓ ସୂଚନା କମିସନ ସଦସ୍ୟ ଚୟନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅତିଥି ଭବନରେ ଆୟୋଜିତ ଏହି ବୈଠକରେ ହାଇକୋର୍ଟ ମୁଖ୍ୟ ବିଚାରପତି, ଆଇନ ମନ୍ତ୍ରୀ ଅନେକ ବିଶେଷଜ୍ଞ ଉପସ୍ଥିତ ଥିଲେ । ତାଙ୍କ ସହିତ ବାଚସ୍ପତି, ବିରୋଧୀ ଦଳ ନେତା, ମୁଖ୍ୟ ଶାସନ ସଚିବ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।
ତେବେ ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ଯେ, ଲୋକାୟୁକ୍ତ ଓ ସୂଚନା କମିସନ ପାଇଁ କମିଟି ପକ୍ଷରୁ ଜଣେ ଲେଖାଏଁ ସଦସ୍ୟଙ୍କ ନାଁ ସୁପାରିସ କରାଯାଇଛି । ଏହି ସୁପାରିସ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ କମିଟି ପଠାଇ ଦେଇଥିବା ମଧ୍ୟ ସେ କହିଛନ୍ତି ।ଲୋକାୟୁକ୍ତରେ ୩ ସଦସ୍ୟ ପଦବୀ ଖାଲିଥିବା ବେଳେ ଓ ସୂଚନା କମିସନରେ ୪ ସଦସ୍ୟ ପଦବୀ ଖାଲି ରହିଥିବା ସଚିବ କହିଛନ୍ତି ।
