ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଲଢେଇ ଜୋର୍ଦାର ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱୀ ରାଜ୍ୟ ବିଜେପି ଓ କେନ୍ଦ୍ରକୁ ଦାୟୀ କରୁଥିବା ବେଳେ ଏହାର ଦୃୃଢ ଜବାବ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଉଭୟ ଦଳର ପ୍ରଚାର ଲଢେଇ ମଧ୍ୟ ଜୋରଦାର୍ ଚାଲିଛି । ଆଜି ଧର୍ମେନ୍ଦ୍ର ଜଗତସିଂହପୁର, ଯାଜପୁର ଓ ଭଦ୍ରକରେ ରୋଡ୍ ସୋ’ ସମେତ ବିଭିନ୍ନ ସମାବେଶରେ ଯୋଗଦେବେ । ପାଖାପାଖି ୭ଟି ସ୍ଥାନରେ ଧର୍ମେନ୍ଦ୍ର ଜନସଭା ଓ ରୋଡ୍ ସୋ’ କରିବେ ବୋଲି ସୂଚନା ମିଳିଛି । ଗତକାଲି ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ସ୍ଥାନରେ ରୋଡ୍ ସୋ’ କରିଥିଲେ । ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଆଜି ପରେ ଆଉ ମାତ୍ର ଗୋଟିଏ ଦିନ ରହିଲା । 27 ତାରିଖ ହେଉଛି ଶେଷ ପ୍ରଚାର ଦିନ । 27ରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ପୁଣି ଓଡ଼ିଶା ଆସି ରାଜ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଚତୁର୍ଥ ପର୍ଯ୍ୟାୟରେ ମୋଟ୍ 6 ଲୋକସଭା ଓ 42 ଟି ବିଧାନସଭା ପାଇଁ ମତଦାନ ଗ୍ରହଣ କରାଯିବ ।
