ଅନୁଭବ ନିଜ ସତ୍ୟପାଠରେ ଦେଇଥିବା ତଥ୍ୟ ଅନୁଯାୟୀ, 2014 ରେ ସେ ମିରଟର ଶୋଭିତ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିରୁ ପାସ୍ କରିଛନ୍ତି । ହେଲେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ କହୁଛି 2010 ମସିହାରେ ଡିମ୍ଡ ୟୁନିଭରସିଟି ଭାବେ ଏହି ବିଶ୍ୱବିଦ୍ୟାଳୟର ସ୍ୱୀକୃତିକୁ ପ୍ରତ୍ୟାହର କରାଯାଇଛି । ଯଦି 2010 ମସିହାରେ ବିଶ୍ୱବିଦ୍ୟାଳୟର ସ୍ୱୀକୃତି ପ୍ରତ୍ୟାହାର ହୋଇଛି ତେବେ ଅନୁଭବ ସେଠାରେ ପାଠ ପଢ଼ି ପାସ୍ କଲେ କିପରି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।
ନିର୍ବାଚନ ସମୟରେ ସାଂସଦ ଅନୁଭବ ମହାନ୍ତି ନିଜର ଶିକ୍ଷାଗତ ଯୋଗ୍ୟତା ପାଇଁ ଜାଲ ସାର୍ଟଫିକେଟ୍ ଦେଖାଇଛନ୍ତି । ଯାହାକି ଏକ ଅପରାଧ । ଆରଟିଆଇ ତଥ୍ୟରୁ ସଷ୍ଟ ହୋଇଯାଇଛି ଯେ, ସେ ଭୁଲ ତଥ୍ୟ ଦେଇଛନ୍ତି । ଚଞ୍ଚକତା କରି ଜାଲ୍ ସାର୍ଟିଫିକେଟ ଦେଖାଇ ନିର୍ବାଚନ ଲଢିଛନ୍ତି ଅନୁଭବ ମହାନ୍ତି !
ଏହି ଆର୍ଟିଆଇ ତଥ୍ୟକୁ ଆଧାର କରି ଅନୁଭବଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଉତ୍କଳ ୟୁନିଭର୍ସିଟିର ପରୀକ୍ଷା ନିୟନ୍ତ୍ରଣ ବିଭାଗ ପକ୍ଷରୁ ମଳିଥିବା ଆରଟିଆଇ ରିପୋର୍ଟ ଅନୁଯାୟୀ, ବିଜେଡି ସାଂସଦ ଅନୁଭବ ଯୁକ୍ତ 3 କଳାରେ ପାସ୍ କରିଛନ୍ତି । ତେବେ ଯୁକ୍ତ 3 କଳାରେ ପାସ୍ ହୋଇଥିବା ଏକ ରେଜିଷ୍ଟ୍ରେସନ ନମ୍ବର (14108/2003) ମଧ୍ୟ ତଥ୍ୟରେ ଦର୍ଶାଇଛନ୍ତି ସାଂସଦ ଅନୁଭବ ମହାନ୍ତି ।
ଅନୁଭବ ମହାନ୍ତି ପ୍ରଥମେ ରାଜ୍ୟସଭାର ସାଂସଦ ଓ ପରେ ଲୋକସଭା ନିର୍ବାଚନ ସମୟରେ କିଭଳି ମିଥ୍ୟା ତଥ୍ୟ ଦେଇଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି ? ସାଧୁତା ଓ ସ୍ୱଚ୍ଚତା ବାର୍ତ୍ତାର ଡିଣ୍ଡିମ ପିଟୁଥିବା ସାଂସଦ ଅନୂଭବ ମହାନ୍ତିଙ୍କ ଏହା କିଭଳି ସ୍ୱଚ୍ଛତା ବୋଲି କଂଗ୍ରେସ ପ୍ରଶ୍ନ କରିବା ସହ ସାଂସଦଙ୍କୁ ତାତ୍ସଲ୍ୟ କରିଛି ।