ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ଗୃହରେ ତୁମ୍ବି ତୋଫାନ୍ । ଗୃହରେ ବିରାେଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । କାଳିଆ ଯୋଜନାର ହିସାବ ମାଗିଛନ୍ତି ନରସିଂହ । ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ନରସିଂହ ମିଶ୍ର ଗୃହରେ ରାଜ୍ୟ ସରକାରଙ୍କ ଅପାରଗତାକୁ ବଖାଣିବାକୁ ଚେଷ୍ଟା କରିଛନ୍ତି ।
ସେ କାଳିଆର ହିସାବ ମାଗିବା ସହ କହିଛନ୍ତି ଯେ, ସରକାର ୫୧ ଲକ୍ଷ ୫ ହଜାର ୨୯୦ ହିତାଧିକାରୀଙ୍କୁ କାଳିଆ ସହାୟତା ଦେଇଛନ୍ତି ବୋଲି କହୁଛନ୍ତି । କିନ୍ତୁ ସେହି ଅନୁସାରେ ଗଣିତ କହୁଛି ହିତାଧିକାରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦିଆଗଲେ ସରକାରଙ୍କ ମୋଟ ଖର୍ଚ୍ଚ ହେବ ୫ ହଜାର ୧୦୫ କୋଟି । ତେବେ ସରକାରଙ୍କ କହିବାନୁଯାୟୀ ଏହି ଟଙ୍କା କଣ୍ଟିଜେନ୍ସି ପାଣ୍ଠିରୁ ଦିଆଯାଇଛି । ହେଲେ କଣ୍ଟିଜେନ୍ସି ପାଣ୍ଠିରେ ମାତ୍ର ୧୪ ଶହ କୋଟି ରହିଥିବା ବେଳେ ସରକାର ବଳକା ଅର୍ଥ କେଉଁଠୁ ଆଣିଲେ ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।
ସେପଟେ ଭାଗଚାଷୀଙ୍କୁ ମଧ୍ୟ କାଳିଆ ଟଙ୍କା ଦିଆଯାଇଥିବା ସରକାର ପ୍ରଚାର କରୁଛନ୍ତି । ତେବେ ନରସିଂହ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଯେଉଁ ଉତ୍ତର ରଖିଲେ ସେଥିରେ ବିରୋଧୀ ଦଳ ସମେତ କଂଗ୍ରେସ ବିଧାୟକ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ସଦସ୍ୟ ଗୃହ ତ୍ୟାଗ କରିଛନ୍ତି ।
ବିଭାଗୀୟ ମନ୍ତ୍ରୀଙ୍କ କହିବାନୁଯାୟୀ, କାଳିଆ ଯୋଜନା ଏବେ ଶୀର୍ଷରେ ପହଞ୍ଚିଛି । ଏମିତିକି କେନ୍ଦ୍ର ସରକାର ମଧ୍ୟ କାଳିଆ ଯୋଜନାକୁ ଅନୁସରଣ କରୁଛନ୍ତି । ଯେଉଁ 51 ଲକ୍ଷ ଚାଷୀଙ୍କୁ ସହାୟତା ଦିଆଯାଇଛି ସେମାନଙ୍କ ସମ୍ପୂର୍ଣ୍ଣ ତାଲିକା ଅଗଷ୍ଟ ସୁଦ୍ଧା ପବ୍ଲିକ୍ ଡୋମେନ୍ରେ ଉପଲବ୍ଧ ହେବାର ବ୍ୟବସ୍ଥା କରାଯାଉଛି । ସମ୍ପୂର୍ଣ 75 ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦିଆଯିବା ପରେ ମଧ୍ୟ ଲିଷ୍ଟ ପବ୍ଲିକ୍ ଡୋମେନ୍ରେ ଛଡ଼ାଯିବ ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଥିଲେ ।
ଅର୍ଗସ ବ୍ୟୁରୋ: ଅଳ୍ପ କିଛି ଲୋକଙ୍କ ପାଇଁ ଦେଶରେ ବଦନାମ ହୋଇଥିଲା ଉତ୍ତରପ୍ରଦେଶ । କିନ୍ତୁ ଏବେ ଉତ୍ତରପ୍ରଦେଶ ପ୍ରତି ଲୋକମାନଙ୍କ ଧାରଣା ବଦଳିଛି । ଉତ୍ତରପ୍ରଦେଶ ଏବଂ ଗୋରଖପୁର ଲୋକମାନଙ୍କୁ ଆଗଧାଡିରେ ସ୍ଥାନ ମିଳୁଛି । ଗୋରଖପୁରରେ ରେଗାଲିଆ ରିସୋର୍ଟ ଏବଂ ବ୍ୟାଙ୍କୁଏଟ୍ ହଲ୍ ଉଦଘାଟନ ଅବସରରେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗତ ଫେବ୍ରୁଆରି ମାସରେ 40 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ପୂର୍ବରୁ ଏହି ପରିମାଣ 10ରୁ 12 ଲକ୍ଷ କୋଟି ମଧ୍ୟରେ ସୀମିତ ଥିଲା । ସମୟ ସହିତ ତାଳଦେଇ ଉତ୍ତରପ୍ରଦେଶ ଆଗକୁ ବଢୁଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଅପହରଣ ଉଦ୍ୟମ ଫେଲ୍ । କମିଶନରେଟ ପୋଲିସର ବଡ଼ଗଡ଼ ଥାନାକୁ ବଡ଼ ସଫଳତା । ଦୁର୍ଘଟଣାକୁ କେନ୍ଦ୍ର କରି ଜଣେ ଡ୍ରାଇଭରଙ୍କୁ ଅପହରଣ କରୁଥିବା ଅଭିଯୁକ୍ତଙ୍କୁ କାବୁ କରିଛି ବଡ଼ଗଡ଼ ଥାନା ପୋଲିସ । ରବି ଟକିଜ ଛକ ନିକଟରେ ଏକ ପିକ ଅପ ଭ୍ୟାନ ସହ ଗୋଟିଏ ଡିଜେ ଗାଡିର ସାମାନ୍ୟ ଧକ୍କା ହୋଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାହାକୁ କେନ୍ଦ୍ର କରି ଡିଜେ ଗାଡି ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ଏପରିକି ଜୋର ଜବରଦସ୍ତ ଡ୍ରାଇଭର ଜଣଙ୍କୁ ଲକ୍ଷାଧିକ ଟଙ୍କା ଦାବି କରି ଉଠାଇନେଇଥିଲେ । ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଅର୍ଗସ ବ୍ୟୁରୋ : ତେଲେଙ୍ଗାନା ଡିଣ୍ଡିଗୁଲ ବାୟୁସେନା ଏକାଡେମୀରେ ଟ୍ରେନିଂବେଳେ ଅଘଟଣ । ପାଇଲଟସ୍ ଟ୍ରେନର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ଦୁଇ ଭାରତୀୟ ବାୟୁସେନା ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତ ପାଇଲଟଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଏବଂ ଜଣେ କ୍ୟାଡେଟ୍ ଥିବା ସୂଚନା ଦେଇଛନ୍ତି ଭାରତୀୟ ବାୟୁସେନା ଅଧିକାରୀ ।
ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି କି, ସକାଳ ୮.୫୫ ମିନିଟରେ ତେଲେଙ୍ଗାନାର ଡିଣ୍ଡିଗୁଲରେ ଏୟାରଫୋର୍ସ ଏକାଡେମୀର ପିଲାଟସ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଃଖ ପ୍ରକାଶ କରିଛନ୍ତି । ଖବର ମୁତାବକ, ତେଲେଙ୍ଗାନାର ଡିଣ୍ଡିଗୁଲ ସ୍ଥିତ ବାୟୁସେନା ଏକାଡେମୀରେ ଟ୍ରେନିଂ ବେଳେ ବିମାନ ପିସି-୭ ଏମକେ-୨ କ୍ରାସ୍ ହୋଇଛି । ଏଥିରେ ଦୁଇ ଜଣ ପାଇଲଟ ଥିଲେ । ଜଣେ ପ୍ରଶିକ୍ଷକ ଓ ଆଉ ଜଣେ କ୍ୟାଡେଟ୍ ସାମିଲ ଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ । ତଦନ୍ତ ଜାରି ରହିଥିବା ଭାରତୀୟ ବାୟୁସେନା ଅଧିକାରୀ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ରାଜନାଥ ସିଂ ଲେଖିଛନ୍ତି, ‘ହାଇଦ୍ରାବାଦ ପାଖରେ ହୋଇଥିବା ବିମାନ ଦୁର୍ଘଟଣା ବିଷୟରେ ଜାଣି ଅତନ୍ତ ଦୁଃଖିତ । ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ପରିବାର ପ୍ରତି ମୋର ସମବେଦନା ।