ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଯାଉଛି ପର୍ଯ୍ୟଟନର ମହାସମ୍ମୀଳନୀ । ସବୁ ରାଜ୍ୟରୁ ଆସିବେ ପର୍ଯ୍ୟଟନ ମନ୍ତ୍ରୀ । ଓଡ଼ିଶାରେ ଏକାଠି ହେବେ ଦେଶର ସବୁ ପର୍ଯ୍ୟଟନ ମନ୍ତ୍ରୀ ଓ ବିଭାଗୀୟ ସଚିବ ।
ଜାନୁଆରୀ 23 ଓ 24 ତାରିଖ ଦୁଇ ଦିନ ଧରି ଓଡ଼ିଶାରେ ଚାଲିବାକୁ ଥିବା ଏହି ସମ୍ମିଳନୀ ଚନ୍ଦ୍ରଭାଗରେ ଅନୁଷ୍ଠିତ ହେବାକୁ ଯାଉଛି । ଚନ୍ଦ୍ରଭାଗାର ଇକୋ ରି-ଟ୍ରିଟ୍ କାର୍ଯ୍ୟକ୍ରମରେ ଏହି ମହାସମ୍ମିଳନୀ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଦେଶ ତଥା ଓଡ଼ିଶା ପର୍ଯ୍ୟଟନର ବିକାଶ ଦିଗରେ ଏହି ମହାସମ୍ମିଳନୀରେ ଆଲୋଚନା କରାଯିବ । ଓଡ଼ିଶାର ପର୍ଯ୍ୟଟନକୁ ଦେଶର ସବୁ ପର୍ଯ୍ୟଟନ ମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରାଯିବ ।
ଫଳରେ ଓଡ଼ିଶାର ପର୍ଯ୍ୟଟନକୁ ଏକ ନୂଆ ପରିଚୟ ମିଳିବ ବୋଲି ଆଶା କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜୌତିପ୍ରକାଶ ପାଣିଗ୍ରାହୀ ।
