ଭୁବନେଶ୍ୱର: ନବୀନଙ୍କ ପଂଚମ ଇନିଂସରେ ମନ୍ତ୍ରୀମାନଙ୍କ ପାଇଁ ବଢୁଛି ଟ୍ୟାକ୍ସ । ମୁଖ୍ୟମନ୍ତ୍ରୀଙ୍କ 5T ମନ୍ତ୍ର ପରେ ପାଣ୍ଡିଆନଙ୍କୁ ଏହାର ଦାୟୀତ୍ୱ ମିଳିବା ଘଟଣା ମନ୍ତ୍ରୀମାନଙ୍କ ଭିତରେ ଭୟ ସଂଚାର କରିଛି । ଆସନ୍ତା 7 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମନ୍ତ୍ରୀମାନେ ସେମାନଙ୍କ ଦିତୀୟ ରିପୋର୍ଟ କାର୍ଡ ଦାଖଲ କରିବେ । ତେବେ ଏହି 7 ତାରିଖ ହିଁ କହିବ ନବୀନଙ୍କ ମନ୍ତ୍ରିମଣ୍ଡଳରେ କେଉଁ ମନ୍ତ୍ରୀ କେତେ ଦକ୍ଷ ।
7 ତାରିଖକୁ ଆଉ 48 ଘଣ୍ଟା ବାକି ରହିଛି । ମାତ୍ର ଏହା ପୂର୍ବରୁ ମନ୍ତ୍ରୀ ମାନଙ୍କ ଛାତି ଭତରେ ଛନକା ପଶିଲାଣି । କାରଣ ସେହି ଦିନ ମନ୍ତ୍ରୀମାନଙ୍କୁ ଦାଖଲ କରିବାକୁ ହେବ ସେମାନଙ୍କ ବିଭାଗର ରିପୋର୍ଟ କାର୍ଡ । ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ପଂଚମ ଇନିସିଂରେ ଦ୍ୱିତୀୟ ରିପୋର୍ଟ ତଲବ । କେଉଁ ମନ୍ତ୍ରୀ କେତେ ଦକ୍ଷତାର ସହ କାମ କରିଛନ୍ତି, କେତେ ଥର ଗ୍ରାଉଣ୍ଡକୁ ଭିଜିଟ କରିଛନ୍ତି, ଲୋକଙ୍କ ସମସ୍ୟା କେତେ ସମାଧାନ ହୋଇଛି ଏହି ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ତେବେ ସବୁଠୁ ବଡ଼ କଥା ହେଉଛି ଉଚ୍ଚଶିକ୍ଷାଠୁ ଆରମ୍ଭ କରି ଗଣଶିକ୍ଷା ବିଭାଗ ଓ କୃଷି ବିଭାଗରେ ରହିଛି ଅନେକ ସମସ୍ୟା । ଶିକ୍ଷା ବ୍ୟବସ୍ଥାର ଦୁର୍ବଳ ଭିତ୍ତିଭୂମି ଏବଂ ଚାଷ ଓ ଚାଷୀ ସମସ୍ୟାକୁ ନେଇ ସରକାର ବ୍ୟାକ୍ଫୁଟ୍ରେ ରହିଥିବା ବେଳେ ମନ୍ତ୍ରୀ କହିଛନ୍ତି ଆଗକୁ ସବୁକିଛି ଠିକ୍ ହୋଇଯିବ ।
ସେପଟେ ରାଜ୍ୟରେ ବସବାସ କରୁଥିବା 62 ପ୍ରକାର ଜନଜାତିଙ୍କ ସମସ୍ୟା ଯେମିତି ଯଥା ପୂର୍ବଂ ତଥା ପରମ ସ୍ଥିତିରେ ରହିଯାଇଛି । ଯାହା ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଖାଲି ସେତିକି ନୁହେଁ ଆଶ୍ରମ ସ୍କୁଲ ଗୁଡ଼ିକରେ ଯୌନ ନିର୍ଯାତନା ମାମଲାକୁ ହ୍ୟାଣ୍ଡେଲ ନ କରିପାରିବା ନୂଆ କରି ମନ୍ତ୍ରୀ ହୋଇଥିବା ଜଗନ୍ନାଥ ସାରକାଙ୍କ ମାର୍କ କମାଇପାରେ ବୋଲି ଅନୁମାନ କରାଯାଉଛି । ସେହିଭଳି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଆଗରେ ରହିଛି ଭିତ୍ତିଭୂମି ସୁଧାରିବାର ଦାୟୀତ୍ୱ । ମାତ୍ର ଖେଳ ଓ ଖେଳାଳୀଙ୍କ ସମସ୍ୟା ତୁଷାରଙ୍କ ମାର୍କ ବି କମାଇପାରେ । ତେବେ ମୁଖ୍ୟମନ୍ତ୍ରୀଙ୍କ 5T ମନ୍ତ୍ର ସହ ପାଂଚଟି ନିର୍ଦେଶକୁ କଡ଼ା କଡ଼ି ପାଳନ କରୁଥିବା କହିଛନ୍ତି ମନ୍ତ୍ରୀ ।
ସବୁଠୁ ବଡ କଥା ହେଉଛି ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ 5Tର ଦାୟୀତ୍ୱ ସମ୍ଭାଳୁଛନ୍ତି ତୃତୀୟ ମହଲାର ହାଇ ପ୍ରୋଫାଇଲ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ଭି କାର୍ତ୍ତିକେୟନ୍ ପାଣ୍ଡିଆନ । ପାଣ୍ଡିଆନଙ୍କୁ ଦାୟୀତ୍ୱ ମିଳିବା ପରେ ମନ୍ତ୍ରୀମାନଙ୍କୁ ସେ କେତେ ତପ୍ତରତାର ସହ ସମୟାନୁବର୍ତ୍ତିତା ହୋଇ କାର୍ଯ୍ୟ କରାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
ଅର୍ଗସ ବ୍ୟୁରୋ: ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ 3ଟି ରାଜ୍ୟରେ ଜିତିଥିବା ବିଜେପି, ମୁଖ୍ୟମନ୍ତ୍ରୀ ବାଛିବାକୁ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଆଜି ତିନି ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବ ବିଜେପି। ଏହାର ଅର୍ଥ 3 ରାଜ୍ୟ ପାଇଁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବାକୁ ଯାଉଛି। ମଧ୍ୟପ୍ରଦେଶରେ କ୍ଷମତା ବଜାୟ ରଖିଛି ବିଜେପି। ସେହିପରି ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରି କ୍ଷମତାକୁ ଫେରିଛି ଭାରତୀୟ ଜନତା ପାର୍ଟି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଆଜି ଉତ୍ତରାଖଣ୍ଡରେ ବିଶ୍ୱ ନିବେଶକ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡେରାଡୁନରେ ଅନୁଷ୍ଠିତ ହେବ ଏହି ଦୁଇ ଦିନିଆ ସମ୍ମିଳନୀ। 44000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ହେବ ଉଦ୍ଘାଟନ। ଦେଶ ବିଦେଶର 1000ରୁ ଅଧିକ ପ୍ରତିନିଧି ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ : କେବଳ ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର ବିଜ୍ଞାପନ ମାଧ୍ୟମରେ ପ୍ରଚାର ପ୍ରସାରରେ ମାତିଛି କିନ୍ତୁ ଅପରପକ୍ଷେ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳାସଶକ୍ତିକରଣ ନାରେ ହରିଲୁଟ୍ ହେଉଛି ।‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ସ୍ଥାୟୀ ସମାଧାନ କରନ୍ତୁ ।ମୁଖ୍ୟମନ୍ତ୍ରୀ ନବୀନ ବାବୁ ଭୁବନେଶ୍ୱରେ ଅଳିଆ ପାହାଡ ଛିଡା କରାଇଛନ୍ତି । ନବୀନ ଶାସନ ଓ ଅଳିଆ ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ସାରା ସହର ଗନ୍ଧମୟ । ଜିଲ୍ଲା ବିଜେପି ଏହା କୁ ନେଇ ବିଗତ ଦଶ ଦିନ ଧରି ସତ୍ୟାଗ୍ରହ କରି ଆସୁଛି ଯାହାକୁ ଭୁବନେଶ୍ୱର ବାସୀଙ୍କ ବିପୁଳ ସମର୍ଥନ ଦେଖିବାକୁ ମିଳୁଛି।ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଜିଲ୍ଲା ବିଜେପି ତରଫରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଏବଂ ଏହି ଆନ୍ଦୋଳନ ପ୍ରତି ମୁଁ ଜଣେ ଭୁବନେଶ୍ୱର ବାସିନ୍ଦା ହିସାବରେ ପୂର୍ଣ୍ଣ ସମର୍ତନ ରହିଛି ବୋଲି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ।ଦୀର୍ଘଦିନର ବିଜେଡି ସରକାର ସାଧାରଣ ଲୋକଙ୍କ ଦୁଃଖର କାରଣ ସାଜିଛି । ରାଜ୍ୟ ସରକାର ଏହି ‘ଡମ୍ପିଂ ୟାର୍ଡ’ ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଏହି ସତ୍ୟାଗ୍ରହକୁ ଜାରି ରଖିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱରର ଲୋକେ ଭୋଟ ଓ ଟିକସ ଦେଇ ରୋଗକୁ ଉପାହାରରେ ପାଉଛନ୍ତି । ଟିକସ ନେଇ ନିଜ ଦାୟୀତ୍ୱ ଭୁଲି ଯାଉଛି ବିଏମସି । ସ୍ମାର୍ଟସିଟି ଭୁବନେଶ୍ୱରର ସ୍ୱଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର, ମେୟର, କମିଶନର, ବିଭାଗୀୟ ଅଧିକାରୀ, ବିଏମସି କର୍ତୃପକ୍ଷ ମିଳିତ ଭାବେ ଦାୟୀତ୍ୱ ନିଅନ୍ତୁ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଦାବି କରିଛନ୍ତି । ଏହି ଦୁର୍ଗନ୍ଧ ପରିବେଶ ପାଇଁ ଭୁବନେଶ୍ୱରବାସିନ୍ଦାଙ୍କ ଦୁଃଖ ଓ ଧର୍ଯ୍ୟର ସୀମାକୁ ରାଜ୍ୟ ସରକାର ପରୀକ୍ଷା ନକରି ଏହାର ସୁବ୍ୟବସ୍ଥା କରନ୍ତୁ ।ଭୁବନେଶ୍ଵରକୁ ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବାରେ ବିଜୁ ଜନତା ଦଳ ୧ ନମ୍ବର। ବିଜୁ ଜନତା ଦଳର ବିଧାୟକ ମାନେ ଓ ମେୟର ନୈତିକତା ଦୃଷ୍ଟିରୁ ରାଜଧାନୀ ବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ସ୍ଥାନୀୟ ଅଞ୍ଚଳରେ ଏଥିପାଇଁ ରୋଗରେ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ।ରାଜଧାନୀ ଭୁବନେଶ୍ୱରବାସିନ୍ଦାଙ୍କୁ ‘ସୁରକ୍ଷିତ ସ୍ୱାସ୍ଥ୍ୟ ଏବଂ ସନ୍ତୁଳିତ ପରିବେଶ’ ପ୍ରଦାନ କରିବାକୁ ବିଜେପି ପ୍ରତିଶୃତିବଦ୍ଧ । ଏଥି ସହ ‘ସବୁଜ ଭୁବନେଶ୍ୱର ଗଠନ’ ଭାରତୀୟ ଜନତା ପାର୍ଟିର ପ୍ରାଥମିକତା।ଅଳିଆ ପାହାଡ଼ କରି ଦାୟିତ୍ବ ନନେଲେ ଭୁବନେଶ୍ୱର ବାସୀ ସେ ଦାୟିତ୍ବ ନେବାକୁ ପସ୍ତୁତ ତେଣୁ ମେୟର ମହୋଦୟ ଙ୍କୁ ବିନମ୍ବର ଅନୁରୋଧ ସେ ଦାୟିତ୍ବ ଛାଡ଼ିଦିଅନ୍ତୁ ବୋଲି ଶ୍ରୀ ସିଂ କହିଛନ୍ତି।
ସହର ସାରା ଗନ୍ଧେଇଲାଣି। ରାଜଧାନୀ ବାସୀ ଅଣନିଶ୍ୱାସି ହେଲେଣି। ଭୁବନେଶ୍ୱର ର ତିନି ଜଣ ବିଧାୟକ ଓ ମେୟର ମହାଶୟା କୁଆଡେ଼ ଗଲେ? ବିଜେଡ଼ି କୁ ଭୋଟ୍ ଦେଇ କଣ ଲୋକେ ଭୁଲ କଲେ? ଏଭଳୀ ଏକ ଘଡ଼ି ସନ୍ଧି ସମୟରେ ଶାସନରେ ଥିବା ଲୋକ ପ୍ରତିନିଧି ଦାୟିତ୍ବ ନନେବା ଦୁର୍ଭାଗ୍ୟ ଜନକ। ମୁଖ୍ୟମନ୍ତ୍ରୀ ମାତ୍ର ଆଠ କିମି ଦୂରରେ ରହୁଛନ୍ତି କିନ୍ତୁ ସେ ମଧ୍ୟ ନୀରବ। ଏହା ପ୍ରମାଣ କରୁଛି ଏଠି ଶାସନ ବ୍ୟବସ୍ଥା ଭୁସୁଡୁଛି। ଦୟା କରି ସରକାର ଆଉ ଲୋକଙ୍କ ଧର୍ଯ୍ୟ ପରୀକ୍ଷା କରନ୍ତୁ ନାହିଁ। କାରଣ ଲୋକ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ। ସେଥି ପାଇଁ ପ୍ରଶାସନ ଦାୟୀ ରହିବ। ରାଜଧାନୀ ର ସମସ୍ୟାକୁ ସମାଧାନ କରିବାକୁ ସମର୍ଥ ନୁହନ୍ତି କିନ୍ତୁ ସାରା ଓଡ଼ିଶା ହେଲିକପ୍ଟର ରେ ବୁଲି ସହ ସହ କୋଟି ଲୋକଙ୍କ ଟଙ୍କା ଖର୍ଚ୍ଚ କରି ପ୍ରଚାର କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।
ବିଜୁ ଜନତା ଦଳ କେବଳ ରାଜନୀତି କରିବାରେ ବେସ୍ତ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ରେ ନୁହେଁ ,ଏହା ନୈତିକ ହିନ ରାଜନେତା ମାନଙ୍କ ଲକ୍ଷଣ। ସ୍ବଚ୍ଛତା ନାମରେ କୋଟି କୋଟି ଟଙ୍କା ଦୁର୍ନୀତି କରିବା ଓ ସାଧାରଣ ଲୋକଙ୍କ ଟଙ୍କା ଲୁଟି ଖାଇବା ବିଜୁ ଜନତା ଦଳର ଅଭ୍ୟାସ। ଏହି ଆନ୍ଦୋଳନ ଲୋକଙ୍କ ପାଇଁ ଚାଲିଛି ଓ ଆଗକୁ ମଧ୍ୟ ଏଭଳି ଚାଲିଥିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି। ଆଜିର ଏହି ସତ୍ୟାଗ୍ରହ ରେ ବିଜେପି ନେତା ପବିତ୍ର ଦାସ,ଠାକୁର ରଞ୍ଜିତ ଦାସ,ରାଜେନ୍ଦ୍ର ଦାସ, ସ୍ୱୟଂ ସେବକ ରାୟ, ପ୍ରଶାନ୍ତ ମହାନ୍ତି , ଲିପା ଦାସ, ମାନସୀ ରାୟ ପାଢ଼ୀ, ପ୍ରତୀକ୍ଷା ମହାପାତ୍ର, ନଗେନ ବିଶୋଇ , ଯଯାତୀ ବିଶ୍ଵାଳ ଙ୍କ ସହ ଜିଲ୍ଲା ର ସମସ୍ତ ନେତୃତ୍ବ ଉପସ୍ଥିତ ଥିଲେ।