ଭୁବନେଶ୍ୱର: ଆଜି ସାନି ମତଦାନ । ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ମତଦାନ ସରିଛି । କିନ୍ତୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ବନ୍ଦ ହୋଇଥିବା ୯ଟି ବୁଥରେ ସାନି ମତଦାନ ହେବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ଏନେଇ ଆଜି ରାଜ୍ୟର ୯ଟି ବୁଥରେ ହେବ ସାନି ମତଦାନ । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲେ ସିଇଓ ସୁରେନ୍ଦ୍ର କୁମାର ।
ସାନି ନିର୍ବାଚନ ହେଉଥିବା ୯ଟି ବୁଥ ଗୁଡିକ ମଧ୍ୟରେ ସୁନ୍ଦରଗଡର ୨ଟି, କନ୍ଧମାଳର ୨ଟି, ବରଗଡର ୪ଟି ଓ ଆସ୍କାର ଗୋଟିଏ ବୁଥ ରହିଛି । ଏହି ୯ଟି ବୁଥରୁ କିଛି ସ୍ଥାନରେ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବାକୁ ଥିବା ବେଳେ ଆଉ କିଛି ସ୍ଥାନରେ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ସମ୍ବେଦନଶୀଳ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
