ବାଲେଶ୍ୱର: ବରିଷ୍ଠ ବିଜେପି ନେତା ପ୍ରତାପ ଷଢଙ୍ଗୀ ଆଜି ଜଳେଶ୍ୱରରେ ବିଜେଡି ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ କେତେବେଳେ ଭିତରକୁ ଯିବେ ତାହା କେହି କହିପାରିବେନି । ଚିଟ୍ଫଣ୍ଡ ଖଣ୍ଡା ତାଙ୍କ ମୁଣ୍ଡ ଉପରେ ଝୁଲୁଛି । ଚିଟ୍ଫଣ୍ଡ ଘୋଟାଲାରେ ନବୀନ ନିବାସର ଅତ୍ୟନ୍ତ ଘନିଷ୍ଠ ସାରୋଜ ସାହୁକୁ ସିବିଆଇ ଜେରା କରି ସାରିଛି । ଖାଲି ସେତିକି ନୁହେଁ ଅନେକ ବିଜେଡି ନେତା ଏବେ ମଧ୍ୟ ସିବିଆଇ ସ୍କାନରରେ ରହିଛନ୍ତି । ନବୀନ ବାବୁ ମଧ୍ୟ ସିବିଆଇ ସ୍କାନରରେ ଅଛନ୍ତି ବୋଲି ଜଣାପଡ଼ିଛି ।
ତେବେ ଏହି ନିର୍ବାଚନରେ ନବୀନ ସମ୍ପୁର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି । ସେଥିପାଇଁ ସେ ଏବେ ବିରୋଧୀଙ୍କୁ ଗୁଳିରେ ସାମ୍ନା କରୁଛନ୍ତି । ଏଭଳି କଡ଼ା ଭାଷାରେ ବାଲେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ପ୍ରତାପ ଷଢଙ୍ଗୀ ଆଜି ବିଜେଡି ଉପରେ ବର୍ଷିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବୀନଙ୍କ ବୁଲେଟର ଜବାବ ଓଡ଼ିଶାବାସୀ ବାଲଟରେ ଦେବେ ।
ତେବେ ଶୁଣନ୍ତୁ କ’ଣ ସବୁ କହିଛନ୍ତି ପ୍ରତାପ...
