ସୋର ଉପକାରାଗାର ରୁ କଏଦୀ ଚମ୍ପଟ
ସରକାରୀ ଜମି ମାଡ଼ିବସିଛନ୍ତି ବିଜେଡି ନେତା, ପ୍ରମାଣ ବି ଅଛି: ତାରା
ଭୁବନେଶ୍ୱର: ଆଜି ପୁଣି ବିଜେଡି ନେତାଙ୍କ ନାଁରେ ଆସିଛି ବଡ଼ ଅଭିଯାେଗ । ବିଭିନ୍ନ ସମୟରେ ବିଜେଡି ନେତାଙ୍କ ନାଁରେ ଆସୁଥିବା ଜମି କେଳେଙ୍କାରୀ ପ୍ରସଙ୍ଗ ଆଜି ପୁଣି ଉଠିଛି ବିଧାନସଭାରେ । ଗୃହ ବାହାରେ ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହନୀପତି ତଥା ଭାଲୁ ଭାଇ ଆଣିଛନ୍ତି ସଙ୍ଗିନ୍ ଅଭିଯୋଗ । ସେ କହିଛନ୍ତି ବିଜେଡି ନେତା ମାନେ ଅନେକ ସ୍ଥାନରେ ସରକାରୀ ଜମି ଜବର ଦଖଲ କରି ରଖିଛନ୍ତି । ଏନେଇ ତାଙ୍କ ପାଖରେ ପ୍ରମାଣ ମଧ୍ୟ ରହିଛି । ସେହି ସରକାରୀ ଜମିଗୁଡ଼ିକରୁ ଜବରଦଖଲ ହଟାଯାଇ ମଶାଣୀ ଓ ମନ୍ଦିର ପାଇଁ ଦିଆଯାଉ ବୋଲି ତାରା ଦାବି କରିଛନ୍ତି ।
Download Argus News App
