ନିଜେ ଅପହୃତ ରଚିଥିଲା ଅପହରଣ ନାଟକ
ଆସନ୍ତାକାଲି ବାଚସ୍ପତି ନିର୍ବାଚନ, ସୂର୍ଯ୍ୟ ପାତ୍ରଙ୍କ ନାଁ ସୁପାରିଶ କରିବେ ଆରୁଖ୍
ଭୁବନେଶ୍ୱର: ବିଧାନସଭାରେ ନୂଆ ବାଚସ୍ପତି ପାଇଁ ଆସନ୍ତାକାଲି ହେବ ନିର୍ବାଚନ । ଏନେଇ ବିଧାନସଭା ସଚିବ ନୋଟିସ୍ ଜାରି କରିଛନ୍ତି । ବାଚସ୍ପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ତେବେ ବାଚସ୍ପତି ନିର୍ବାଚନ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପୂର୍ବରୁ ବାଚସ୍ପତି ପାଇଁ ବରିଷ୍ଠ ନେତା ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ନାଁ ଘୋଷଣା କରିଛନ୍ତି । ତେଣୁ ସେ ଆସନ୍ତାକାଲି, ସେ ପ୍ରସ୍ତାବକ ଭାବେ ସୂର୍ଯ୍ୟଙ୍କ ନାଁ ସଚିବଙ୍କ ଠାରେ ସୁପାରିଶ କରିବେ ବୋଲି କହିଛନ୍ତି । ପୂର୍ବାହ୍ନ ୧୧ଟା ସମୟରେ ବିଧାନସଭା ଅଧିବେଶନରେ ବାଚସ୍ପତି ନିର୍ବାଚନ ହେବ ବୋଲି ସ୍ଥିର କରାଯାଇଛି ।
ତେବେ ବିଧାନସଭା ନିର୍ବାଚନ ସରିବା ପରେ କାଳଚଳା ବାଚସ୍ପତି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ।ସେ ଦାୟିତ୍ୱ ନେବା ପରେ ନବନିର୍ବାଚିତ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇଥିଲେ ।Download Argus News App
