ଗୋପ୍: ପୁରୀ ଜିଲ୍ଲା ଗୋପ୍ରେ ବିଜେପିର ‘ଜବାବ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଜ୍ୟ ସରକାରଙ୍କ ବିଫଳତା ପୁଣି ବଖାଣିଛନ୍ତି । ଗୋପ୍ରେ ନିଜ ଭାଷଣ ଆରମ୍ଭ କରିବା ପୂର୍ବରୁ ଧର୍ମେନ୍ଦ୍ର ଓଡ଼ିଶା ମାଟିର ବୀର ସହୀଦ୍ଙ୍କୁ ମନେପକାଇଛନ୍ତି । ସେ ଏହି ଅବସରରେ କହିଛନ୍ତି ଯେ, ରାଜ୍ୟ ସରକାର ଏବେ ସମ୍ପୁର୍ଣ୍ଣ ଦୁର୍ନୀତି ଗ୍ରସ୍ତ । ଚିଟ୍ଫଣ୍ଡ ଠାରୁ ଆରମ୍ଭ କରି ପିସି ପର୍ଯ୍ୟନ୍ତ ସବୁ ପ୍ରକାର ଘୋଟାଲାରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ରହିଛି । ଆଗାମୀ ନିର୍ବାଚନରେ ଏହି ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ସେ ଗୋପବାସୀଙ୍କୁ ଆହ୍ୱାନ୍ ଦେଇଛନ୍ତି । ସେ ଚାଷୀ ଓ ଚାଷ କଥା କହି ରାଜ୍ୟ ସରକାରଙ୍କୁ ଲୋକଙ୍କ ହଳିଆ ବୋଲି କହିଛନ୍ତି । ସେ କହିଛନ୍ତି ହଳିଆକୁ ବର୍ଷ ଶେଷରେ ଯେଭଳି ଚାଷର ହିସାବ ମଗାଯାଏ ସେହିଭଳି ଏହି ସରକାରକୁ ମଧ୍ୟ ହିସାବ ମାଗିବାର ସମୟ ଆସିଛି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଅନେକ ବିଫଳତା ଲୋକଙ୍କ ଆଗରେ ରଖିଛନ୍ତି ଧର୍ମେନ୍ଦ୍ର । ପୁରୀ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମ୍ପୁର୍ଣ୍ଣ ବିଗିଡ଼ି ଯାଇଥିବା କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ପୁରୀରେ ଅନେକ ଡାକ୍ତରଖାନା ଥିବା ବେଳେ ଏଠି ଡାକ୍ତରଙ୍କ ଘୋର ଅଭାବ ରହିଛି । ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ସେବା ଚାଲିଥିଲେ ମଧ୍ୟ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି । ପୁରୀ ଜିଲ୍ଲାରେ କାହିଁକି ଆଜି ଅଧା ଡାକ୍ତର ପଦବୀ ଖାଲି ପଡ଼ିଛି ବୋଲି ରାଜ୍ୟ ସରକାରଙ୍କୁ ସେ ଜବାବ ମାଗିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଦୀର୍ଘ 19 ବର୍ଷ ଧରି ଏହି ନବୀନ ସରକାର ଶାସନ କଲା ପରେ ମଧ୍ୟ ଆଜି ବି ରାଜ୍ୟରେ ଲୋକଙ୍କୁ ପାଇବା ପାଣି ଟୋପାଏ ସୁବିଧାରେ ମିଳୁନାହିଁ । ପାଇପ ଯୋଗେ ପିଇବା ପାଣି ଯୋଗାଇବାରେ ସରକାର ସମ୍ପୁର୍ଣ୍ଣ ବିଫଳ ହୋଇଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି । କାହିଁକି ଲୋକଙ୍କୁ ପାଇପ୍ ଯୋଗେ ସୁବିଧାରେ ପାଣି ଯୋଗାଇ ଦିଆଯାଇନାହିଁ, ରାଜ୍ୟ ସରକାରଙ୍କୁ ତାର ଜବାବ ମାଗିଛନ୍ତି ଧର୍ମେନ୍ଦ୍ର । ଆହୁରି ମଧ୍ୟ କହିଛନ୍ତି ଯେ, ପୁରୀ ଜିଲ୍ଲାରେ ଯେତିକି ପାଣି ରହିଛି ତାର ସଂରକ୍ଷଣ ବ୍ୟବସ୍ଥା ଯଦି ରାଜ୍ୟ ସରକାର କରିଥାନ୍ତେ ତେବେ ଆଜି ଗୋଟିଏ ବି ଚାଷୀ ହତାଶ ହୋଇନଥାନ୍ତେ । ଏହି ପୁରୀର ଚାଷୀ ଭାଇମାନେ ଯଦି ସଠିକ୍ ଜଳସେଚନର ସୁବିଧା ପାଇପାରନ୍ତେ ତେବେ ସାରା ରାଜ୍ୟକୁ ପନିପରିବା ଯୋଗାଇବାର କ୍ଷମତା ତାଙ୍କର ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଖାଲି ସେତିକି ନୁହେଁ ଜଳ ସେଚନରେ ସୁବିଧା ନଥିବା ବେଳେ ଏଠାରେ ଚାଷୀଙ୍କ ପାଇଁ କୋଲ୍ଡ ସ୍ଟୋରେଜ୍ର ସୁବିଧା ମଧ୍ୟ ନାହିଁ । ଯାହା ଫଳରେ ଚାଷୀ ଭାଇମାନେ ନାନା ହଇରାଣ ହେଉଛନ୍ତି ।
ମହାନ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁ, ଚାଖି ଖୁଣ୍ଟିଆ ଓ ବକ୍ସି ଜଗବନ୍ଧୁଙ୍କ ଜନ୍ମ ମାଟି ପୁରୀ ଜିଲ୍ଲାର ଗୋପ ବ୍ଲକରେ ଆୟୋଜିତ ଜବାବ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଲି । pic.twitter.com/uWLrOUqCVk
— Dharmendra Pradhan (@dpradhanbjp) January 30, 2019
ସେ ଏହି ଅବସରେ ଶିକ୍ଷକଙ୍କ କଥା ମଧ୍ୟ ଉଠାଇଛନ୍ତି । ସେ କହିଛନ୍ତି ଏହି ସରକାର ଶିକ୍ଷକମାନଙ୍କୁ ଦରମା ଦେଇପାରୁ ନାହାନ୍ତି । କିନ୍ତୁ ବାହାରୁ ସୁପରଷ୍ଟାର ଆଣି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଶିକ୍ଷକମାନେ ଏହି ରାଜ୍ୟରେ ଅବହେଳିତ ହୋଇ ରହିଛନ୍ତି ।
ଏମିତିକି ବିଜୁଳି ଯୋଗାଇବାରେ ମଧ୍ୟ ରାଜ୍ୟ ସରକାର ବିଫଳ ହୋଇଥିବା କହିଛନ୍ତି ଧର୍ମେନ୍ଦ୍ର । ପୁରୀରେ 24 ଘଣ୍ଟା ବିଜୁଳି ରହୁନଥିବା କଥା କହି ରାଜ୍ୟ ସରକାରଙ୍କୁ ଏହାର ଜବାବ ମାଗିଛନ୍ତି ଧର୍ମେନ୍ଦ୍ର ।
କେନ୍ଦ୍ର ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରତ୍ୟେକ ସରକାରୀ ଯୋଜନାର ଫାଇଦା ଉଠାଇବାକୁ ହେଲେ ଏଠି ପିସି ଦେବାକୁ ପଡ଼ୁଛି ବୋଲି ସେ କହିଛନ୍ତି । ତେଣୁ ଏଭଳି ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ଏବେ ଜବାବ ମାଗିବାର ସମୟ ଆସିଛି । ଏହି ଦୁର୍ନୀତିର ଓ ସମସ୍ୟାର ସମାଧାନ ହେଉଛି ଏହି ସରକାରଙ୍କୁ ଗାଦିଚ୍ୟୁତ କରିବା ବୋଲି ଧର୍ମେନ୍ଦ୍ର ଗୋପବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ଅର୍ଗସ ବ୍ୟୁରୋ: ଚୀନରେ ବ୍ୟାପୁଥିବା ନିମୋନିଆକୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କ କରିବା ପରେ ଆଲର୍ଟ ସ୍ୱାସ୍ଥ୍ୟ ବିଭାଗ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟରେ ସର୍ଭେଲାନ୍ସ ବଢ଼େଇବା ସହ ପ୍ରତି ଜିଲ୍ଲାରେ କୋଭିଡ ଟେଷ୍ଟ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସ୍ଥାନରେ ଯଦି ଏକ ସାଙ୍ଗରେ ଅନେକ ରୋଗାକ୍ରାନ୍ତ ହୁଅନ୍ତି ତେବେ ମାସ୍ ଟେଷ୍ଟ କରାଯିବ । ଏନେଇ ସ୍ଵାସ୍ଥ୍ୟ ବିଭାଗକୁ ରିପୋର୍ଟ କରିବାକୁ କୁହାଯାଇଛି ।
ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ନିର୍ଦ୍ଦେଶ ରହିଛି ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନ୍ ପାୱାର୍, ମେଡିସିନ ଓ ଟେଷ୍ଟିଙ୍ଗ ଟ୍ରିଟମେଣ୍ଟ କରିବାକୁ କୁହାଯାଇଛି।
ଯଦିଓ ଏ ଭାଇରସ H9N2 ନୂଆ ନୁହେଁ କିନ୍ତୁ ଆମ ରାଜ୍ୟରେ ଏଯାଏଁ ଏହା ଚିହ୍ନଟ ହୋଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଆରଏମଆରସି ତଥ୍ୟ ଅନୁଯାୟୀ ଥଣ୍ଡା, କାଶ, ଛିଙ୍କ କୌଣସି ନୂଆ ଭାଇରସକୁ ନେଇ ହୋଇନାହିଁ ବୋଲି କହିଛନ୍ତି । ଏଯାବତ୍ ରାଜ୍ୟରେ ନୂଆ ଭାଇରସ ତଥ୍ୟ ନାହିଁ। ତଥାପି ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି, ସେମାନେ ମାସ୍କ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ୍ କରିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଥରେ ଭାବନ୍ତୁ ଆପଣ ବିମାନରେ ଯାତ୍ରା କରୁଥିବାବେଳେ ଯଦି ବିମାନରେ ହଠାତ ଝଟକା ଲାଗେ ଆଉ ଆପଣଙ୍କୁ ଅକ୍ସିଜେନ ଦରକାର ପଡ଼େ। ଆପଣଙ୍କୁ କେମିତି ଲାଗିବ ସତରେ ଭାବିଲେ ଛାତି ଥରି ଉଠୁଛି। ୨୪ହଜାର ଫୁଟ ଉପରେ ହଠାତ ଉଡ଼ିଗଲା ବିମାନ ଛାତ। କଣ ହେଲା ଯାତ୍ରୀମାନଙ୍କର ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଛି। ଯାତ୍ରୀମାନେ ଜୀବିତ ନା ମୃତ। ବିମାନର ଛାତିଥରା ଦୁର୍ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ। ଟ୍ରେନ ହେଉ କି ପ୍ଲେନ ହେଉ ଦୁର୍ଘଟଣା ଘଟିଲେ ଶୁଣିଲେ ମଧ୍ୟ ଛାତି ଥରି ଉଠେ। ବିମାନରେ ଥିଲେ ୮୯ଜଣ ପାସେଞ୍ଜର ଏବଂ ଏଥିରେ ୬ଜଣ କ୍ର୍ୟୁ ମେମ୍ବର ଥିଲେ।
ବିମାନଟି ସ୍ଥଳଭାଗରୁ ୨୪୦୦୦ ଫୁଟ ଉପରେ ଥିଲା। ହଠାତ ବିମାନ ଛାତ ଉଡ଼ିଗଲା। ଲାଗୁଥିଲା କ୍ରାସ ହୋଇଯିବ। ଆଉ ସମସ୍ତେ ପ୍ରାଣ ହରାଇବେ। କିନ୍ତୁ ଭଗବାନ ମଝି ଆକାଶରେ ଚମତ୍କାର କରିଲେ। ୨୪୦୦୦ ଫୁଟ ଉପରେ ଲୋକେ ଭୟଙ୍କର ଚିତ୍କାର କରିବା ସହ କାନ୍ଦୁଥିଲେ। ଭାବୁଥିଲେ ଆଉ କେହି ବଞ୍ଚିବେନି। ଆପଣ ଫିଲ୍ମ କାହାଣୀ ଭାବୁଛନ୍ତି ନା। କିନ୍ତୁ ଏହା ସତ ଘଟଣା। ଏମିତି ଘଟିଥିଲା ୧୯୮୮ ମସିହା ଏପ୍ରିଲ ୨୮ରେ। ଏହା ଥିଲା ଏକ ଅଶୁଭ ଦିନ। ଆମେରିକାର ଆଲୋହା-୨୪୩ ଏୟାର ଲାଇନ୍ସ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ ଦୁଇ ଇଞ୍ଜିନ ବିଶିଷ୍ଟ ବୋଇଂ ୭୩୭ ସେଦିନ ୯୪ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ ଆରମ୍ଭ କରିଥିଲା। ବିମାନ ୪୦ ମିନିଟ ଉଡାଣ ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାନ୍ତା। କିନ୍ତୁ ହଠାତ ବିମାନର ପଙ୍ଖା ଖରାପ ହୋଇଗଲା। ଏବଂ ମଝି ଆକାଶରେ ବିମାନର ଛାତ ଉଡିଯାଇଥିଲା। ପ୍ରଶାନ୍ତ ମହାସାଗର ଉପରେ ବିମାନଟି ଝୁଲୁଥିଲା। ଲାଗୁଥିଲା ଯେମିତି ସାଙ୍ଗେ ସାଙ୍ଗେ ଖସିପଡ଼ିବ। ଆଉ କେହି ବଞ୍ଚିବେନି। ଭୟଙ୍କର ଶବ୍ଦ ଏବଂ ପବନ ଯୋଗୁ ଯାତ୍ରୀମାନେ କାନ୍ଦିବା ସହ ଚିତ୍କାର କରି ଡରିକି ବେଲ୍ଟ ଯାକ ପିନ୍ଧି ପକାଇଥିଲେ।
ବିମାନ ଆଟେଣ୍ଡାଣ୍ଟ କାରାବେଲ ଲାନସି ଲୋକଙ୍କ କଥା ବୁଝୁଥିଲେ। କିନ୍ତୁ ହଠାତ ପ୍ରବଳ ପବନ ଯୋଗୁ ବାହାରକୁ ଉଡ଼ିଯାଇଥିଲେ। କିନ୍ତୁ ପାଇଲଟ ଏସବୁ ଦେଖିକି ମଧ୍ୟ ଧୈର୍ଯ୍ୟ ହାରି ନ ଥିଲେ। ଛାତ ନ ଥିଲେ ବି ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟ କରିଥିଲେ। ଭଙ୍ଗା ବିମାନକୁ ଧୀରେ ଧୀରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଇଥିଲେ। ଆମେରିକାର କାହୁଲେଇ ଏୟାରପୋର୍ଟରେ ଭଙ୍ଗା ବିମାନ ଅବତରଣ କରିଥିଲା। ସେତେବେଳକୁ ବିମାନ ଇଞ୍ଜିନରେ ନିଆଁ ଲାଗିସାରିଥିଲା। ବୋଧେ ଭଗବାନ ଥିଲେ ବୋଲି ଯାତ୍ରୀମାନଙ୍କର ଜୀବନ ବଞ୍ଚିଗଲା। ୭ଜଣ ଯାତ୍ରୀ ଗୁରୁତର ହୋଇଥିଲେ। କିନ୍ତୁ ୬ଜଣ କ୍ର୍ୟୁ ମେମ୍ବରଙ୍କ ମୃତଦେହ ଏଯାଏ ମିଳିନି। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯାତ୍ରୀ ମାନଙ୍କର ଜୀବନ ବଞ୍ଚିଗଲା।
ଅଧିକ ପଢ଼ନ୍ତୁ ବିଦେଶ ଖବର
ନୂଆଦିଲ୍ଲୀ: ଆଉ କିଛି ସମୟର ଅପେକ୍ଷା। ଟନେଲରେ ଫସିଥିବା ଶ୍ରମିକ ହେବେ ଉଦ୍ଧାର । ଟନେଲ ଭିତରୁ ପସିଲା ଉଦ୍ଧାରକାରୀ ଟିମ୍।
ବର୍ତ୍ତମାନ ଉଦ୍ଧାରକାରୀ ଦଳ ଫସିଥିବା ଶ୍ରମିକଙ୍କ ପାଖରେ। ଟନେଲ ଭିତରୁ ରଶି ଆଉ ପାଇପ୍॥ ଶିଘ୍ର ଜଣଙ୍କ ପରେ ଜଣେ ପାଇପ୍ ଦ୍ୱାରା ହେବେ ଉଦ୍ଧାର । ଡ୍ରିଲିଂ କାମ ଶେଷ ହୋଇଥିବା ସୂଚନା।ଦୀର୍ଘ ୧୭ ଦିନ ପରେ ଦେଖିକ ଖୋଲା ଆକାଶ। ଫସିଥିବା ଶ୍ରମିକଙ୍କ ସମ୍ପର୍କୀୟ ମାନେ ଟନେଲ ବାହାରେ ଅନେଇ ରହିଛନ୍ତି କେତେବେଳ ଉଦ୍ଧାର ହେବେ।
ଅଧିକ ପଢନ୍ତୁ ଓଡ଼ିଶା ଖବର