ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରସରୁ ବହିଷ୍କୃତ ହେବାପରେ ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କଡ଼ା ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ତିନି ରାଜ୍ୟର ସଫଳତା ପରେ ଆସନ୍ତା ୨୫ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହାକୁ ଦୃଷ୍ଟିରେ ରଖି ଶ୍ରୀକାନ୍ତ ଛାଡ଼ିଛନ୍ତି ଏକ ବିରାଟ ବାକ୍ୟ ବାଣ । ଯାହା ରାଜ୍ୟ ରାଜନୀତିର ତତଲା ମାହୋଲକୁ ଆହୁରି ତତାଇ ଦେଇଛି ।
ଦଳରୁ ବହିଷ୍କୃତ ହେବା ପରେ ଶ୍ରୀକାନ୍ତ ସିଧାସଳଖ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି । ରାହୁଲ ଗାନ୍ଧି ଖଣି ମାଫିଆଙ୍କ ସହ ମହାମେଣ୍ଟ କରିଛନ୍ତି । ସେ ପୁଣି କହିଛନ୍ତି ଯେ, ଓଡ଼ିଶାର ଅନ୍ତବୁଜୁଳାକୁ ଲୁଟ୍ କରିବାକୁ ପଟ୍ଟନାୟକ ବ୍ରଦର୍ସ, ନବୀନ ପଟ୍ଟନାୟକ ଏବଂ ରାହୁଲ ଗାନ୍ଧୀ ହାତ ମିଳାଇଛନ୍ତି ।
ଶ୍ରୀକାନ୍ତ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧି କଂଗ୍ରେସକୁ ତଳ ସ୍ତରକୁ ନେଇ ଆସିଛନ୍ତି । ଖଣି ମାଫିଆଙ୍କ ସହ ହାତ ମିଳାଇବା କଂଗ୍ରେସ ଦଳର ଆଦର୍ଶ ନଥିଲା । ରାହୁଲ ଗାନ୍ଧିଙ୍କ ଭଳି ନେତା ଦଳକୁ ଏଭଳି ସ୍ତରକୁ ଆଣିଛନ୍ତି । ଓଡ଼ିଶାର ଖଣି ଲୁଟ୍ ଟଙ୍କାରେ ରାହୁଲ ରାଜନୀତି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏବେ ଲଢେଇ ଆରମ୍ଭ ହୋଇଛି, ଏହା ଆର-ପାରର ଲଢେଇ ।
ଗୋଟିଏ ପଟେ ପଟ୍ଟନାୟକ ବ୍ରଦର୍ସ ଅନ୍ୟପଟେ ସାଧାରଣ ଜନତା । ଖଣି ମାଫିଆଙ୍କ ବିରୋଧରେ ମୁହଁ ଖୋଲିଥିବାରୁ ତାଙ୍କୁ ବିରୋଧ କରାଯାଇଥିବା କହିଛନ୍ତି ଶ୍ରୀକାନ୍ତ ଜେନା । ତେବେ ଏସମସ୍ତ ପ୍ରତିକ୍ରିୟା ଭିତରେ ଶ୍ରୀକାନ୍ତ କହିଛନ୍ତି ଯେ, ଆସନ୍ତା ୨୫ରେ ସେ ମହାଖୁଲାସା କରିବେ । ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ମହାଖୁଲାସା ପରେ ରାହୁଲ ଗାନ୍ଧି ସାରା ଭାରତରେ କେଉଁଠି ମଧ୍ୟ ମୁହଁ ଦେଖାଇପାରିବେ ନାହିଁ । ତେବେ ଶ୍ରୀକାନ୍ତଙ୍କ ମହାଖୁଲାସାର ପ୍ରକୃତ ପ୍ରଭାବ ଆସନ୍ତା ୨୫ରେ ହିଁ ଜଣାପଡିବ ।
ଅନ୍ୟପଟେ ଶ୍ରୀକାନ୍ତ ଜେନାଙ୍କ ଏପରି ବୟାନ ପରେ ବିଜେଡ଼ି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଶ୍ରୀକାନ୍ତଙ୍କ ମନ୍ତବ୍ୟ ଅମୂଳକ ଓ ଅସତ୍ୟ । ଦଳରେ ଥିବା ବେଳେ ଗୋଟିଏ କଥା କହୁଥିଲେ, କିନ୍ତୁ ଏବେ ଦଳ ଛାଡ଼ିବା ପରେ ଆଉ ଗୋଟିଏ କଥା କହୁଛନ୍ତି । ପୂର୍ବରୁ କହୁଥିଲେ, ବିଜେପି-ବିଜେଡ଼ି ମହାମେଣ୍ଟ ହୋଇଛି, ଏବେ କହୁଛନ୍ତି ରାହୁଲ ଗାନ୍ଧୀ- ନବୀନ ପଟ୍ଟନାୟକଙ୍କ ମଧ୍ୟରେ ମହାମେଣ୍ଟ ହୋଇଛି । ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ମତ ରଖନ୍ତି ଶ୍ରୀକାନ୍ତ, ଏବଂ ତାଙ୍କ ମନ୍ତବ୍ୟରେ ସମାନତା ନଥାଏ ବୋଲି କହିଛନ୍ତି ପ୍ରତାପ ଦେବ ।
ଅର୍ଗସ ବ୍ୟୁରୋ : କଟକ ସ୍ଥାନୀୟ ଖାନନଗର ଶ୍ରୀ ଶ୍ରୀ ପୁରୁଷୋତମ ଜୀଉ ମନ୍ଦିରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ୧୫ ସେପ୍ଟେମ୍ବର ଶୁକ୍ରବାର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ୭ ଘଣ୍ଟା ବିଳମ୍ବ ତଥା ସକାଳର ସୂର୍ଯ୍ୟପୂଜା ସଂଧ୍ୟାରେ ସଂପନ୍ନ ହେବା ଘଟଣା ଏବଂ ଶ୍ରୀମନ୍ଦିରର ଶାଢୀ ବନ୍ଧା ଗ୍ରହବିପ୍ର ବ୍ରାହ୍ମଣ ସେବାୟତଙ୍କ ପ୍ରତି ହୋଇଥିବା ଅପାମାନକୁ ତୀବ୍ର ନିନ୍ଦା କରିଛି ରାଷ୍ଟ୍ରୀୟ ସୂଯ୍ୟାଂଶୀ ବ୍ରାହ୍ମଣ ସଂଗଠନ (ଆରଏସବିଏସ) । କିଛି ମୁଷ୍ଟମେୟ କୁସଂସ୍କାରୀଙ୍କ ପାଇଁ ଏପରି ଅଘଟଣ ହୋଇଛି । ଶ୍ରୀମନ୍ଦିର କାହାରି ବ୍ୟକ୍ତିଗତ ସଂପତ୍ତି ନୁହେଁ । ଏହି ଘଟଣା କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଦେଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହାକୁ ତୀବ୍ର ନିନ୍ଦା କରି ରାଷ୍ଟ୍ରୀୟ ସୂଯ୍ୟାଂଶୀ ବ୍ରାହ୍ମଣ ସଂଗଠନର ରାଷ୍ଟ୍ରୀୟ ପ୍ରବକ୍ତା ପଣ୍ଡିତ ପରମାନନ୍ଦ ଜ୍ୟୋତିଷୀ କହିଛିନ୍ତି ଯେ ଶ୍ରୀମନ୍ତିରରେ ଗ୍ରହବିପ୍ର ବ୍ରାହ୍ମଣ ସେବାୟତ ପୁରୁଷ ପୁରୁଷ ଧରି ଶ୍ରୀରଜୀଉଙ୍କ ଶାଢୀ ବନ୍ଧା ବ୍ରାହ୍ମଣ ସେବାୟତ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ସଂହାରୀ ପୁଷ୍ପାଳକ ହେଉଛନ୍ତି ମହାପ୍ରଭୁଙ୍କ ଶାଢୀ ବନ୍ଧା ବ୍ରାହ୍ମଣ ସେବାୟତ । ଉଭୟ ବ୍ରାହ୍ମଣ ସେବାୟତ ହେଇଥିଲାବେଳେ ଶଙ୍ଖମିତ୍ର ସଂହାରୀ ମହାପ୍ରଭୁଙ୍କ ଶାଢୀ ବନ୍ଧା ଗ୍ରହବିପ୍ର ବ୍ରାହ୍ମଣ ସେବାୟତ ଶରତ ମହାପାତ୍ରଙ୍କ କନ୍ୟାଙ୍କୁ ବିବାହ କରିବାରେ ଅସୁବିଧା ରହିଲା କେଉଁଠି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଆରଏସବିଏସର ରାଷ୍ଟ୍ରୀୟ ପ୍ରବକ୍ତା ।
ଉଭୟଙ୍କ ବିବାହ ବୈଦିକ ରୀତିରେ ସଂପନ୍ନ ହୋଇଥିଲା । ଏହା ଶାସ୍ତ୍ର ସିଦ୍ଧ ଓ ନୀତି ସିଦ୍ଧ । ଏହି ବିବାହକୁ ଅନ୍ୟ ଜାତି କହି ବିଭ୍ରାନ୍ତ କରାଯାଉଛି । ଏଥିଯୋଗୁଁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ ହେବା ଘଟଣା ଶ୍ରଦ୍ଧାଳୁଙ୍କ ପ୍ରତି କୁଠାରଘାତ ବୋଲି କହିଛନ୍ତି ଆରଏସବିଏସର ସଂପାଦକ ଡା. ଋଞ୍ଜିତ ଆଚାର୍ଯ୍ୟ । ଗ୍ରହବିପ୍ର ହେଉଛନ୍ତି ବ୍ରାହ୍ମଣ । ଏହା ଶ୍ରମନ୍ଦିରର ସତ୍ତ୍ୱ ଲିପିରେ ଉଲ୍ଲେଖ ରହିଛି । ଗ୍ରହବିପ୍ର ଅନ୍ୟ ଜାତିର ନୁହଁନ୍ତି । ସମସ୍ତ ଶାସ୍ତ୍ରରେ ଏହାର ପ୍ରମାଣ ରହିଛି । ବେଦବ୍ୟାସ ବଚନ କହେ ଅଗ୍ନିହୋତ୍ରୀ, ତଥା ବେଦୀ ଦୈବଜ୍ଞଃ ଶ୍ରୋତ୍ରୀୟଃ ଦ୍ୱୀଜାଃ । ଏଣୁ ଗ୍ରହବିପ୍ର ବ୍ରାହ୍ମଣ ଅଟନ୍ତି । ଏହା ନିଃସନ୍ଦେହ ବୋଲି କ଼ହିଛନ୍ତି ଆରଏସବିଏସର ସଭାପତି ପଣ୍ଡିତ ବିଜୟ ପାଟ୍ଟଯୋଶୀ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ପଣ୍ଡିତ ସନ୍ତୋଷ କୁମାର ନାୟକ, ବାସ୍ତୁବିତ ଶିବ ପ୍ରସାଦ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ ।
ଅର୍ଗସ ବ୍ୟୁରୋ : ବିଜେପିରେ ମିଶିଲେ ପୁର୍ବତନ ସାଂସଦ ଅର୍କକେଶରୀ. କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ ଦେଓ ବିଜେପିରେ ସାମିଲ ହୋଇଛନ୍ତି . ଏଥିସହ ତାଙ୍କ ପତ୍ନୀ ମାଳବୀକା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି. ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଅର୍କ ଓ ମାଳବିକା ବିଜେପିରେ ଯୋଗଦାନ କରିଥିବା ଜଣାପଡ଼ିଛି । ୨୦୧୪ ଲୋକସଭା ନିର୍ବାଚନରେ ଅର୍କ କଳାହାଣ୍ଡି ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ.
ଅଧିକ ପଢନ୍ତୁ ଓଡିଶା ଖବର
ତେବେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ନିଜ ନିଜର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି. ଏନେଇ ବିଭିନ୍ନ ଦଳର ରାଜ୍ୟ ସଂଗଠନ ସ୍ତରରେ ନୂଆ ନେତାଙ୍କୁ ଦାୟିତ୍ବ ପ୍ରଦାନ କରାଯାଉଛି. ଏ ଭିତରେ ରାଜନୈତିକ ଦଳର ପ୍ରମୁଖ ନେତା ଅର୍କ କେଶରୀ ଦେଓ ବିଜେପିରେ ସାମିଲ ହୋଇଛନ୍ତି.
ଅର୍ଗସ ବ୍ୟୁରୋ : ହକ୍ ଦାବିରେ ଲୋୟର ପିଏମଜିରେ ହଲ୍ଲାବୋଲ୍ । ଆନ୍ଦୋଳନରେ ରାଜ୍ୟର ହଜାର ହଜାର ପାଚିକା ସହାୟିକା । ସରକାରୀ ଚାକିରୀ ମାନ୍ୟତା ସାଙ୍ଗକୁ, ବେତନ ବୃଦ୍ଧି ଓ ପେନସନ ଲାଗୁ କରିବାକୁ ଦାବି । ଦୀର୍ଘ ବର୍ଷ ଧରି ରାଜ୍ୟର ସରକାରୀ ସ୍କୁଲ ଗୁଡିକରେ ହଜାର ହଜାର ପାଚିକା ସହାୟିକା ମାନେ ମଧ୍ୟାହ୍ନ ଭୋଜନର ଦାୟିତ୍ୱ ତୁଲାଇ ଆସୁଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ମାସିକ ମାତ୍ର ୧୪୦୦ ଟଙ୍କା ପାରିଶ୍ରମିକ ମିଳୁଥିବା ବେଳେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି । ବାରମ୍ବାର ପ୍ରଶାସନ ନିକଟରେ ଦାବି ହେଉଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଯାହାକୁ ନେଇ ଆଜି ବିଧାନସଭା ସମ୍ମୁଖ ଲୋୟର ପିଏମଜିରେ ପାଚିକା ମହାସଂଘ ପକ୍ଷରୁ ଜୋରଦାର ବିକ୍ଷୋଭ ଓ ଆନ୍ଦୋଳନ କରାଯାଇଛି । ସରକାର ଦାବି ନଶୁଣିଲେ ଅହରାତ୍ର ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।