ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ
ସୁବ୍ରମଣ୍ୟମ ସ୍ୱାମୀଙ୍କ ନାଁରେ ଏତଲା ଦେଲା ରାଜ୍ୟ କଂଗ୍ରେସ
ଭୁବନେଶ୍ୱର: ସୁବ୍ରମଣ୍ୟମ ସ୍ୱାମୀଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଲା ରାଜ୍ୟ କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଆଭିଯୋଗ ଆଣିଲା ରାଜ୍ୟ କଂଗ୍ରେସ । ସୁବ୍ରମଣ୍ୟମ ସ୍ୱାମୀଙ୍କ ବିରୋଧରେ ବିଭିନ୍ନ ନାରା ବାଜି ସହ ପହଞ୍ଚି କ୍ୟାପିଟାଲ ଥାନାରେ ଲିଖିତ ଏତଲା ଦେଇଛି କଂଗ୍ରେସ । କଂଗ୍ରେସ ଦାବି କରିଛି ଯେ, ସୁବ୍ରମଣ୍ୟମ ସ୍ୱାମୀଙ୍କ ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ । ଯଦି ସେ କ୍ଷମା ପ୍ରାର୍ଥନା ନକରନ୍ତି ତେବେ ତାଙ୍କୁ ଗିରଫ କରିବାକୁ ଦାବି କରିଛି ରାଜ୍ୟ କଂଗ୍ରେସ ।
Download Argus News App
