ଭୁବନେଶ୍ୱର: ନିର୍ବାଚନକୁ ଆଉ ମାତ୍ର 100ଦିନରୁ କମ ସମୟ ବାକିଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ନିର୍ବାଚନୀ ପ୍ରତିଶ୍ରୁତିକୁ ନେଇ କମ୍ପିଟିସନ୍ । ଏହି କ୍ରମରେ ବିଜେପି ପକ୍ଷରୁ ପ୍ରତିଶ୍ରୁତି ପତ୍ର ଘୋଷଣା କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ଗ୍ୟାରେଣ୍ଟି କାର୍ଡ ଖେଳିଛନ୍ତି ରାହୁଲ ।
ହେଲେ ସେପଟେ ବିଜେପି ଓ କଂଗ୍ରେସର ସବୁ ପ୍ରତିଶ୍ରୁତିକୁ ମିଥ୍ୟା କହି ନିଜେ ନିଜ ଯୋଜନାର ଗାନ କରିଛି ବିଜେଡି । ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ଆଦ୍ୟାବିଧି ପୂର୍ବରୁ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ତ୍ରିମୁଖୀ ଲଢେଇ । ଜୋର ଧରିଛି ଆରୋପ ପ୍ରତ୍ୟାରୋପର ରାଜନୀତି । ରାଜ୍ୟ ସରକାରଙ୍କ 19 ବର୍ଷର ବିଫଳତାକୁ ପ୍ରମାଣିତ କରିବା ପାଇଁ ବିଜେପି ଆୟୋଜନ କରିଛି ପ୍ରତିଶ୍ରୁତି ସମାବେଶ । ପ୍ରତିଶ୍ରୁତି ସମାବେଶରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଥିଲେ ।
ଏହା ସହ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ବିଜେପି ସରକାରରେ ଆସିଲେ ଜନତାଙ୍କୁ ପକ୍କାଘର, ନିଯୁକ୍ତି, ପାଇଖାନା, ବିଜୁଳି, ଉଜ୍ଜଳା ଗ୍ୟାସ, ପିଇବା ପାଣି ଓଡିଶାର ପ୍ରତି ଘରେ ପହଞ୍ଚିବ । ସେପଟେ କଂଗ୍ରେସ ଅଧକ୍ଷା ରାହୁଲ ଗାନ୍ଧୀ ଗତ 6 ତାରିଖ ଦିନ ରାଉରକେଲା ଗସ୍ତରେ ଆସି ଖେଳିଥିଲେ ଗ୍ୟାରେଣ୍ଟି କାର୍ଡ । ଚାଷୀ, ଯୁବକ ଓ ମହିଳା ମାନଙ୍କୁ ରାଜ୍ୟ ସରକାର କେବଳ ପ୍ରତାରିତ କରିଥିବା ଅଭିଯୋଗ ଆଣିଥିଲେ ରାହୁଲ । ରାହୁଲଙ୍କ ଏହି କଥାକୁ ଏବେ ଦୋହରାଇଛି ରାଜ୍ୟ କଂଗ୍ରେସ । ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି ରାଜ୍ୟରେ କଂଗ୍ରେସ ସରକାରକୁ ଆସିଲେ ପ୍ରଥମେ ଚାଷୀଙ୍କ ପାଇଁ କୃଷି ଋଣ ଛାଡ, ଏମଏସପି 2600 ଟଙ୍କା ସହ ବୋନସ ଦିଆଯିବ । ସେହିଭଳି ଯୁବକ ଓ ମହିଳାଙ୍କୁ ନିଯୁକ୍ତି ଦେବାର ଭରପୁର ପ୍ରତିଶ୍ରୁତି ଦେଇଛି ରାଜ୍ୟ କଂଗ୍ରେସ ।
ମାତ୍ର ଅନ୍ୟପଟେ ଶାସକ ଦଳ ସବୁଥର ପରି ଏଥର ବି ଦୋହରାଇଛି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ଅର୍ଥ ମନ୍ତ୍ରୀ ଶଶି ବେହେରା ରାଜ୍ୟ ସରକାରଙ୍କ ଯୋଜନାର ଗୁଣଗାନ କରିବା ସହ କହିଛନ୍ତି ଦୁଇ ଜାତୀୟ ଦଳ କେବଳ ମିଥ୍ୟା ପ୍ରତିଶ୍ରୁତି ଦେବାର ମାହିର । କଂଗ୍ରେସ ଶାସନ କାଳ ଭିତରେ ଓଡିଶାକୁ ଯେଉଁଭଳି ଅଣ ଦେଖା କରାଯାଉଥିଲା ଆଜି ବି ସେମିତି ବିଜେପି ଶାସିତ କେନ୍ଦ୍ର ସରକାର ଓଡିଶାକୁ ଅଣଦେଖା କରୁଛନ୍ତି । ବିଜେପି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି କେତେ ପୂରଣ କରିଛି ତାହା ରାଜ୍ୟ ବାସୀ ହିଁ କହିବେ ବୋଲି କହିଛନ୍ତି ଶଶି ବେହେରା ।
ସାଧାରଣ ନିର୍ବାଚନକୁ ଖୁବ୍ କମ ଦିନ ଥିବା ବେଳେ ରାଜନୈତିକ ଦଳଗୁଡ଼ିକ ଭିତରେ ଆରମ୍ଭ ହୋଇଥିବା କାଦୁଅ ଫିଙ୍ଗାଫିଙ୍ଗିର ରାଜନୀତି ରାଜନୈତିକ ମଇଦାନରେ ବେଶ୍ ଉଷ୍ମତା ଭରିଛି । ତେବେ 2019 ନିର୍ବାଚନରେ ଜନତା କେଉଁ ଦଳର ପ୍ରତିଶ୍ରୁତିରେ ପରିବର୍ତ୍ତନର ଆଶା ରଖି କେଉଁ ଦଳକୁ ଶାସନ ଗାଦିରେ ବସାଉଛନ୍ତି ତାହା ଏବେ ସାଧାରଣରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।
ରାଜ୍ୟରେ ତ୍ରିମୁଖୀ ଲଢେଇକୁ ନେଇ ଆପଣଙ୍କ ମତାମତ ତଳେଥିବା କମେଣ୍ଟ ବକ୍ସରେ ଦେଇପାରିବେଅର୍ଗସ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ସେ କହିଛନ୍ତି ଯେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପିର ଅଭିଯୋଗ । କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ । କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ ।
ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: