ଭୁବନେଶ୍ୱର: ବିଜେପି ଢଙ୍ଗରେ ବିଜେଡି ଗଢ଼ିବ ସଂଗଠନ । ପ୍ରଥମ ଥର ପାଇଁ ବିଜେଡି ସଂଗଠନ ସାଧାରଣ ସମ୍ପାଦକ ନିଯୁକ୍ତ କରିଛି । ପ୍ରଥମ ସଂଗଠନ ସାଧାରଣ ସମ୍ପାଦକ ଦାୟିତ୍ୱ ନେଲେ ପ୍ରଣବ ପ୍ରକାଶ ଦାସ ।
ପୂର୍ବରୁ ବିଜେଡିର ଏଭଳି ପଦରେ କେଉଁ ନେତା ବସିନଥିଲେ । ଅନ୍ୟପଟେ ବିଜେଡି ନେତା ପ୍ରତାପ କେଶରୀ ଦେବ ଦଳର ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି । ଏହାସହ ସଞ୍ଜୟ ଦାସବର୍ମାଙ୍କୁ ମୁଖ୍ୟାଳୟର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ଦଳ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ତେବେ ଦଳକୁ ଆହୁରି ମଜଭୁତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି 3 ନେତାଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ସାଂଗଠନିକ କାର୍ଯ୍ୟଠୁ ଆରମ୍ଭ କରି ଅସନ୍ତୁଷ୍ଟଙ୍କ ମାନଭଞ୍ଜନ ପର୍ଯ୍ୟନ୍ତ ସବୁ ଠିକଠାକ୍ ଚାଲିପାରିବ ବୋଲି ଚର୍ଚ୍ଚା ହେଉଛି ।
