କଳାହାଣ୍ଡି: ସରକାର ଗ୍ରାମାଞ୍ଚଳରେ ଗମନାଗମନ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ରାସ୍ତା ଓ ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଗାଁ ଗାଁରେ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ କରିଛନ୍ତି । ହେଲେ ସ୍ୱାଧିନତାର ଦୀର୍ଘ ୭୨ବର୍ଷ ବିତି ଯାଇଥିଲେ ସୁଦ୍ଧା ଏମିତି ବି ଗାଁ ଅଛି ଯେଉଁଠି ନା ଅଛି ଗମନାଗମନର ସୁବିଧା ନା ଅଛି ଅଙ୍ଗନୱାଡି କେନ୍ଦ୍ର । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଭଇଁରିପାଲି ପଞ୍ଚାୟତର ଜାମପଡା ଗାଁରୁ ଦେଖିବା ଏହି ରିପୋର୍ଟ ।
ଜୟପାଟଣା ବ୍ଲକ ଭଇଁରିପାଲି ଗ୍ରାମପଞ୍ଚାତର ଜାମପଡା ଗାଁ । ଏହି ଗାଁରେ ହରିଜନ ଆଦିବାସୀ ତଥା ଅନ୍ୟାନ୍ୟ ସମ୍ପ୍ରଦାୟର ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି । ହେଲେ ଏହି ଗାଁକୁ ଯିବାକୁ ହେଲେ ନଦୀ ପାର ହୋଇ ଯିବାକୁ ପଡେ । ଗାଁର ଶିଶୁମାନେ ସ୍କୁଲ ଯିବାକୁ ହେଲେ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୋଇ ପାଖରେ ଥିବା କଦଳିବାହିଲି ଗ୍ରାମକୁ ପାଠ ପଢିବାକୁ ତଥା ଅଙ୍ଗନୱାଡି କେନ୍ଦ୍ରକୁ ଯାଇଥାନ୍ତି କୁନିକୁନି ପିଲାମାନେ । ଗାଁର ଲୋକେ ପିଡିଏସ ସାମଗ୍ରୀ ଆଣିବାକୁ ନଦୀ ପାର ହୋଇ ଭଇଁରିପାଲି ପଞ୍ଚାୟତକୁ ଯାଇଥାନ୍ତି । ଅନ୍ୟପଟେ ଏହି ଗାଁର କେହି ରୋଗରେ ଆକ୍ରାନ୍ତ କିମ୍ବା ଗର୍ଭବତୀ ହେଲେ ତାଙ୍କୁ ଖଟିଆରେ ବୋହି ନଦୀ ପାର କରି ଦୀର୍ଘ ୪ କି.ମି ନେଲା ପରେ ଆମ୍ବୁଲାନ୍ସରେ ଡାକ୍ତର ଖାନା ନେଉଥିବା ଅଭିଯୋଗ ହୋଇଛି । ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର କରି ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ମଧ୍ୟ ଦାବୀ କରିଛନ୍ତି ।
ନିର୍ବାଚନ ସମୟରେ ବହୁ ନେତା ଏହି ଗ୍ରାମକୁ ଆସି ଭୋଟ ଭିକ୍ଷା କରିବା ସହ ରାସ୍ତା କରାଇଦେବାକୁ ପ୍ରତିଶୃତି ଦେଇଥାନ୍ତି । ହେଲେ ନିର୍ବାଚନ ସରିଲା ପରେ ଫଲଶୁନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାସହ ଅନେକ ସମୟରେ ଗ୍ରାମବାସୀ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କ ଦ୍ୱାରସ୍ଥ ହୋଇ ରାସ୍ତା ଓ ଅଙ୍ଗନୱାଡି ପାଇଁ ଦରଖାସ୍ତ ଦେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା କହିଛନ୍ତି । ଏହି ଗ୍ରାମର ସମସ୍ୟା ସମ୍ପର୍କରେ ଜୟପାଟଣା ବିଡିଓଙ୍କୁ ଯୋଗାଯୋଗ କରିବାରୁ ସେ କଣ କହୁଛନ୍ତି ଆସନ୍ତୁ ଶୁଣିବା ।
ସରକାର ତୁରନ୍ତ ଏହି ଗ୍ରାମ ପ୍ରତି ଦୃଷ୍ଟି ଦେଇ ରାସ୍ତା ତଥା ଅଙ୍ଗନୱାଡି ନକଲେ ଆଗାମୀ ଦିନରେ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଥିବା ଶିଶୁଙ୍କ ପ୍ରତି କେବେ ଯେ କୌଣସି ଦୁର୍ଘଟଣା ନହେବ ଏହାକୁ ଏଡାଇ ଦିଆଯାଇନପାରେ ।
ଅର୍ଗସ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଅପହରଣ ଉଦ୍ୟମ ଫେଲ୍ । କମିଶନରେଟ ପୋଲିସର ବଡ଼ଗଡ଼ ଥାନାକୁ ବଡ଼ ସଫଳତା । ଦୁର୍ଘଟଣାକୁ କେନ୍ଦ୍ର କରି ଜଣେ ଡ୍ରାଇଭରଙ୍କୁ ଅପହରଣ କରୁଥିବା ଅଭିଯୁକ୍ତଙ୍କୁ କାବୁ କରିଛି ବଡ଼ଗଡ଼ ଥାନା ପୋଲିସ । ରବି ଟକିଜ ଛକ ନିକଟରେ ଏକ ପିକ ଅପ ଭ୍ୟାନ ସହ ଗୋଟିଏ ଡିଜେ ଗାଡିର ସାମାନ୍ୟ ଧକ୍କା ହୋଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାହାକୁ କେନ୍ଦ୍ର କରି ଡିଜେ ଗାଡି ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ଏପରିକି ଜୋର ଜବରଦସ୍ତ ଡ୍ରାଇଭର ଜଣଙ୍କୁ ଲକ୍ଷାଧିକ ଟଙ୍କା ଦାବି କରି ଉଠାଇନେଇଥିଲେ । ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଅର୍ଗସ ବ୍ୟୁରୋ : ତେଲେଙ୍ଗାନା ଡିଣ୍ଡିଗୁଲ ବାୟୁସେନା ଏକାଡେମୀରେ ଟ୍ରେନିଂବେଳେ ଅଘଟଣ । ପାଇଲଟସ୍ ଟ୍ରେନର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ଦୁଇ ଭାରତୀୟ ବାୟୁସେନା ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତ ପାଇଲଟଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଏବଂ ଜଣେ କ୍ୟାଡେଟ୍ ଥିବା ସୂଚନା ଦେଇଛନ୍ତି ଭାରତୀୟ ବାୟୁସେନା ଅଧିକାରୀ ।
ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି କି, ସକାଳ ୮.୫୫ ମିନିଟରେ ତେଲେଙ୍ଗାନାର ଡିଣ୍ଡିଗୁଲରେ ଏୟାରଫୋର୍ସ ଏକାଡେମୀର ପିଲାଟସ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଃଖ ପ୍ରକାଶ କରିଛନ୍ତି । ଖବର ମୁତାବକ, ତେଲେଙ୍ଗାନାର ଡିଣ୍ଡିଗୁଲ ସ୍ଥିତ ବାୟୁସେନା ଏକାଡେମୀରେ ଟ୍ରେନିଂ ବେଳେ ବିମାନ ପିସି-୭ ଏମକେ-୨ କ୍ରାସ୍ ହୋଇଛି । ଏଥିରେ ଦୁଇ ଜଣ ପାଇଲଟ ଥିଲେ । ଜଣେ ପ୍ରଶିକ୍ଷକ ଓ ଆଉ ଜଣେ କ୍ୟାଡେଟ୍ ସାମିଲ ଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ । ତଦନ୍ତ ଜାରି ରହିଥିବା ଭାରତୀୟ ବାୟୁସେନା ଅଧିକାରୀ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ରାଜନାଥ ସିଂ ଲେଖିଛନ୍ତି, ‘ହାଇଦ୍ରାବାଦ ପାଖରେ ହୋଇଥିବା ବିମାନ ଦୁର୍ଘଟଣା ବିଷୟରେ ଜାଣି ଅତନ୍ତ ଦୁଃଖିତ । ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ପରିବାର ପ୍ରତି ମୋର ସମବେଦନା ।
ଅର୍ଗସ ବ୍ୟୁରୋ : ପୁଣି ପଦାରେ ପଡ଼ିଲା କଟକ ଏସସିବି ମେଡିକାଲର ଅବ୍ୟବସ୍ଥା । ଏସସିବି ବଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ ବନ୍ଦ । ଶବ ବ୍ୟବଚ୍ଛେଦ ଗୃହ ବାହାରେ ଓ ଭିତରେ ଲହଡି ଭାଙ୍ଗୁଛି ନର୍ଦ୍ଦମା ପାଣି । ଫଳରେ ସକାଳ ୯ ଠାରୁ ଆରମ୍ଭ ହେବାକୁ ଥିବା ଶବ ବ୍ୟବଚ୍ଛେଦ ବନ୍ଦ ହୋଇ ରହିଛି। ବାହାରେ ମୃତ ଶରୀରର ଗୁଡ଼ିକ ଶବବୁହା ଟ୍ରଲି ଉପରେ ପଡି ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏସସିବିରେ ପ୍ରତିଦିନ ୪୦ ୫୦ ଶବବ୍ୟବଚ୍ଛେଦ କରାଯାଇଥାଏ । ଏସସିବିରେ ଏହି ଅବ୍ୟବସ୍ଥା ଆଜିର ନୁହେଁ, ବାରମ୍ବାର ବାରମ୍ବାର ନର୍ଦ୍ଦମା ପୋଷ୍ଟମର୍ଟମ ଗୃହ ପଶିଥାଏ ବୋଲି ଅଭିଯୋଗ ହୋଇଛି । ଗତକାଲିଠୁ ପୋଷ୍ଟମର୍ଟମ ଗୃହରେ ଏପରି ବ୍ୟବସ୍ଥା ଦେଖାଯାଇଥିବା ସୂଚନା ରହିଛି ।