ବସର ପରମିଟ୍ ଗୁଡିକୁ ତୃତୀୟ ପକ୍ଷଙ୍କୁ ହସ୍ତାନ୍ତର କରିବା ନିଷ୍ପତ୍ତି କାର୍ଯ୍ୟକାରୀ ନହେବା, ବସ୍ ଗୁଡିକୁ ସ୍ଥାୟୀ ପରମିଟ୍ ନଦେବା, ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଯାତ୍ରୀବାହୀ ବସ୍ ଗୁଡିକରେ ହାଇସ୍ୟୁକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଭଳି ଦାବି ସମୂହକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛି ଘରୋଇ ବସ୍ ମାଲିକ ସଂଘ ।
ତେବେ ଧାର୍ଯ୍ୟ ସମୟସୀମା ସୁଦ୍ଧା ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରିବା ଦରକାର। ଘରୋଇ ବସ୍ ମାଲିକ ସଂଘର ଅଧିକାରୀମାନେ ଦାବି କରିଛନ୍ତି ଯେ ଜୁନ୍ 30 ସୁଦ୍ଧା ସେମାନଙ୍କ ଦାବି ପୂରଣ ହେବା ଉଚିତ ନଚେତ୍ ସେମାନେ ଜୁଲାଇ 1 ରେ ରାସ୍ତାକୁ ଓହ୍ଲାଇବେ ।