ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ
ପରଲୋକରେ ଅର୍ଥନୈତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ର
ଭୁବନେଶ୍ୱର: ବିଶିଷ୍ଟ ଅର୍ଥନୈତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ୯୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଆଜି (ବୁଧବାର) ସକାଳେ ବୈଦ୍ୟନାଥ ମିଶ୍ରଙ୍କ ନିଧନ ଖବର ପାଇ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଭୁବନେଶ୍ୱର ଶହୀଦନଗର ସ୍ଥିତ ବାସଭନରେ ସେ ଇହଲୀଳା ସମ୍ବରଣ କରିଛନ୍ତି ।
ବୈଦ୍ୟନାଥ ମିଶ୍ରଙ୍କ ମୃତ୍ୟୁ ଖବର ପାଇ ବହୁ ନେତା-ମନ୍ତ୍ରୀ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଲେଖିଛନ୍ତି, ‘ବିଶିଷ୍ଟ ଅର୍ଥନୈତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ବିୟୋଗରେ ମୁ ଦୁଃଖିତ । ପ୍ରଫେସର ମିଶ୍ରଙ୍କ ଓଡ଼ିଶାର ସାମାଜିକ ଜୀବନ ପାଇଁ ଯୋଗଦାନ ଅତୁଳନୀୟ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।’
Download Argus News App
