ପୁରୀ: ଡିକିରୁ ଲୁଟିଲା ଅଢେଇ ଲକ୍ଷ ଟଙ୍କା । ମାତ୍ର 30 ସେକେଣ୍ଡ ମଧ୍ୟରେ ଲୁଟ ହୋଇଗଲା ଅଢେଇ ଲକ୍ଷ ଟଙ୍କା । ଆଉ ଏହାର ପୁରା ଦୃଶ୍ୟ କଏଦ ହୋଇଛି ସିସି ଟିଭିରେ । ଖାଲି ଟଙ୍କା ନୁହେଁ, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଲୁଟି ନେଇଛି ଲୁଟେରା । ଏମିତି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ସବରେଜିଷ୍ଟାରଙ୍କ କାର୍ଯ୍ୟାଲୟ ସମ୍ମୁଖରେ । ଟିକିଏ ଭଲକରି ଦେଖନ୍ତୁ ଏହି ସିସିଟିଭି ଫୁଟେଜକୁ । ତେଇଶିପୁର ଅନ୍ତର୍ଗତ ପୋଟାଳ ଗାଁର ପ୍ରଦୀପ ବଢେଇ ନିଜ ବାଇକ ଡିକିରେ 2.5 ଲକ୍ଷ ଟଙ୍କା, ବ୍ୟାଙ୍କ ପାସବୁକ୍, ଚେକ୍ ବହି ସହ ଅନେକ୍ ମୂଲ୍ୟବାନ୍ କାଗଜପତ୍ର ଏକ ବ୍ୟାଗରେ ପୁରାଇ ରଖିଥିଲେ । ଗାଡିଟି ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥୋଇଦେଇ ନିକଟରେ ଥିବା ଜେରକ୍ସ ଦୋକାନକୁ ଯାଇଥିଲେ । ମାତ୍ର କେଇ ମୁହୁର୍ତ୍ତ ମଧ୍ୟରେ ତାଙ୍କର ଗତବିଧିକୁ ଲକ୍ଷ୍ୟ କରି ଗାଡି ପାଖକୁ ଆସିଯାଇଥିଲେ ଲୁଟେରା ଜଣକ । ଲାଲ ରଙ୍ଗର ସାର୍ଟ ପିନ୍ଧି ଯୁବକ ଜଣକ ପଛକରି ଠିଆ ହୋଇଥିଲେ ମଧ୍ୟ ସେ କିଛି ଯାଣିପାରି ନଥିଲେ । ଦେଖନ୍ତୁ, ଗାଡିକୁ ମାର୍କ କରି ଟିକିଏ ଦୂରରେ ଠିଆହେଲେ । କିଛି ସମୟ ପରେ କାଳ ବିଳମ୍ବ ନକରି ପକେଟରେ ଏକ ଚାବି ବାହାର କରି ନିଜର ଗାଡିଭଳି ହଠାତ ଡିକି ଖୋଲିଥିଲେ । ଡିକୁରୁ ବ୍ୟାଗଟିକୁ ଧରି ଆଖି ପିଛୁଳାକେ ସେ ସ୍ଥାନରୁ ଉଭାନ ହୋଇଗଲେ । ଦିନ ଦିପହରରେ ଏପରି ଘଟଣା ପିପିଲି ଅଂଚଳର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶ ଭୋପାଳ ଠାରେ ବେଶ ଧୁମଧାମରେ ପାଳନ କରାଯାଉଛି ୧୦ମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ସମ୍ବଲପୁରୀ ପରିବାର ଭୋପାଳ ପକ୍ଷରୁ ଆୟୋଜିତ ହେଉଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ରାଜ୍ୟ ବାହାରେ ଅଛନ୍ତି ହେଲେ ନିଜର କଳା ସଂସ୍କୃତି ଭୁଲିନାହାନ୍ତି ସେଠାରେ ବସବାସ କରୁଥିବା ପଶ୍ଟିମ ଓଡିଶାବାସୀ।
ଏହି କାର୍ଯ୍ୟକ୍ରମର ଯୋଗଦେବା ପାଇଁ ପଶ୍ଚିମ ଓଡିଶାରୁ କଳାକାର ଯୋଗଦେଇଛନ୍ତି । ସମ୍ବଲପୁରୀ ନାଚ ଗୀତରେ କମ୍ପି ଉଠିଛି ପୁରା ପରିବେଶ। ପ୍ରଥମେ ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଜାତୀୟ ସୁରକ୍ଷା ସଚେତନତା ଅଭିଯାନ ପକ୍ଷରୁ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ଏବଂ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ୟରେ ଆଜି ଦେଶରେ ଗୋଟିଏ ଆଇନ୍ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର୍ ଡକ୍ଟର କମଲ ଜିତ୍ ସିଂ, ସୁପ୍ରିମ କୋର୍ଟର ଆଇନଜୀବୀ ଆନନ୍ଦ ମିଶ୍ର, ଏବଂ ନୂଆଦିଲ୍ଲୀ ସ୍ଥିତ ଜାତୀୟ ସୁରକ୍ଷା ସଚେତନତାର ଉପ ସଭାପତି ଡକ୍ଟର ମିଥିଲେସ ଝା ବକ୍ତା ଭାବରେ ଯୋଗଦେଇ ସମ୍ପ୍ରତିକ ଦେଶରେ ଆଇନ୍ ବ୍ୟବସ୍ଥାର ତର୍ଜମା କରିଥିଲେ। ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୋଟିଏ ଦେୱାନି କୋର୍ଟ ପ୍ରଚଳନ ହେବା ଆବଶ୍ୟକ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ମାଲକାନଗିରି : ଅବକାରୀ ବିଭାଗ ହାବୁଡରେ ପଡିଲେ ଗଞ୍ଜେଇ ଚୋରା ଚାଲାଣ କାରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ମାଲକାନଗିରି ଅବକାରୀ ବିଭାଗ ହାତରେ ଧରା ପଡିଲା ଜଣେ ଚୋରା ଚାଲାଣ କାରୀ । ସୂଚନା ମୁତାବକ ମାଲକାନଗିରି ସହର ନିକଟରେ ଥିବା ଗୌଡ଼ଗୁଡା ଛକ ଠାରେ ଅବକାରୀ ବିଭାଗର କର୍ମଚାରୀ ମାନେ ଗୁଇନ୍ଦା ସୂଚନା ପାଇ ପେଟ୍ରଲିଙ୍ଗ କରୁଥିବା ସମୟରେ ଦ୍ରୁତ ଗତିରେ ଏକ କାର ମାଲକାନଗିରି ସହର ଆଡ଼କୁ ଆସୁଥିବା ଦେଖିବାକୁ ପାଇଥିଲେ ।
ଅଧିକ ପଢନ୍ତୁ : ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ହୋମଗାର୍ଡ
ପରେ ସନ୍ଦେହ ହେବାରୁ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିବାରୁ ସେଠାରୁ 88 କେଜି ଗଞ୍ଜେଇ ବାହାରି ଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ 8 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଏହି ଚୋରା ଚାଲାଣରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଅବକାରୀ ଉପ ନିରୀକ୍ଷକ।