ଭୁବନେଶ୍ୱର: ସରିନି ଶୀତ, ଆଉ ଅସହ୍ୟ ହେଲାଣି ତାତି । ତାତିକୁ ନେଇ ଚିନ୍ତାରେ ଲୋକେ । ଧୀରେ ଧୀରେ ତାତିର ପ୍ରକୋପ ଅନୁଭୂତ ହେଲାଣି । ସେ ଭୁବନେଶ୍ୱରରୁ ଭବାନୀପାଟଣା ହେଉ ଅଥବା ମାଲକାନଗିରିରୁ ତାଳଚେର, ଏବେଠାରୁ ସବୁଠାରେ ଅସହ୍ୟ ହେଲାଣି ତାତି । ଫେବୃୟାରୀ ମାସରେ ସବୁଠି ତାପମାତ୍ରା ୩୫ ଡିଗ୍ରି ପାର୍ ହୋଇଛି । ଏପର୍ଯ୍ୟନ୍ତ ଶୀତ ସମ୍ପୂର୍ଣ୍ଣ ଛାଡ଼ି ନଥିବାବେଳେ ତାପମାତ୍ରା ବୃଦ୍ଧିରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ସାଧାରଣ ଲୋକେ । ତେବେ ଚଳିତ ବର୍ଷ ଅଧିକ ତାତି ହୋଇପାରେ ବୋଲି ଅନୁମାନ କରାଯାଉଛି ।
[caption id="attachment_63431" align="alignnone" width="534"]ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ରହିଥିଲା । ଭୁବନେଶ୍ୱର ତାପମାତ୍ରା ବି ରେକର୍ଡ ଭାଙ୍ଗିଛି । ଏଠାରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୩୬.୩ ଡିଗ୍ରି ରେକର୍ଡ ହୋଇଛି । ଏହି ଦୁଇ ସହର ବ୍ୟତୀତ ଅନ୍ୟ ୧୪ଟି ସହରର ତାପମାତ୍ରା ଆଜି ୩୩ ଡିଗ୍ରି ଉପରେ ରହିଥିଲା । ଏଭଳି ସ୍ଥିତି ଆହୁରି ଦୁଇ ଦିନ ଲାଗିରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଅନ୍ୟପକ୍ଷରେ ୨୪ ଓ ୨୫ ତାରିଖରେ ଓଡ଼ିଶାରେ ବର୍ଷା ହେବାର ଆଶଙ୍କା ରହିଛି । ତେଣୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୨୫ ତାରିଖରେ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦୁଝର ସମେତ ଅନୁଗୁଳ, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ କଟକରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା ସମେତ ଖୋର୍ଦ୍ଧା , ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ଆଶଙ୍କା ରହିଛି । ଏହି ସମୟରେ ଘଣ୍ଟାପ୍ରତି ୩୦ କିମି ବେଗରେ ପବନ ବୋହିବ । ଏଥିପ୍ରତି ସତର୍କ ରହିବାକୁ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି ।
ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଦିବସ । ଶୌର୍ଯ୍ୟ ଓ ପରାକାଷ୍ଠା ଦେଖାଇବାର ଦିନ । ଏଥିପାଇଁ ମହାରାଷ୍ଟ୍ରର ସିନ୍ଧୁଦର୍ଗରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଯେଉଁଠି ନୌବୀର ମାନେ ନିଜର ପରାକାଷ୍ଠା ଦେଖାଇବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପିଏମ୍ ।
ପ୍ରତିବର୍ଷ ଡିସେମ୍ବର ୪କୁ ନୌସେନା ଦିବସ ଭାବେ ପାଳନ କରାଯାଏ । ଆଜିର କାର୍ଯ୍ୟକ୍ରମରେ ନୌବୀରମାନେ ନିଜର ପରାକାଷ୍ଠା ଦେଖାଇବେ । ଏହାସହ ନୌସେନାର ଅନେକ ୱାର୍ ସିପ୍ ନିଜର ପରାକ୍ରମ ଦେଖାଇବେ । ଏହି ଅବସରରେ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପିଏମ୍ । ପ୍ରତିବର୍ଷ ଡିସେମ୍ବର ୪କୁ ନୌସେନା ଦିବସ ଭାବେ ପାଳନ କରାଯାଏ । ଆଜିର କାର୍ଯ୍ୟକ୍ରମରେ ନୌବୀରମାନେ ନିଜର ପରାକାଷ୍ଠା ଦେଖାଇବେ । ଏହାସହ ନୌସେନାର ଅନେକ ୱାର୍ ସିପ୍ ନିଜର ପରାକ୍ରମ ଦେଖାଇବେ ।
ଅଧିକ ପଢନ୍ତୁ ଭାରତ ଖବର
କଟକ: କାଲି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ ସାଙ୍ଗକୁ ଦେଖିବାକୁ ମିଳିବ ଓଡିଆ ସଂସ୍କୃତିର ଝଲକ । ଜ୍ୟେଷ୍ଠ ସନ୍ତାନଙ୍କ ସୁଖ ସମୃଦ୍ଧି ଦୀର୍ଘ ଜୀବନ ପାଇଁ ପ୍ରତ୍ୟେକ ଓଡିଆ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ତେବେ ଏଥିପାଇଁ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତୀ ହେବାର କାର୍ଯ୍ୟକ୍ରମ ରହିଛି । ମାମୁ ଘରୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଯିବ ପଢ଼ୁଆଁ ଭାର । ପୋଢୁଆଁ ହେବେ ମହାବାହୁ । ନିଆଳି ମାଧବଙ୍କ ପୀଠରୁ ପଢୁଆଁ ସାମଗ୍ରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀଜିଉଙ୍କ ଅଙ୍ଗରେ ନୂଆ ଲୁଗା ସହ ଖଦି ଓ ଛେଦା ପ୍ରସାଦ ଲାଗି ହେବ।
ଆଜି ଏହି ଭାର ନେଇ ଶ୍ରୀମନ୍ଦିରରେ ପହଞ୍ଚିବେ ହଜାର ହଜାର ସଂଖ୍ୟାରେ ଭକ୍ତ । ଶୋଭାଯାତ୍ରାରେ ଭୋଇ ସେବକ, ମହୁରିଆ, ପାଇକ ଆଖଡ଼ା, ରମତାଳି, ସଙ୍କୀର୍ତ୍ତନ ଦଳ, ବେହେରା ସେବକମାନେ କାର୍ଯ୍ୟସୂଚୀ ଅନୁସାରେ ଯାତ୍ରା କରିବେ । ପାଟ, ଫଳ ମୂଳ, ଅରୁଆ ଚାଉଳ, ବିରି, ନଡ଼ିଆ, ଘିଅ, ମହୁ ଆଦି ବିଭିନ୍ନ ପ୍ରକାର ଦ୍ରବ୍ୟ ନେଇ ନିଆଳି ପ୍ରାଚୀ କ୍ଷେତ୍ରରୁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର