ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ଉପକୂଳ ଠାରୁ ଆରମ୍ଭ କରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଲାଗି ରହିଥିଲା। ଚାଷୀକୂଳ ପାଇଁ ଆଶ୍ୱସ୍ତି । ତେବେ ଆସନ୍ତା ୩୦ ତାରିଖ ଯାଏ ଲଗାଣ ବର୍ଷାରୁ ଓଡ଼ିଶାବାସୀ ନିସ୍ତାର ପାଇବାର ସମ୍ଭାବନା କମ୍ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ତା’ ସହିତ ରାଜସ୍ଥାନରୁ କୋଲକାତା ଯାଏ ଏକ ଟ୍ରଫ୍ ଲାଇନ୍ ଲମ୍ବିଛି। ଏଥିଯୋଗୁ ଗତକାଲି ଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ହେଉଛି । କୋରାପୁଟ, କଳାହାଣ୍ଡି, ଢେଙ୍କାନାଳ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଯାଜପୁର, ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ସେହିପରି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ସୁନ୍ଦରଗଡ଼, ଅନୁଗୁଳ, ମାଲକାନଗିରି, କନ୍ଧମାଳ ଓ କଟକ ଜିଲ୍ଲାରେ ମଧ୍ୟ ବର୍ଷା ରେକର୍ଡ ହୋଇଛି।
ସେହିପରି ଜୁଲାଇ ୩୧ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଜୁଲାଇ ୧ରୁ ଜୁଲାଇ ୨୪ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ୩୨% କମ୍ ରହିଥିଲା। କିନ୍ତୁ ଏବେ ଲଗାଣ ବର୍ଷା ଯୋଗୁ ଏହା ୨୯%କୁ ଖସିଛି। ଆଗକୁ ବର୍ଷା ଲାଗି ରହିଲେ, ଚାଷୀକୁଳ ପ୍ରତି ଏହା ଶୁଭଙ୍କର ସାବ୍ୟସ୍ତ ହେବ।
ଅର୍ଗସ ବ୍ୟୁରୋ: ରାସ୍ତାକଡ଼ରେ ଛିଡା ହୋଇଥିବା ହାଇୱାକୁ ଧକ୍କା ଦେଲା କାର୍ । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା 16 ନଂ ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଭଦ୍ରକ ପୁରୁଣା ବଜାର ଅଞ୍ଚଳର କିଛି ଯୁବକ ଦୋବଲ ଅଞ୍ଚଳକୁ ଯାଉଥିବାବେଳେ ଅଘଟଣ ଘଟିଥିଲା ।
ଦୁର୍ଘଟଣାରେ 5 ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ବିଳମ୍ବିତ ରାତିରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରୁ ଅଧା ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦୁଇ ଟ୍ରକ ମୁହାଁମୁହିଁ ଧକ୍କା। ଜଣେ ମୃତ ଜଣେ ଗୁରୁତର। ଜମନକିରା ଥାନା ୫୩ନଂ ଜାତୀୟ ରାଜପଥ ଚିମିମହୁଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସିମେଣ୍ଟ ବୋଝେଇ ଟ୍ରକ ଓ କଣ୍ଟେନର ମଧ୍ୟରେ ମଧ୍ୟରେ ମୁହାମୁହିଁ ଧକ୍କା । କଣ୍ଟେନର ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୟାଗଡ: ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୋଡ଼୍ ରେ ରଣପୁର ଅବକାରୀ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ଥାନା ଓଏସଆଇ ସୁବାଷ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ରଣପୁର ବ୍ଲକର ନର୍ସିଙ୍ଗପୁର ଓ ଅମ୍ବାଝରରେ ଚଢ଼ାଉ କରିଥିଲା । ବିପୁଳ ପରିମାଣରେ ମଦ ତିଆରି ସାମଗ୍ରୀ , 135 ଲିଟର ଦେଶୀ ମଦ ଓ ଗୋଟିଏ ବାଇକ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ ।
ଅଭିଯୁକ୍ତମାନେ ହେଲେ ଆମ୍ବାଝର ଗ୍ରାମର ଶରତ ଶ୍ରୀଚନ୍ଦନ ଓ ରାକେଶ ଶ୍ରୀଚନ୍ଦନ, ନର୍ସିଙ୍ଗପୁର ଗ୍ରାମର ଚିତ୍ତରଞ୍ଜନ ସାହୁ । ତେବେ ଜବତ ମଦ ଓ ମଦ ତିଆରି ସାମଗ୍ରୀର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
ଆହୁରି ପଢନ୍ତୁ ଅପରାଧ ଖବର...