
କନ୍ଧମାଳ: ଜମ୍ମକାଶ୍ମୀରର ପୁଲୱାମାଠାରେ ଯବାନ ମାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୪୦ଜଣ ଯବାନଙ୍କ ପ୍ରାଣ ବାୟୁ ଚାଲିଯାଇଥିଲା । ଏହି ସହିଦ ଯବାନଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ଯବାନ ଜଗତସିଂହପୁରର ପ୍ରସନ୍ନ ସାହୁ ଓ କଟକ ନିଆଳିର ମନୋଜ ବେହେରା ସହିଦ ହୋଇଛନ୍ତି । ଆତଙ୍କବାଦୀଙ୍କ ଏହିଭଳି ଅମାନବୀୟ ଘଟଣାକୁ ସମଗ୍ର ଦେଶ ଓ ଭରାତବାସି ଦୃଢ଼ ନିନ୍ଦା କରିଛନ୍ତି ।
ସହିଦ ଯବାନଙ୍କ ଆତ୍ମାର ସଦଗତି କାମନା ନିମନ୍ତେ ଫୁଲବାଣୀର ସ୍ଥାନୀୟ ମାଦିକୁନ୍ଦା ଛକଠାରୁ ଏକ କେନ୍ଦେଲ ରାଲିରେ ବାହାରି ଜଗନ୍ନାଥ ମନ୍ଦିରଠାରେ ପହଞ୍ଚି ଜଗତର ନାଥ ଜଗନ୍ନାଥଙ୍କ ଠାରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏହି ରାଲିରେ ରିଜର୍ଭ ପୋଲିସ, କଲେଜ୍ ଛାତ୍ର ଛାତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ସଦସ୍ୟ ମାନେ ଯୋଗ ଦେଇଥିଲେ ।
ଏହାସହ ସେପଟେ ସମାନ ଗଟଣା ମଧ୍ୟ ଦେଖିବାକୁ ମିଳିଛି ସମ୍ୱଲପୁରରେ ମଧ୍ୟ ସହିଦ ଯବାନଙ୍କ ପାଇଁ କ୍ୟାଣ୍ଡେଲ ଧରି ରାଲି କରିଛନ୍ତି । ଏହି ରାଲିରେ ଅନେକ ଲୋକ ସାମିଲ ଥିଲେ ସହିଦ ଯବାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ।
