ରାୟଗଡ଼ା: ଶେଷରେ ପ୍ରମିଳାଙ୍କୁ ମିଳିଲା ନ୍ୟାୟ । ପିସି ନଦେଇ ହଷ୍ଟେଲରେ ରହି ପାଠ ପଢ଼ିପାରିବେ ପ୍ରମିଳା । ଗୋଟିଏ ବର୍ଷ ହଷ୍ଟେଲରେ ରହି ପାଠ ପଢ଼ିସାରିଥିବା ବେଳେ ଏହା ପର ବର୍ଷ ପ୍ରମିଳାଙ୍କୁ ହଷ୍ଟେଲରେ ସ୍ଥାନ ମିଳିନଥିଲା । ଆଉ ହଷ୍ଟେଲରେ ସ୍ଥାନ ପାଇଁ ସ୍କୁଲ କର୍ତ୍ତୃପକ୍ଷ ତଥା ପ୍ରଧାନଶିକ୍ଷକ ମାଗିଥିଲେ ମାସକୁ 800 ଟଙ୍କା । ତେବେ ଏହି ଖବର ଅର୍ଗସରେ ପ୍ରକାଶ ପାଇବା ପରେ ସ୍ଥାନୀୟ ପ୍ରଶାସନ ଏନେଇ ଅବଗତ ହୋଇଥିଲା । ପରେ ଏହି ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ଦୁଇ ଜଣିଆ ଟିମ୍ ପଠାଇଥିଲେ । ଏହି ଟିମ୍ ଉକ୍ତ ଛାତ୍ରୀ ଓ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏବଂ ଏନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଜିଲ୍ଲାପାଳ ରିପୋର୍ଟ ଦେଖିବା ପରେ ଛାତ୍ରୀ ଜଣଙ୍କ ହଷ୍ଟେଲରେ ରହି, ପାଠ ପଢି ପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ।
ସୂଚନା ଅନୁଯାୟୀ, ହାଟମୁନିଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ପଣ୍ଡା, ପ୍ରମିଳା ହୁଇକା ନାମକ ଛାତ୍ରୀଙ୍କୁ ହଷ୍ଟେଲରେ ରହିବା ପାଇଁ ୮ ଶହ ଟଙ୍କା ମାଗିଥିଲେ । ତେବେ ଏହି ଖବର ପ୍ରଚାରିତ ହେବା ପରେ ଜାତି ଓ ଜନଜାତି ବିଭାଗର ୨ ଜଣିଆ ଟିମ୍, ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ୍ ବିଶ୍ବାଳ ଓ ଉପଖଣ୍ଡ ପ୍ରକଳ୍ପ ଅଧିକାରୀ ଗୋରାଚାନ୍ଦ ଗମାଙ୍ଗ ତଦନ୍ତ ଆରମ୍ଭ କରିଥିଲେ ।
ପ୍ରଥମେ ପ୍ରଧାନଶିକ୍ଷକଙ୍କ ନାମରେ ଅଭିଯୋଗ କରିଥିବା ପ୍ରମିଳା ହୁଇକା ନାମକ ଛାତ୍ରୀଙ୍କୁ ଭେଟି ଘଟଣାର ସତ୍ୟାସତ୍ୟ ବିଷୟରେ ଆଲଚନା କରିଥିଲା ଟିମ୍ । ଛାତ୍ରୀଙ୍କ ଠାରୁ ସବୁକିଛି ତଥ୍ୟ ଜାଣିବାପରେ ଟିମ୍ ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିଥିଲା । ପରେ ପ୍ରଧାନଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ନେଇ ତାଙ୍କ ଉପରେ ବର୍ଷିଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ ।
ମାନବିକତା ଦୃଷ୍ଟିକୋଣରୁ ଜଣେ ବାପ ଛେଉଣ୍ଡ ଆଦିବାସୀ ଛାତ୍ରୀଙ୍କୁ ହଷ୍ଟେଲରେ ରଖିବା ବଦଳରେ ପ୍ରଧାନଶିକ୍ଷକ ତାଙ୍କୁ ଏଭଳି ହଇରାଣ କରିବା କେତେ ଯୁକ୍ତି ଯୁକ୍ତ ବୋଲି ପ୍ରଶ୍ନ କରି କ୍ଷୋଭ ପ୍ରକାଶ କରିଥିଲେ ଅଧିକାରୀ । ରାଜ୍ୟ ସରକାର ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ତଳସ୍ତରରେ ଛାତ୍ରଛାତ୍ରୀ ଏହାର ଫାଇଦା ପାଇପାରୁ ନାହାନ୍ତି ବୋଲି କହିଛନ୍ତି ଅଧିକାରୀ ।
ତେବେ ଦେଖନ୍ତୁ ପୂର୍ବରୁ ଛାତ୍ରୀ ପ୍ରମିଳା ହୁଇକା କି ଅଭିଯୋଗ ଆଣିଥିଲେ..ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି, ୬ ଟି ମୋଟର ସାଇକେଲ, ୩ ଟି ମୋବାଇଲ ଏବଂ ନଗଦ ୩୫ ହଜାର ୬୭୦ ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି
ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ନିର୍ଦେଶରେ ଦଫା ୩୦୨ ଲାଗିବା ପରେ ହତାସ ହୋଇପଡ଼ିଛନ୍ତି ପ୍ରତାପ ଜେନା । କୋର୍ଟଙ୍କ ନିର୍ଦ୍ଦେଶ ପଛରେ ରାଜନୈତିକ ଚକ୍ରାନ୍ତ ଥିବା କହିଛନ୍ତି ବିଜେଡିର ପାୱାରଫୁଲ ପ୍ରତାପ । ସେ ନିର୍ଦ୍ଦୋଶ ତାଙ୍କୁ ଚକ୍ରାନ୍ତ କରି ଫସାଯାଇଥିବା ସଫେଇ ଦେଇଛନ୍ତି ପ୍ରତାପ ଜେନା ।
ଅଧିକ ପଢନ୍ତୁ : ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବଡ଼ ପ୍ରମାଣ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302, 120 ବି ଓ 506 । ଦଫା ୩୦୨ ଲାଗିବା ପରେ ଗିରଫ ନେଇ ପ୍ରତାପଙ୍କ ମନରେ ପଶିଛି କି ଛନକା ? ସେଥିପାଇଁ ହତାସ ହୋଇ ଦେଇଛନ୍ତି କି ଏପରି ବୟାନ ?