ରଚନା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପୁରସ୍କାର
କାର ଓ ବାଇକ ଧକ୍କା, ଜଣେ ମୃତ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଝାରମୁଣ୍ଡା ନିକଟରେ ଏକ ସର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । କାର ଓ ବାଇକ ଧକ୍କା ହେବାରୁ ବାଇକ ଚାଳକର ମୃତ୍ୟୁ ହୋଇଥିବାବେଳେ, ପଛପଟେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ କୁଚିଣ୍ଡା ଡାକ୍ତରଖାନାକୁ ଅଣାଯାଇଥିଲା । ମୃତକ ଜଣକ ହେଲେ ତିଲେଇବଣି ବ୍ଲକ ଅନ୍ତର୍ଗତ ଲୁଢର ଗ୍ରାମର ଚକ୍ରଧର ନାୟକ । ଏହାସହ ଗୁରୁତର ଜଣକ ହେଲେ ସେହି ଗ୍ରାମର ଲଳିତ ମୋହନ ନାୟକଙ୍କ ପୁଅ ଯଶୋବନ୍ତ ନାୟକ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଛି ।
Download Argus News App
