ବିଭିନ୍ନ ବିଶ୍ଵ ବିଦ୍ୟାଳୟରେ ମହିମାଧର୍ମ ଗବେଷଣା ଆରମ୍ଭ ହୋଇଛି
ଭାରସାମ୍ୟ ହରାଇ ଓଲଟିଲା ଆଲୁମିନା ପାଉଡର ଟ୍ୟାଙ୍କର, ଡ୍ରାଇଭର ନିଖୋଜ

ରାୟଗଡ଼ା: ଭାରସାମ୍ୟ ହରାଇ ଓଲଟିଲା ଆଲୁମିନା ପାଉଡର ଟ୍ୟାଙ୍କର । ରାୟଗଡ଼ା ଠାରୁ କୋରାପୁଟ ଯାଉଥିବା ୩୨୬ନଂ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତି ଗୁମ୍ମା ଘାଟିଠାରେ ଏଭଳି ଦୁର୍ଘଟଣା ଘଟିଛି । ଯାହା ଫଳରେ ଟ୍ୟାଙ୍କରଟି ସମ୍ପୁର୍ଣ୍ଣ ଜଳିଯାଇଥିବାବେଳେ ଡ୍ରାଇଭରର କୌଣସି ସନ୍ଧାନ ମିଳିନାହିଁ । ଦରାଗୁଡା ଉତ୍କଳ ଆଲୁମିନା କାରଖାନାରୁ ଆଲୁମିନା ପାଉଡର ବୋଝେଇ ଟ୍ୟାଙ୍କର ଉତ୍ତରପ୍ରଦେଶ ଅଭିମୁଖେ ଯାଉଥିଲା । ଖବର ପାଇ ସ୍ଥାନୀୟ କୁମ୍ଭିକଟା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାସହ ରାୟଗଡ଼ା ଅଗ୍ନିଶମ ବିଭାଗ ମଧ୍ୟ ଖବର ପାଇ ନିଆଁକୁ ଲିଭାଇବା ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ଡ୍ରାଇଭରର କୌଣସି ସୂଚନା ମିଳୁନଥିବାରୁ ସେ ନେଇ ପୋଲସ ଅଧିକ ତଦନ୍ତ ଚଲାଇଛି।
Download Argus News App
