ଦେବଗଡ଼: ସଂସ୍କୃତ ଶିକ୍ଷାଦାନରେ ମଗ୍ନ ହସନ ତାରା । ଦିର୍ଘ 27 ବର୍ଷ ହେବ ସେ ପିଲାଙ୍କୁ ସଂସ୍କୃତ ପଢାଇ ଆସୁଛନ୍ତି । ଏଇ ଦୀର୍ଘ ବର୍ଷର ଯାତ୍ରାରେ ନିଜ ସଂମ୍ପ୍ରଦାୟକୁ ନେଇ ସେ କିଛି ସମସ୍ୟା ଅନୁଭବ କରି ନାହାନ୍ତି । ଜାତି ଧର୍ମ ସବୁ ବାଦ ବିବାଦକୁ ପଛରେ ପକାଇ ସେ ପିଲାଙ୍କୁ ଦଉଛନ୍ତି ସଂସ୍କୃତ ଶିକ୍ଷା । ଦେବଗଡ଼ ଖଇରିପାଲି ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ହସନ ତାରା ଏହା ପ୍ରମାଣ କରି ଦେଖାଇଛନ୍ତି ଯେ କୌଣସି ଜାତି ଧର୍ମଠାରୁ ଶିକ୍ଷା ଓ ଶିକ୍ଷକତା ବହୁ ଉଚ୍ଚରେ ।
ଦେବଗଡ଼ ଜିଲ୍ଲା ଖଇରିପାଲି ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ହସନ ତାରା । ୧୯୯୩ ମସିହା ଠାରୁ ସେ ସଂସ୍କୃତ ଶିକ୍ଷୟିତ୍ରୀ ହିସାବରେ ବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଛନ୍ତି । ନିଜ ଭାଷା ଉର୍ଦ୍ଦୁ ହୋଇଥିଲେ ମଧ୍ୟ ସଂସ୍କୃତ ଭାଷାକୁ ଆପଣେଇ ନେଇଛନ୍ତି ହସନ । ଖାଲି ସେତିକି ନୁହେଁ ସ୍କୁଲରେ ଗଣେଶ ପୂଜା, ସରସ୍ବତୀ ପୂଜା ପାଳନରେ ମଧ୍ୟ ହସନ ପିଲାମାନଙ୍କ ସହିତ ମଶି ପାଳନ କରିଥାନ୍ତି । ତାଙ୍କର ଏହି ମିଷ୍ଟି ସ୍ୱାଭାବ ଯୋଗୁଁ ସେ ଛାତ୍ରଛାତ୍ରୀଙ୍କ ମହଲରେ ବେଶ୍ ପ୍ରିୟ ।
ଧର୍ମକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବାଦ ବିବାଦ ଦେଖା ଦେଉଥିବା ବେଳେ ହସନ ପ୍ରମାଣ କରି ଦେଖାଇଛନ୍ତି ଯେ ମାନବବାଦ ଆଗରେ ସବୁ ତୁଚ୍ଛ । ତାଙ୍କ ନିରବଚ୍ଛନ ସଂସ୍କୃତ ପ୍ରେମ ଓ ଶିକ୍ଷାଦାନ ଏହା ପ୍ରମାଣ କରି ଦେଖାଇଛି ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଅବସରରେ ରାମ ମନ୍ଦିର ନିର୍ମାଣର ଅଗ୍ରଗତି ନେଇ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି।
ଏହା ଅଯୋଧ୍ୟାରେ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ମାଣର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଅବସରରେ ଏକ ପୁସ୍ତକ ଭେଟି ଦେଇଛନ୍ତି ଯୋଗୀ। ଏହାସହ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ଯୋଗୀ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ଉତ୍ତରାଖଣ୍ଡରେ ଗ୍ଲୋବାଲ୍ ଇନଭେଷ୍ଟର୍ସ ସମିଟରେ ମୋଦିଙ୍କ ବଡ ଆହ୍ବାନ । କହିଲେ, ଏବେ ଭାରତର ସମୟ । ଆସନ୍ତା କିଛି ବର୍ଷରେ ବିଶ୍ବର ତୃତୀୟ ବୃହତ୍ତ ଅର୍ଥନୀତି ହେବାକୁ ଯାଉଛି ଭାରତ । ଆଉ ଏଭଳି ସମୟରେ ଉତ୍ତରାଖଣ୍ଡର ବିକାଶ ଯାତ୍ରାରେ ସାମିଲ୍ ହେବାକୁ ନିବେଶକମାନଙ୍କୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ଅପାର ସମ୍ଭାବନା ଥିବା ରାଜ୍ୟ ଉତ୍ତରାଖଣ୍ଡ । ଏଠାରେ ଥିବା ଡବଲ୍ ଇଞ୍ଜିନ ସରକାରଙ୍କ ଡବଲ୍ ପ୍ରୟାସ ସବୁ ଦିଗରୁ ପ୍ରତିଫଳିତ । ଯାହାକୁ ଦେଖି ଏଠାରେ ଭାରତ ସରକାର ଏକବିଂଶ ଶତାଦ୍ଦିର ଅତ୍ୟାଧୁନିକ କନେକ୍ଟିଭିଟି ଏବଂ ଇନଫ୍ରାଷ୍ଟ୍ରକ୍ଚର କ୍ଷେତ୍ରରେ କାମ କରୁଛନ୍ତି । ସେ ସମୟ ବେଶୀ ଦୂର ନୁହେଁ ଯେବେ ଦିଲ୍ଲୀରୁ ଡେରାଡୁନ୍ ମାତ୍ର ଅଢେଇ ଘଣ୍ଟାର ଯାତ୍ରା ହେବ ।
ଅଧିକ ପଢନ୍ତୁ ଭାରତ ଖବର
ସଂଯୋଗୀକରଣ ଦ୍ବାରା ଲୋକଙ୍କ ଜୀବନ ଓ ବ୍ୟାପାର ସହଜସାଧ୍ୟ ହେବ ବୋଲି କହିଛନ୍ତି ମୋଦି। ଉତ୍ତରାଖଣ୍ଡରେ ଡିଗନିଟି ଏବଂ ଡେଭଲପମେଣ୍ଟ ଦୁଇଟା ଯାକର ଅନୁଭବ ଏକାସଙ୍ଗେ କରିହେଉଥିବା କହିଛନ୍ତି ମୋଦି । ଦେଶ ଏବେ ଆତ୍ମବିଶ୍ଵାସଭରା, ପ୍ରେରଣା ପାଇ ଉତ୍ସାହିତ ହେବାର ଅବସର । ବିକଶିତ ଭାରତ ଗଠନ କରିବା ଦାୟିତ୍ଵ ସମସ୍ତଙ୍କର ହେବା ଉଚିତ୍ । ଉତ୍ତରାଖଣ୍ଡର ମଧ୍ୟବିତ୍ତ ଏକ ବଡ ମାର୍କେଟ୍ ସୃଷ୍ଟି କରିପାରିଛନ୍ତି । ଉତ୍ତରାଖଣ୍ଡ ସ୍ଥାନୀୟ ଉତ୍ପାଦକୁ ବିଦେଶରେ ବିକ୍ରିର ବ୍ୟବସ୍ଥା ପ୍ରଶଂସନୀୟ । ଏହାକୁ `ଭୋକାଲ୍ ଫର୍ ଲୋକାଲ୍' କୁ ବଡ଼ ଶକ୍ତି ଦେଉଛି । ଟୁରିଜିମ୍ କ୍ଷେତ୍ରରେ ଉତ୍ତରାଖଣ୍ଡ ଏକ ବ୍ରାଣ୍ଡ ଭାବେ ଉଭା ହୋଇଥିବା କହିଛନ୍ତି ମୋଦି ।
ଉତ୍ତରାଖଣ୍ଡରେ ପତଞ୍ଜଳି ପକ୍ଷରୁ ହେବ ୧୦ ହଜାର କୋଟିର ନିବେଶ । ଗ୍ଲୋବାଲ୍ ଇନଭେଷ୍ଟର୍ସ ସମିଟରେ ଏହି ଘୋଷଣା କରିଛନ୍ତି ଯୋଗଗୁରୁ ସ୍ବାମୀ ରାମଦେବ । ଏହା ଏବେସୁଦ୍ଧା ଉତ୍ତରାଖଣ୍ଡରେ ସବୁଠୁ ବଡ ନିବେଶ ବୋଲି କହିଛନ୍ତି ରାମଦେବ । ଏହାସହ ଅନ୍ୟ କର୍ପୋରେଟ୍ ହାଉସକୁ ନିବେଶ ପାଇଁ ଆହ୍ବାନ କରିଥିଲେ ରାମଦେବ । ଗତ ୫ ବର୍ଷରେ ଉତ୍ତରାଖଣ୍ଡରେ ଅପ୍ରତ୍ୟାଶିତ ଭାବେ ପରିବର୍ତ୍ତନ ଆସିଥିବା କହିଛନ୍ତି ଆଦାନୀ ଏଣ୍ଟରପ୍ରାଇଜର୍ସର ନିର୍ଦ୍ଦେଶକ ପ୍ରଣବ ଆଦାନୀ । ଉତ୍ତରାଖଣ୍ଡରେ ନ୍ୟାଚୁରାଲ୍ ଗ୍ୟାସ୍ ଉପଲବ୍ଧ କରାଇବ ଆଦାନୀ ଗ୍ରୁପ । ୨୦୦ ସିଏନଜି ବସ୍ ସହ , ୧୭ ଶହ କୋଟିର ଅମ୍ବୁଜା ସିମେଣ୍ଟ ସଂପ୍ରସାରଣ ଏବଂ ଋଷିକେଶ ଓ ଡେରାଡୁନ୍ ମଧ୍ୟରେ ୧୪୦୦ କୋଟି ଟଙ୍କା ଗ୍ରାଇଣ୍ଡିଂ ୟୁନିଟ୍ ଖର୍ଚ୍ଚ ନେଇ ଘୋଷଣା କରିଛନ୍ତି ପ୍ରଣବ ଆଦାନୀ । ଉତ୍ତରାଖଣ୍ଡରେ ନିବେଶ ସୁରକ୍ଷିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମି ।