ପୁରୀ: ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ୱ ସ୍କୁଲ ଛାତ୍ରଛାତ୍ରୀ । ଇଲେକ୍ଟ୍ରି ତାରରେ ଲାଗି ଗଲା ସ୍କୁଲ ବସ । ପଦାରେ ପଡିଲା ବ୍ରହ୍ମଗିରି ବିଦ୍ୟୁତ ବିଭାଗର ଅପାରଗତା। ଲୋକଙ୍କ ଯିବନ ସହ ଖେଳ ଖେଳୁଛି ବିଦ୍ୟୁତ ବିଭାଗ । ଏଭଳି ଦୁର୍ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଚଣ୍ଡିପୁଟ ଗ୍ରାମରେ। ସୂଚନାନୁସାରେ, ସାକ୍ଷିଗୋପାଳ ସ୍ଥିତ ଆଚାର୍ଯ୍ୟ ହରିହର ଶିକ୍ଷା ଭବନର ଛାତ୍ରଛାତ୍ରୀମାନେ ଆଜି ୧୦ଟା ସମୟରେ ବ୍ରହ୍ମଗିରି ବାଲିହରଚଣ୍ଡି ପିକନିକ ପାଇଁ ଯାଇଥଲେ।
ପରେ ୧୧ଟା ସମୟରେ ଅଲାରନାଥ ମନ୍ଦିର ଅଭିମୁଖେ ବସଟି ଛାତ୍ରଛାତ୍ରୀଙ୍କୁ ନେଇ ବାଲିହରଚଣ୍ଡି ଠାରୁ ବାହାରି କାଠଆରୋଡି ରାସ୍ତାରେ ଆସିବା ସମୟରେ ଚଣ୍ଡିପୁଟ ଗାଁରେ ବିଦ୍ୟୁତ ତାରଲାଗି ଯାଇଥଲା। ଯାହା ଫଳରେ ବିଦ୍ୟୁତ ତାର କିଛି ସମୟ ଜଳିବା ସହ ବସର କେତେକ ସ୍ଥାନରେ ନିଆଁ ଲାଗିଯାଇଥଲା। ଗ୍ରାମର ଲୋକଙ୍କ ସହଯୋଗରେ ବସ ଭିତରୁ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଗ୍ରାମ ମଝିରେ ବିଦ୍ୟୁତ ତାର ଓହଳି ଥିବା ନେଇ ଗାଁର ଲୋକମାନେ ବିଦ୍ୟୁତ ବିଭାଗକୁ ବାରମ୍ବାର ଜଣାଇ ଥିଲେ ମଧ୍ୟ ବିଦ୍ୟୁତ ବିଭାଗର ମନମୁଖି କାର୍ଯ୍ୟ ଯୋଗୁଁଏଭଳି ଘଟଣା ବାରମ୍ବାର ଘଟୁ ଛି। ଏହି ରାସ୍ତାରେ ବାଲିହରଚଣ୍ଡିକୁ ଦିନକୁ ହଜାର ହଜାର ପର୍ଯ୍ୟଟକ ଯାତାୟତ କରୁଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଖାତିର ନଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
ଅର୍ଗସ ବ୍ୟୁରୋ: ରାସ୍ତାକଡ଼ରେ ଛିଡା ହୋଇଥିବା ହାଇୱାକୁ ଧକ୍କା ଦେଲା କାର୍ । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା 16 ନଂ ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଭଦ୍ରକ ପୁରୁଣା ବଜାର ଅଞ୍ଚଳର କିଛି ଯୁବକ ଦୋବଲ ଅଞ୍ଚଳକୁ ଯାଉଥିବାବେଳେ ଅଘଟଣ ଘଟିଥିଲା ।
ଦୁର୍ଘଟଣାରେ 5 ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ବିଳମ୍ବିତ ରାତିରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରୁ ଅଧା ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦୁଇ ଟ୍ରକ ମୁହାଁମୁହିଁ ଧକ୍କା। ଜଣେ ମୃତ ଜଣେ ଗୁରୁତର। ଜମନକିରା ଥାନା ୫୩ନଂ ଜାତୀୟ ରାଜପଥ ଚିମିମହୁଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସିମେଣ୍ଟ ବୋଝେଇ ଟ୍ରକ ଓ କଣ୍ଟେନର ମଧ୍ୟରେ ମଧ୍ୟରେ ମୁହାମୁହିଁ ଧକ୍କା । କଣ୍ଟେନର ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୟାଗଡ: ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୋଡ଼୍ ରେ ରଣପୁର ଅବକାରୀ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ଥାନା ଓଏସଆଇ ସୁବାଷ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ରଣପୁର ବ୍ଲକର ନର୍ସିଙ୍ଗପୁର ଓ ଅମ୍ବାଝରରେ ଚଢ଼ାଉ କରିଥିଲା । ବିପୁଳ ପରିମାଣରେ ମଦ ତିଆରି ସାମଗ୍ରୀ , 135 ଲିଟର ଦେଶୀ ମଦ ଓ ଗୋଟିଏ ବାଇକ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ ।
ଅଭିଯୁକ୍ତମାନେ ହେଲେ ଆମ୍ବାଝର ଗ୍ରାମର ଶରତ ଶ୍ରୀଚନ୍ଦନ ଓ ରାକେଶ ଶ୍ରୀଚନ୍ଦନ, ନର୍ସିଙ୍ଗପୁର ଗ୍ରାମର ଚିତ୍ତରଞ୍ଜନ ସାହୁ । ତେବେ ଜବତ ମଦ ଓ ମଦ ତିଆରି ସାମଗ୍ରୀର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
ଆହୁରି ପଢନ୍ତୁ ଅପରାଧ ଖବର...