ସୁବର୍ଣ୍ଣପୁର: ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ଏଭଳି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଘଟିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡ଼ାକ୍ତରଖାନାରେ ଡ଼ାକ୍ତରଙ୍କୁ ଦୁର୍ବବ୍ୟବହାର ଅଭିଯୋଗରେ ଥାନାରେ ଏତଲା ଦେଇଛନ୍ତି ଡ଼ାକ୍ତର । ଗୁରୁବାର ରାତି ୯.୩୦ ମିନିଟ୍ରେ ଜଣେ ବ୍ୟକ୍ତି ନିଜ ଛୋଟ ଶିଶୁକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଡ଼ାକ୍ତର ଜୟପ୍ରକାଶ ପ୍ରଧାନଙ୍କୁ ଗାଲିଗୁଲଜ କରିବା ସହ ଦୁର୍ବବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଡାକ୍ତର । ଡ଼ାକ୍ତରଙ୍କ ଷ୍ଟେଥୋ ମଧ୍ୟ ଭାଙ୍ଗି ଦେଇଥିଲେ । ମେଡିକାଲରେ ଡାକ୍ତରଙ୍କ କାଗଜ ପତ୍ର ମଧ୍ୟ ଫିଙ୍ଗିଦେଇଥିଲା । ଫଳରେ ଡ଼ାକ୍ତର ସଂପୃକ୍ତ ବ୍ୟକ୍ତିଙ୍କ ନାଁରେ ବିନିକା ଥାନାରେ ଏତଲା ଦେଇଥିଲେ ।
ବିନିକା ଥାନାଧିକାରୀ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଡ଼ାକ୍ତର ଜୟ ପ୍ରକାଶଙ୍କ କହିବା ଅନୁଯାୟୀ ଉକ୍ତ ବ୍ୟକ୍ତି ପ୍ରଚୁର ମଦ୍ୟପାନ କରି ଆସିଥିଲା । ଡାକ୍ତରଙ୍କୁ ଦୁର୍ବବ୍ୟବହାର ନେଇ କର୍ମଚାରୀଙ୍କ ଆଲୋଚନା ପରେ ଡ଼ାକ୍ତରଖାନାର ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଡ଼ାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ଉପଯୁକ୍ତ ସୁରକ୍ଷା ଦାବି ନେଇ ସିଡ଼ିଏମଓକୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।
ଡାକ୍ତରଙ୍କ ମାଡ ପରେ ଚିକିତ୍ସା ବନ୍ଦ କରିଛନ୍ତି ବିନିକା ଡାକ୍ତର । ବଡକଥା ହେଲା ଡାକ୍ତରଙ୍କ ଅଭାବ ଯୋଗୁଁ ଚିକିତ୍ସା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଥିଲେ ବି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ନିରବଦ୍ରଷ୍ଟା ସାଜିଛି ।
