Bhakti: Bhabare Bhagabata | EP -437 | Argus News
ବର୍ଷା ସମ୍ଭାବନା, ୨ଟି ଜିଲ୍ଲାକୁ ସତର୍କ ସୂଚନା
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ହୋଇପାରେ କାଳବୈଶାଖୀ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ଓଡ଼ିଶାର ୨ଟି ଜିଲ୍ଲାକୁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ସତର୍କ ସୂଚନା ଜାରି କରାଯାଇଛି । କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଆଜି ସନ୍ଧ୍ୟା ସାଢ଼େ ୬ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ବର୍ଷା ସହିତ ଜୋରରେ ପବନ ବୋହିପାରେ ।
ସେହିଭଳି ବ୍ରଜପାତ ହେବାର ମଧ୍ୟ ଆଶଙ୍କା ରହିଛି । ତେଣୁ ଏହି ସମୟରେ ସଂପୃକ୍ତ ଜିଲ୍ଲାର ଲୋକେ ଘରୁ ବାହାରକୁ ନ ବାହାରନ୍ତୁ ବୋଲି ପାଣିପାଗ ବିଭାଗ ପରାମର୍ଶ ଦେଇଛି । ପାଣିପାଗ ବିଭାଗର ସତର୍କ ସୂଚନା ଅନୁସାରେ ଏହି ସମୟରେ ଅବିବକ୍ତ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବୋହିପାରେ ।
Download Argus News App
