ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀରେ କେନ୍ଦ୍ର ସରକାର ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ OSDMA କୁ ଏହି ସମ୍ମାନ ପ୍ରଦାନ ପାଇଁ ଘୋଷଣା କରିଥିଲେ । ତେବେ ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଓଡିଶା ପାଇଁ ନିଶ୍ଚୟ ଏହା ଗର୍ବର କଥା । 1999 ମସିହା ବାତ୍ୟାରେ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା । ଯେଉଁଠୁ ଆମକୁ ବହୁତ କିଛି ଶିକ୍ଷା ମିଳିଥିଲା । ଏହାପରେ ଆମେ ଆହୁରି 7 ଟି ବାତ୍ୟାକୁ ସମ୍ମୁଖୀନ କରିଛୁ ।
କିନ୍ତୁ କୌଣସି ଧନ ଜୀବନ ନଷ୍ଟ ହୋଇନାହିଁ । ଆମେ ପ୍ରଥମେ ODRAF ଟିମ୍ ପ୍ରସ୍ତୁତ କରିଥିଲୁ । ଓଡିଶା ହେଉଛି ପ୍ରଥମ ରାଜ୍ୟ ଯିଏ କି ଅଗ୍ନିଶମ ବିଭାଗକୁ ମଲ୍ଟି ଟାସ୍କିଂ ଫୋର୍ସ ଭାବେ ବ୍ୟବହାର କରିଛି । ନିଶ୍ଚୟ ଏହି ସମ୍ମାନ ଆମକୁ ଆହୁରି କାମ କରିବାକୁ ସାହସ ଦେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।