ବହୁ ଘାତ, ପ୍ରତିଘାତ ଦେଇ ଆଗକୁ ଆସି ସ୍ୱର୍ଣ୍ଣ ଜିତିଛି । ଟୋକିଓ ପାରାଲିମ୍ପିକ୍ସରେ ୨୦ ବର୍ଷର ତପସ୍ୟା ସଫଳ ହେଲା। ସରକାର ୬ କୋଟି ଦେଲେ ଗ୍ରୁପ-ଏରେ ଚାକିରି ଘୋଷଣା କରିଛନ୍ତି । ଡେପୁଟି କଲେକ୍ଟର ଆଶା ଥିଲା, ସରକାର ଯାହା ଦେବେ ସେଥିରେ ଖୁସି ହେବି ବୋଲି ପ୍ରମୋଦ କହିଛନ୍ତି । ଏହାସହ ଖେଳ ପ୍ରତି ଆଗକୁ ଅଧିକ ଗୁରୁତ୍ଵ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ପ୍ରୋତ୍ସାହନ ମିଳିଲେ ଆଗକୁ ଅନେକ ପ୍ରମୋଦ ସୃଷ୍ଟି ହେବେ। ଆଗକୁ ଆହୁରି ପ୍ରମୋଦ ସ୍ଵର୍ଣ୍ଣ ଜିତିବେ ବୋଲି ସେ ଆଶା କରିଛନ୍ତି। ଏହାସହ ତାଙ୍କ ଗାଁ ବରଗଡ଼ ଅତାବିରାରେ ଷ୍ଟାଡିୟମ ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି ପ୍ରମୋଦ ଭଗତ।
ଡେପୁଟି କଲେକ୍ଟର ଆଶା ଥିଲା, ସରକାର ଯାହା ଦେବେ ସେଥିରେ ଖୁସି ହେବି: ପ୍ରମୋଦ

ଅର୍ଗସ ବ୍ୟୁରୋ: ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟ ସରକାର। ପ୍ରମୋଦ ଭଗତଙ୍କୁ ୬ କୋଟିର ଚେକ୍ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ସମ୍ବର୍ଦ୍ଧିତ ହେବା ପରେ ପ୍ରତିକ୍ରିୟା ରଖି ଓଡ଼ିଶାବାସୀଙ୍କୁ ସ୍ଵର୍ଣ୍ଣ ପଦକ ଉତ୍ସର୍ଗ କରୁଛି କହିଛନ୍ତି ପ୍ରମୋଦ ଭଗତ। ମୁଁ ସ୍ଵର୍ଣ୍ଣ ଜିତେ ବୋଲି ଓଡ଼ିଶାବାସୀ ଆଶା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଆଗକୁ ଯାଇପାରିଛି ବୋଲି ପ୍ରମୋଦ ଭଗତ କହିଛନ୍ତି ।
Download Argus News App
