ଭୁବନେଶ୍ୱର: ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ହେବାକୁ ଥିବା ଏହି ବୈଠକରେ ବହୁ ପ୍ରସ୍ତାବ ଉପରେ ଆଜି ମୋହର ବାଜିବ । କାଳିଆ ଛାତ୍ରବୃତ୍ତି ଯୋଜନା ସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ବାଜିବା ସମ୍ଭାବନା ରହିଛି । ସେହିପରି କୃଷି, ଜଳ ସମ୍ପଦ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବ ମଧ୍ୟ ଆସିପାରେ ।
ଏହାଦ୍ୱାରା ଚାଷୀଙ୍କ ପିଲା ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଭବାନ ହେବେ । ୧୩ଟି ବୈଷୟିକ ଓ ୧୧ଟି ଡିପ୍ଲୋମା ପାଠ୍ୟକ୍ରମରେ ଚାଷୀଙ୍କ ପିଲା ନାଁ ଲେଖାଇ ପାରିବେ । ୧୮୧ ସରକାରୀ ଶିକ୍ଷାନୁଷ୍ଠାନରେ ଏହି ସୁବିଧା ମିଳିବ । ଆଗକୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଥିବାରୁ ଅଧିକରୁ ଅଧିକ ପ୍ରସ୍ତାବ କ୍ୟାବିନେଟରେ ଆସିପାରେ।
ଅର୍ଗସ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ସେ କହିଛନ୍ତି ଯେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପିର ଅଭିଯୋଗ । କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ । କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ ।
ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: