କଟକ: ମନ୍ଦିରର ରୋଷେଇ ଘର ନିର୍ମାଣକୁ ନେଇ ତୁମୁଳକାଣ୍ଡ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗାର ଦୁଲାରପୁର ଗ୍ରାମର ନାରାୟଣ ମନ୍ଦିର ପାଖରେ । କଟକ ଜିଲ୍ଲା ମାହାଙ୍ଗାର ବହୁ ପୁରାତନ ନାରାୟଣ ମନ୍ଦିର । ପାଖାପାଖି ୨୦୦ ବର୍ଷର ଏଇ ମନ୍ଦିରକୁ ଖଣ୍ଡ ମଣ୍ଡଳର ବହୁ ଲୋକ ପୂଜାର୍ଚ୍ଚନା କରିବାକୁ ଆସିଥାନ୍ତି । ହେଲେ ଏ ମନ୍ଦିରର ଗୋଟେ ରୋଷେଇ ଘର ନିର୍ମାଣକୁ ନେଇ ଏକ ବିବାଦ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ମନ୍ଦିରର ନିଜସ୍ୱ ଜାଗା ନଥିବାରୁ ଗାଁ ଲୋକେ ମନ୍ଦିରର ସମସ୍ତ କାମ ଏକ ସରକାରୀ ଜାଗାରେ ଅସ୍ଥାଇ ଭାବେ କରନ୍ତି। ହେଲେ ଏବେ ସେଇ ଅସ୍ଥାଇ ଘରକୁ ଭାଙ୍ଗି କୋଠାଘର ତିଆରି କରୁଥିବା ବେଳେ ଗାଁର ଜଣେ ଲୋକ ତାଙ୍କୁ ବିରୋଧ କରୁଛନ୍ତି।
ଏପଟେ ବିରୋଧ କରୁଥିବା ବ୍ୟକ୍ତି ଙ୍କ କହିବା ଅନୁସାରେ ମନ୍ଦିରର କର୍ମକର୍ତା ଯୋଉ ଜାଗାରେ ରୋଷେଇ ଘର ନିର୍ମାଣ କରୁଛନ୍ତି ସେଇଟା ସରକାରୀ ରାସ୍ତା ଯୋଉଟାକି ତାଙ୍କ ଘରକୁ ଲାଗିଛି। ସେଇ ଘର ହବାଦ୍ୱାରା ତାଙ୍କ ଯିବା ଆସିବା ବାଟ ସମ୍ପୂର୍ଣ୍ଣ ବନ୍ଦହେଇଯିବ। ଏଭଳି ଏକ ସମସ୍ୟା ବାବଦରେ ତହସିଲଦାର ଙ୍କୁ ପଚାରିବାରୁ ସିଏ ଏନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି ।
ଅର୍ଗସ ବ୍ୟୁରୋ : ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର ଶାସନକାଳରେ ଚାଷୀମାନଙ୍କ ଆୟ ଦୁଇଗୁଣା କରିବା ପାଇଁ ବିଭିନ୍ନ ପ୍ରକାରର କୃଷକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି l ଏହାର ଲାଭ ଦେଶର ସବୁ ରାଜ୍ୟର ଚାଷୀମାନେ ପାଉଥିବା ବେଳେ ଓଡ଼ିଶାର ଚାଷୀ ବଞ୍ଚିତ ହୋଇଛନ୍ତି। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧିନ ବିଜେଡି ସରକାର, ଦୀର୍ଘ ୨୪ ବର୍ଷ ଶାସନ କାଳରେ ୧୨ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ଗଲା ନଭେମ୍ବର ମାସରେ ଓଡ଼ିଶାରେ ଅନାବୃଷ୍ଟି କାରଣରୁ ମରୁଡ଼ି ହେଇ ରାଜ୍ୟରେ ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ୨୪ ବର୍ଷର ଶାସନକାଳରେ ଓଡ଼ିଶା ସରକାର ଚାଷ ଜମିକୁ ଜଳସେଚନ କରିବାରେ ବିଫଳ ହୋଇଛନ୍ତି। ସେହିପରି ଶୀତଳ ଭଣ୍ଡାର କରିବାରେ ମଧ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଓଡ଼ିଶାରେ ପ୍ରମୁଖ ଚାଷ ଧାନଚାଷ କିନ୍ତୁ ଦୀର୍ଘ ବର୍ଷ ଧରି ଓଡ଼ିଶାର ଚାଷୀ ଶୋଷିତ ହେଉଛି। ରାଜ୍ୟ ସରକାର ନଭେମ୍ବର ୧ ତାରିଖ ଠାରୁ ଧାନମଣ୍ଡି ଖୋଲିବା ପାଇଁ ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଧାନମଣ୍ଡି ଖୋଲିନଥିବା କାରଣରୁ ଚାଷୀ ତାର ଧାନକୁ ୧୩ ଶହରୁ ୧୪ ଶହ ଟଙ୍କାରେ ଦଲାଲମାନଙ୍କୁ ବିକିବା ପାଇଁ ବାଧ୍ୟ ହେଉଛି। ବିଗତ ଦିନମାନଙ୍କରେ ଧାନମଣ୍ଡିମାନଙ୍କରେ ଚାଷୀମାନଙ୍କ ଠାରୁ କ୍ବିଣ୍ଟାଲ୍ ପ୍ରତି ୫ କିଲୋରୁ ୧୦ କିଲୋ ଧାନ କଟନିଛଟନି କରାଯାଇ ଚାଷୀକୁ ଶୋଷଣ କରାଯାଇଛି। ସବୁ ଧାନମଣ୍ଡିରେ ମିଲରମାନଙ୍କର ରାଜ୍ ଚାଲିଛି। ଧାନ କିଣା କାରବାରରେ ବ୍ୟାପକ ଦୁର୍ନୀତି ଓ ହେରଫେର ଚାଲିଛି। ଧାନମଣ୍ଡି ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ। ଏପରିକି ଧାନକୁ ସୁରକ୍ଷିତ ରଖିବା ପାଇଁ ପକ୍କାଘର ନାହିଁ, ବାଉଣ୍ଡ୍ରୀୱାଲ୍ ନାହିଁ, ଚାଷୀମାନଙ୍କ ପାଇଁ ପିଇବା ପାଇଁ ପାଣି, ବସିବାର ବ୍ୟବସ୍ଥା ନାହିଁ। ଧାନ ଆଣିବା ପାଇଁ ଚାଷୀଙ୍କୁ ବସ୍ତା ଦିଆଯାଉନାହିଁ। ଧାନର ମାନ ପରୀକ୍ଷା କରିବା ପାଇଁ ଯନ୍ତ୍ରପାତି ନାହିଁ କି ଟେକନିସିଆନ୍ ନାହାନ୍ତି। ଯାହାଫଳରେ ମିଲରମାନେ ମନଇଚ୍ଛା ଧାନ କ୍ବିଣ୍ଟାଲ୍ ପ୍ରତି ୫ କିଲୋ ରୁ ୧୦ କିଲୋ ପର୍ଯ୍ୟନ୍ତ କଟନିଛଟନି କରୁଛନ୍ତି। ମିଲରମାନଙ୍କର କାମ ଧାନକୁ ଚାଉଳ କରି ସରକାରଙ୍କୁ ଦେବା l ହେଲେ ମିଲରମାନଙ୍କର ଧାନମଣ୍ଡିରେ ଦାଦାଗିରି ଚାଷୀମାନଙ୍କୁ ତଳିତଳାନ୍ତ କରୁଛି। ଟୋକନ୍ ବ୍ୟବସ୍ଥା ନାମରେ ଚାଷୀକୁ ହତାସ ହେବାକୁ ପଡୁଛି।କୃଷକମାନଙ୍କୁ ୫୦ ପ୍ରତିଶତ ରିହାତି ମୂଲ୍ୟରେ କେନ୍ଦ୍ର ସରକାର କୃଷି ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି କିନ୍ତୁ ଓଡ଼ିଶାରେ ଏହି କାରବାରରେ ବ୍ୟାପକ ଦୁର୍ନୀତି ହେଉଛି। ଏପରିକି ବାଲେଶ୍ବର ଜିଲ୍ଲା ରେମୁଣାର ଶାସକଦଳର ବିଜେଡି ବିଧାୟକ କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ଓଡ଼ିଶା ଭିଜିଲାନ୍ସ ବିଭାଗ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି। ଓଡ଼ିଶାର କୃଷିମନ୍ତ୍ରୀଙ୍କ ନିଜ ବିଧାନସଭା କ୍ଷେତ୍ରରେ ଚାଷୀମାନଙ୍କ ନାମରେ କୋ-ଅପରେଟିଭ୍ ସୋସାଇଟିମାନଙ୍କରେ ଜାଲିଆତି କରି କୋଟି କୋଟି ଟଙ୍କାର ଋଣ ଦୁର୍ନୀତି ହେଇଛି। ସାରା ରାଜ୍ୟରେ କେନ୍ଦ୍ର ସରକାର ଚାଷୀମାନଙ୍କୁ ଦେଉଥିବା ସହାୟତା ଯୋଜନାକୁ ବ୍ୟାପକ ଭାବେ ହରିଲୁଟ୍ କରାଯାଉଛି।
ଏସବୁର ପ୍ରତିବାଦରେ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କ ନେତୃତ୍ଵରେ ଭାରତ ସରକାରଙ୍କ କୃଷି କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୈଳାଶ ଚୌଧୁରୀଙ୍କୁ ତାଙ୍କର ନୂଆଦିଲ୍ଲୀସ୍ଥିତ ବାସଭବନଠାରେ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଥିଲେ। କେନ୍ଦ୍ର ସରକାର ଓଡ଼ିଶାର ଚାଷୀ ମାନଙ୍କର ଆୟ ଦୁଇ ଗୁଣା କରିବା ପାଇଁ ଦେଉଥିବା ଅର୍ଥକୁ ଓଡ଼ିଶା ସରକାରଙ୍କ ଦ୍ଵାରା ହେଇଥିବା ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ଵର ଟୁଡୁଙ୍କ ନେତୃତ୍ଵରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ,ପୂର୍ବତନ ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା, ବିଜେପି କିଷାନ୍ ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ଶମ୍ଭୁ କୁମାର, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ରୀ ଜଗନ୍ନାଥ ମହାପାତ୍ର, ବିଶିଷ୍ଟ ଚାଷୀନେତା ଶ୍ରୀ ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଅର୍ଗସ ବ୍ୟୁରୋ : ଭାରତର ପୁରାତନ ଜ୍ଞାନ ପରମ୍ପରା ଦର୍ଶନ, ଗଣିତ, ଜ୍ୟୋତିର୍ବିଜ୍ଞାନ, ଔଷଧ ଓ ସାହିତ୍ୟ ଭଳି ବିବିଧ କ୍ଷେତ୍ରରେ ଏକ ବିଶାଳ ଓ ବିବିଧ ଭଣ୍ଡାର । ପିଢ଼ି ପିଢ଼ି ଧରି ସଂରକ୍ଷିତ ଓ ପ୍ରସାରିତ ଏହି ଜ୍ଞାନ ସଭ୍ୟତାକୁ ରୂପ ଦେବା ସହ ମାନବ ଇତିହାସ ଏବଂ ବିଶ୍ୱ ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଜ୍ଞାନ ଭାରତୀ ଭିଜିଟର୍ସ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ : ସଂସ୍କୃତରେ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ
ପୁରାତନ ଭାରତ ବିଜ୍ଞାନ, ଗଣିତ, ଜ୍ୟୋତିର୍ବିଜ୍ଞାନ ଏବଂ ସ୍ଥାପତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହିତ ଗଭୀର ଭାବରେ ଜଡ଼ିତ ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧର ସମୃଦ୍ଧ ସଂସ୍କୃତି ଭାବରେ ଠିଆ ହୋଇଛି । ଏହାର ଉଦାହରଣ ଦେଇ ଉଜ୍ଜୟିନୀ ସ୍ଥିତ ଡୋଙ୍ଗଲା ଗ୍ରାମ, ସୁଶ୍ରୁତ ସଂହିତା, ଶୂନ ଓ ଡେସିମିଲ, ଖଜୁରାହ ମନ୍ଦିର, କୋଣାର୍କ ମନ୍ଦିରର ବୈଜ୍ଞାନିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ପ୍ରାଚୀନ ସ୍ଥଳଗୁଡ଼ିକର ଭବ୍ୟତା ବ୍ୟତୀତ ଭାରତର ସମୃଦ୍ଧ ଐତିହ୍ୟର ପ୍ରମାଣ ରହିଛି । କେବଳ ସ୍ଥାପତ୍ୟ ଦୃଷ୍ଟିରୁ ନୁହେଁ ବରଂ ଗଣତାନ୍ତ୍ରିକ ଆଦର୍ଶର ଅଗ୍ରଣୀ ଭାବରେ ମଧ୍ୟ । ଶତାବ୍ଦୀ ପୂର୍ବେ ଭାରତ ଏକ ଅତ୍ୟାଧୁନିକ ପଞ୍ଚାୟତ ବ୍ୟବସ୍ଥାକୁ ଗ୍ରହଣ କରିଥିଲା । ଏହି ବ୍ୟବସ୍ଥାରେ ଏକ ଶାସନ ମଡେଲ୍ ଏବଂ ନିର୍ବାଚନର ପ୍ରାରମ୍ଭିକ ରୂପ ପ୍ରଦର୍ଶିତ ହୋଇଥିଲା। ଏହି ଐତିହାସିକ ରତ୍ନଗୁଡ଼ିକ ଭାରତର ସର୍ବପୁରାତନ ସଭ୍ୟତା ଏବଂ ଗଣତନ୍ତ୍ରର ଜନନୀ ଭାବରେ ଦିଆଯାଇଥିବା ମାନ୍ୟତାକୁ ଦୃଢିଭୂତ କରେ । ସାଂସ୍କୃତିକ ଗଭୀରତା ଏବଂ ବୌଦ୍ଧିକ ଦକ୍ଷତାର ଏହି ମିଶ୍ରଣ ପ୍ରାଚୀନ ଭାରତର ସ୍ଥାୟୀ ଐତିହ୍ୟ - ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ବ୍ୟାଖ୍ୟା କରେ ।
ଜାତୀୟ ଶିକ୍ଷା ନୀତି ଅଧୀନରେ, ଶିକ୍ଷା ମନ୍ତ୍ରଣାଳୟରେ ନବଗଠିତ ଭାରତୀୟ ଜ୍ଞାନ ବ୍ୟବସ୍ଥା ଅଧୀନରେ ଭାରତର ପୁରାତନ ଜ୍ଞାନକୁ ପ୍ରୋତ୍ସାହିତ ଏବଂ ପୁନର୍ଜୀବିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ସମଗ୍ର ଭାରତରେ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନରେ ଭାରତୀୟ ଜ୍ଞାନ ବ୍ୟବସ୍ଥା କେନ୍ଦ୍ର ପ୍ରତିଷ୍ଠା, ଭାରତୀୟ ଜ୍ଞାନ ବ୍ୟବସ୍ଥାଭିତ୍ତିକ ଗବେଷଣା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ବିଦ୍ୟାଳୟ ପାଠ୍ୟକ୍ରମରେ ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ଯୋଡିବା ଓ ଭାରତୀୟ ଜ୍ଞାନ ବ୍ୟବସ୍ଥା ପାଇଁ ଶିକ୍ଷାଦାନ ଏବଂ ଶିକ୍ଷଣ ସମ୍ବଳର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଭାରତର ପ୍ରାଚୀନ ଜ୍ଞାନ କେବଳ ଅତୀତର ଅବଶେଷ ନୁହେଁ; ଏହା ଏକ ଜୀବନ୍ତ ପରମ୍ପରା ଯାହା ଆମ ଦେଶ ଏବଂ ବିଶ୍ୱ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାର ଶକ୍ତି ରଖିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହାବ୍ୟତିତ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ନବସୃଜନ ଏବଂ ଭଲ ପଦକ୍ଷେପ ପାଇଁ ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷ ପାଇଁ ଜାତୀୟ ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ବ୍ଲକ ଓ ଜିଲ୍ଲା ସ୍ତରରେ ଶିକ୍ଷା ଅଧିକାରୀଙ୍କୁ ନବସୃଜନ ଏବଂ ବେଷ୍ଟ ପ୍ରାକ୍ଟିସେସ ପାଇଁ ପୁରସ୍କୃତ କରିଥିଲେ । ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ନବସୃଜନ ଓ ବେଷ୍ଟ ପ୍ରାକ୍ଟିସ ବା ସର୍ବୋତ୍ତମ ଅଭ୍ୟାସକୁ ଗୁରୁତ୍ୱ ଦେବା ଦରକାର । ଦେଶର ୧ କୋଟି ଶିକ୍ଷକଙ୍କ କାପାସିଟି ବଲଡିଂ ବଢାଇବା ପାଇଁ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେବା ପାଇଁ ନିପାକୁ ପରାମର୍ଶ ଦେଇଥିଲେ । ଜାତୀୟ ଶିକ୍ଷା ନୀତିକୁ ସଫଳ କରିବା ଉପରେ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।