ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁରଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ରାଜଧାନୀ ଭୁବନେଶ୍ୱରରେ କରାଯିବ ଭବ୍ୟ ସ୍ୱାଗତ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବେ । ପରେ ଉତ୍କଳ ବିଶ୍ବବିଦ୍ୟାଳୟରେ ନେହରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ‘‘ମୋ ମାଟି ମୋ ଦେଶ’’ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅପରାହ୍ନରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ୪୦ ବର୍ଷ ପୂର୍ତ୍ତି ସମାରୋହରେ ଅତିଥି ଭାବେ ଯୋଗ ଦେବେ । ଅନ୍ୟପଟେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆୟୋଜିତ ହେବାକୁ ଥିବା ଓଡ଼ିଆ ଦୈନିକ ‘ପ୍ରଜାତନ୍ତ୍ର’ର ପ୍ରଥମ ପ୍ରକାଶନର ଶତବାର୍ଷିକୀ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡ ଉତ୍ତରକାଶିରେ ନିର୍ମାଣାଧୀନ ସିଲ୍କୟାରା-ଡଣ୍ଡାଲଗାଁଓ ଟନେଲ ଭୁଶୁଡ଼ିପଡ଼ିଥିଲା। ଏହି ଟନେଲରେ ୪୧ଜଣ ଶ୍ରମିକ ଫସିଯାଇଥିଲେ। ଯେଉଁଥିରେ ୧୭ ଦିନ ପର୍ଯ୍ୟନ୍ତ ସୁଡଙ୍ଗ ଭିତରେ ସଂଘର୍ଷ କରିଥିଲେ। ସେମାନଙ୍କୁ ବାହାରକୁ କାଢିବା ପାଇଁ ସବୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏକାଠି ହୋଇଥିଲେ। କାରଣ ଶ୍ରମିକଙ୍କୁ ବାହାର କରିବା ଲାଗି ସମସ୍ତେ ଲକ୍ଷ୍ୟ ରଖିଥିଲେ।
Breaking : Akshay Kumar to play Arnold Dix in his next movie “ Mission Surang” , Shooting location already decided. #UttarakhandTunnelRescue#UttarkashiRescue #Uttarkashi #uttarkashirescueoperation pic.twitter.com/MsujoBgqLb — aaplach_yogesh (@yogesh_sandge) November 28, 2023
ସିଲ୍କୟାରା-ଡଣ୍ଡାଲଗାଁ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ବଞ୍ଚାଇବାକୁ ଟନଲ ଏକ୍ସପର୍ଟ ଆନ୍ନଲ୍ଡ ଡିକ୍ସଙ୍କ ସହାୟତା ନିଆଗଲା। ତାଙ୍କ ପାଇଁ ହିଁ ଶ୍ରମିକ ମାନେ ସୁରକ୍ଷିତ ଭାବେ ବାହାରକୁ ଆସିଲେ ଏବଂ ଆଉ ଏକ ଜନ୍ମ ପାଇଲେ।
ତେବେ ଏହି ରେସକ୍ୟୁ ନେଇ ସବୁଠି ଜୟଗାନ। ଏହି ଟନେଲ ରେସ୍କ୍ୟୁକୁ ନେଇ ବଲିଉଡ ଇଣ୍ଡଷ୍ଟ୍ରିରେ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା। ଚାଲିଛି। ଉତ୍ତରକାଶୀ ଟନେଲ ରେସକ୍ୟୁ ଅପରେଶନକୁ ନେଇ ବଲିଉଡ ଅଭିନେତା ଅକ୍ଷୟ କୁମାର ଫିଲ୍ମ ନିର୍ମାଣ କରିବେ। ଏହି ଫିଲ୍ମର ନାଁ ହେବ ମିଶନ ସୁଡ଼ଙ୍ଗ ରଖାଯିବ। ଲିଡ ଭୂମିକାରେ ଅକ୍ଷୟ ଅଭିନୟ କରିବେ। ଏହି ଫିଲ୍ମରେ ସେ ଟନେଲ ଏକ୍ସପର୍ଟ ଆନର୍ଲ୍ଡ ଡିକ୍ସଙ୍କ ଭୂମିକାରେ ନଜର ଆସିବେ। ଏହି ଉଦ୍ଧାର ସମୟରେ ଆନର୍ଲ୍ଡ ଡିକ୍ସଙ୍କୁ ମଧ୍ୟ ଡକାଯାଇଥିଲା। ଏହି ବ୍ୟକ୍ତି ଅଷ୍ଟ୍ରେଲିଆରେ ଚାଲୁଥିବା ଅନ୍ତର୍ଜାତୀୟ ଟନେଲିଂ ଏବଂ ଅଣ୍ଡରଗ୍ରାଉଣ୍ଡ ସ୍ପେସ ଆସୋସିଏଶନର ସଭାପତି। ବ୍ରିଟିଶ ଇନଷ୍ଟିଚ୍ୟୁଟ ଅଫ ଇନଭେଷ୍ଟିଗେଟର୍ସରେ କାମ କରୁଥିବା ଡିକ୍ସଙ୍କର ଇଞ୍ଜିନିୟରିଂ, ଭୂବିଜ୍ଞାନ, ଆଇନ ଏବଂ ବିପଦ ପରିଚାଳନା କ୍ଷେତ୍ରରେ ୩୦ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି। ତେବେ ଅକ୍ଷୟଙ୍କ ତରଫରୁ ଏ ମୁଭିକୁ ନେଇ କୌଣସି ଅଫିସିଆଲି ଆନାଉନ୍ସମେଣ୍ଟ ହୋଇନି।
ସୂଚନା ଥାଉ କି, ଉତ୍ତରକାଶୀ ନିର୍ମାଣଧୀନ ଟନେଲ ଭୁଶୁଡିଯିବାରୁ ଦୀର୍ଘ ୧୭ ଦିନ ଫସିକି ଥିଲେ ୭ ରାଜ୍ୟର ୪୧ ଶ୍ରମିକ। ୨୮ ତାରିଖ ସମସ୍ତଙ୍କୁ ବଡ଼ ଆଶ୍ବାସନା ଦେଇଥିଲା। ଜଣକ ପରେ ଜଣେ ସମସ୍ତ ୪୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ କୋଲକାତାରେ ଅମିତ ଶାହଙ୍କ ରଣ ହୁଙ୍କାର । ବିଶାଳ ଜନସମାବେଶକୁ ସମ୍ବୋଧନ କରି ମମତା ସରକାରର ଦୁର୍ନୀତିର ପୋଲ ଖୋଲିଲେ । ଭ୍ରଷ୍ଟାଚାରୀ ଶାସନକୁ ଓପାଡ଼ି ଫୋପାଡ଼ିବାକୁ ଲୋକଙ୍କୁ ଦେଲେ ଆହ୍ବାନ । କହିଲେ ଯେଉଁ ମମତା ବାନାର୍ଜୀ ଦିନେ ନିର୍ବାଚନ ହିଂସା ନେଇ ଲଢୁଥିଲେ ଆଜି ତାଙ୍କରି ଦଳ ହିଂସାକର୍ମୀ ପାଲଟିଛନ୍ତି । ତେବେ ନାଗରିକତା ସଂଶୋଧନ ଆଇନର ଅଲବତ କାର୍ଯ୍ୟକାରି ହେବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।
ଅଧିକ ପଢନ୍ତୁ ଭାରତ ଖବର
ଏହି ଆଇନର କାର୍ଯ୍ୟକାରିତାକୁ କେହି ଅଟକାଇ ପାରିବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ୨୦୨୬ରେ ରାଜ୍ୟରେ ବିଜେପି ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ କ୍ଷମତାକୁ ଆସିବ ବୋଲି ଦାବି କରିଛନ୍ତି ଶାହ । ୨୦୨୪ ଲୋକସଭା ନିର୍ବାଚନ ରାଜ୍ୟରେ ବିଜେପିର ପ୍ରଦର୍ଶନ ଓ ବିଧାନସଭା ନିର୍ବାଚନରେ ବିଜେପି ବିଜୟର ମୂଳଦୁଆ ପକାଇବ ବୋଲି ସେ କହିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ୪୨ଟି ଆସନରୁ ୧୮ଟିରେ ବିଜୟୀ ହୋଇଥିଲା ବିଜେପି । ଯାହା କି ବର୍ତ୍ତମାନ ସୁଦ୍ଧା ସର୍ବାଧିକ ।
ଅର୍ଗସ ବ୍ୟୁରୋ : ବିଏସଏଫ୍ ପ୍ରତିଷ୍ଠା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି ଅବସରରେ ଭୁବନେଶ୍ୱର ଏମ୍ସ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଏସ୍ଏଫ୍ ଆଇଜି ଧନେଶ୍ୱର କୁମାର ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ୧୦୦ଜଣ ଯବାନ ସାମିଲ ହୋଇଥିଲେ । ଏହାସହ ବିଏସ୍ଏଫ୍ ଆଇଜି ମଧ୍ୟ ନିଜେ ରକ୍ତଦାନ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର