ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡ଼ିକ ହେଲା- ବରଗଡ଼, ସମ୍ବଲପୁର, ମୟୂରଭଞ୍ଜ, ଝାରସୁଗୁଡା, ସୁନ୍ଦରଗଡ଼,ଦେଓଗଡ, କେନ୍ଦୁଝର । ଏହ9ାସହ ନୂଆପଡ଼ା, ଅନୁଗୁଳ, ବୌଦ୍ଧ , କନ୍ଧମାଳ, ବାଲେଶ୍ଵର, ଯାଜପୁର, ଢେଙ୍କାନାଳ ଇତ୍ୟାଦି ଜିଲ୍ଲା ମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଏହା ଛଡା ଅନ୍ୟ ଜିଲ୍ଲା ମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୯ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଦିଆଯାଇଛି । ବିଜୁଳୀ ଘଡ଼ଘଡ଼ି ସହ ପବନର ବେଗ ଘଣ୍ଟା ପ୍ରତି ୩୦-୪୦ ରହିବ। ସେହି ସବୁ ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, ବରଗଡ଼,ଝାରସୁଗୁଡା, ବାଲେଶ୍ଵର, ଭଦ୍ରକ । ସର୍ବାଧିକ ବର୍ଷା ଫୁଲବାଣୀରେ ୧୧.୬ ମିଲିମିଟର ହୋଇଛି । ଗତକାଲି ସର୍ବାଧିକ ତାପମାତ୍ରା ଭବାନୀପାଟଣା ରେ ୩୭.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
