ଡେଙ୍ଗୁ ଭୟବହତାକୁ ଦେଖି ରାଜ୍ୟରେ ସମସ୍ତ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲିବା ପାଇଁ ନିର୍ଦେଶ ଦିଆଯାଇଛି । ଡି 2 ଷ୍ଟ୍ରେନ ନେଇ ଆତଙ୍କ ସୃଷ୍ଟି କରନ୍ତୁ ନାହିଁ । ଏହା ଆଗରୁ ଥିଲା । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ସମ୍ପୂର୍ଣ୍ଣ ଅନଲକ୍ ହେବ ନାହିଁ ଓଡିଶା-ସିବିକେ ମହାନ୍ତି

ଭୁବନେଶ୍ୱର: ସମ୍ପୂର୍ଣ୍ଣ ଅନଲକ ହେବ ନାହିଁ ଓଡିଶା । ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ । ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡ଼ଲାଇନ ଘୋଷଣା ହେବ । ସେନେଇ କମିଟି ନିଷ୍ପତି ନେବେ । କଟକ- ଭୁବନେଶ୍ଵରରେ କରୋନା ସ୍ଥିତି ସ୍ଥିର ରହିଛି । ଆଗରୁ 5 ଶହ ଉପରେ ରହୁଥିଲା ପିଜେଟିଭ ସଂଖ୍ୟା । ଏବେ 4 ଶହରେ ରହିଛି ପଜିଟିଭ ସଂଖ୍ୟା । ବର୍ତ୍ତମାନ ପୁରା ଖୋଲା ଛଡ଼ାଯାଇ ପାରିବ ନାହିଁ ।
Download Argus News App
