
କଳାହାଣ୍ଡି: ହାତୀ ଆକ୍ରମଣରେ ମହିଳା ମୃତ । ମହୁଲ ଗୋଟାଇବାକୁ ଯାଇ ହାତୀର ଆକ୍ରମଣର ଶିକାର ହେଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ଉର୍ଲଦାନୀ ରେଞ୍ଜର ଶ୍ରୀପାଳି ଗ୍ରାମ୍ୟ ଜଙ୍ଗଲରେ । ଆଜି ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରି କଚାଡି ଦେଇଛି ।
ଶ୍ରୀପାଳି ଗାଁର ବନିତା ପୋଡ଼ ଓ ଜଣେ ଛୋଟ ଝିଅ ଗାଁ ନିକଟରେ ଥିବା ମହୁଲ ଗଛକୁ ଯାଇଥିବାବେଳେ ସକାଳେ ୬ ଘଣ୍ଟାରେ ମହୁଳ ଗୋଟାଉଥିବା ବେଳେ ଜଙ୍ଗଲୀ ହାତୀ ଅଚାନକ ଆକ୍ରମଣ କରି କଚାଡି ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ଘଟିଛି । ଖବରପାଇ ଘଟଣା ସ୍ଥଳରେ ନର୍ଲା ବନାଞ୍ଚଳ ରେଞ୍ଜର ପହଁଚି ତଦନ୍ତ କରିଛନ୍ତି । ତଦନ୍ତ ପରେ ସରକାରୀ ସହାୟତା ପାଇଁ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ରେଞ୍ଜର ପ୍ରକାଶ କରିଛନ୍ତି । ଏଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି ।

