ଅର୍ଗସ ବ୍ୟୁରୋ: ମହଙ୍ଗା ପଡ଼ିଲା ଛେଳି ଚୋରି । ଛେଳି ଚୋରି କରିବାକୁ ଆସି ହଟହଟା ହେଲେ ଦୁଇ ଯୁବକ । ଛେଳି ଚୋରି ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ଛେଚିଲେ ଗ୍ରାମବାସୀ । ଗ୍ରାମବାସୀ ମାଡ଼ ମାରିବାର ଦୃଶ୍ୟ ଏବେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି। ।
ଭାଇରାଲ ହେଉଥିବା ଭିଡ଼ିଓଟି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ଫୁଲଝରା ଗ୍ରାମର ବୋଲି ଜଣାପଡ଼ିଛି । ଗତକାଲି ଅପରାହ୍ନରେ ଜମ୍ଭୀରା ବନ୍ଧ ନିକଟରେ ଫୁଲଝରା ଗ୍ରାମର ରାମଦାସ ମୁର୍ମୁଙ୍କ ୨ଟି ଛେଳିକୁ ଚୋରି କରି ଜଣେ ଯୁବକ ଓ ଜଣେ ନାବାଳକ ଏକ ବାଇକରେ ନେଇ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କ ପିଛା କରି ଦରଦିଆଷୋଳ ନିକଟରେ ସେମାନଙ୍କୁ ଅଟକାଇବା ସହ ପୋଲିସକୁ ଖବର ଦେଇଥିଲେ ।
ଅନ୍ୟପଟେ ଏଭଳି ଏକ ମାମଲା କନ୍ଧମାଳ ଜିଲ୍ଲା ଫୁଲବାଣୀରୁ ଆସିଛି । ଛେଳି ଚୋରି କରିବା ବେଳେ ଧରାପଡ଼ିଲେ ଦୁଇ ଯୁବକ । ସେମାନଙ୍କୁ ଧରି ନିର୍ଧୁମ ଛେଚିଲେ ଗ୍ରାମବାସୀ । ବାଲିଗୁଡା ଥାନା ସୁଣ୍ଡରୁମିଲା ଗାଁରୁ ଦୁଇ ଯୁବକ ଛେଳି ଚୋରି କରି ନେବା ସମୟରେ ଖବର ପାଇ କାବୁ କଲେ ଗ୍ରାମବାସୀ । ଆଉ ବାନ୍ଧି ଜେରା କଲେ । ଜେରା ପରେ ଚୋରି ଛେଳିକୁ ବି ଉଦ୍ଧାର କଲେ ଗ୍ରାମବାସୀ । ପରେ ବାଲିଗୁଡା ପୋଲିସକୁ ଜଣାଇବା ସହ ଦୁଇ ଚୋରକୁ ପୋଲିସ ହାତରେ ଜିମା ଦେଲେ ଗ୍ରାମବାସୀ ।
ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି, ୬ ଟି ମୋଟର ସାଇକେଲ, ୩ ଟି ମୋବାଇଲ ଏବଂ ନଗଦ ୩୫ ହଜାର ୬୭୦ ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି
ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ନିର୍ଦେଶରେ ଦଫା ୩୦୨ ଲାଗିବା ପରେ ହତାସ ହୋଇପଡ଼ିଛନ୍ତି ପ୍ରତାପ ଜେନା । କୋର୍ଟଙ୍କ ନିର୍ଦ୍ଦେଶ ପଛରେ ରାଜନୈତିକ ଚକ୍ରାନ୍ତ ଥିବା କହିଛନ୍ତି ବିଜେଡିର ପାୱାରଫୁଲ ପ୍ରତାପ । ସେ ନିର୍ଦ୍ଦୋଶ ତାଙ୍କୁ ଚକ୍ରାନ୍ତ କରି ଫସାଯାଇଥିବା ସଫେଇ ଦେଇଛନ୍ତି ପ୍ରତାପ ଜେନା ।
ଅଧିକ ପଢନ୍ତୁ : ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବଡ଼ ପ୍ରମାଣ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302, 120 ବି ଓ 506 । ଦଫା ୩୦୨ ଲାଗିବା ପରେ ଗିରଫ ନେଇ ପ୍ରତାପଙ୍କ ମନରେ ପଶିଛି କି ଛନକା ? ସେଥିପାଇଁ ହତାସ ହୋଇ ଦେଇଛନ୍ତି କି ଏପରି ବୟାନ ?