Prime Odisha @ 7 Pm
ଆସୁଛି ସମ୍ଭାବ୍ୟ ବାତ୍ୟା, ୪ ଜିଲ୍ଲାକୁ ରହିଛି ସବୁଠାରୁ ଅଧିକ ବିପଦ
ଭୁବନେଶ୍ୱର: ବାତ୍ୟାରେ ପ୍ରଭାବିତ ହେବ ଉତ୍ତର ଉପକୂଳ ଓଡିଶା । ୪ ଜିଲ୍ଲାକୁ ରହିଛି ସବୁଠାରୁ ଅଧିକ ବିପଦ । ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରପଡା ଅଧିକ ପ୍ରଭାବିତ ହୋଇପାରେ । ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତିକୁ ନେଇ ହୋଇଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ସନ୍ଧ୍ୟାରେ ଅବପତାର ରୁପ ନେବ । ଏହାପରେ ଶନିବାର ସନ୍ଧ୍ୟା ସୁଦ୍ଧା ଅବପାତ ବାତ୍ୟାର ରୁପ ନେବ । ବାତ୍ୟା ରୁପ ନେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ମେ ୧୭ ସନ୍ଧ୍ୟା ପରେ ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବରେ ଦିଗ କରିବ । ଲଘୁଚାପ ଅବପାତର ରୁପ ନେଇନଥିବାରୁ ଏହା କେଉଁଠାରେ ଲ୍ୟାଣ୍ଡ ଫଲ କରିବା ତାହା ସ୍ପଷ୍ଟ ହୋଇନାହିଁ ।
ସେପଟେ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଭିଡ ୧୯ ପାଇଁ ଆଶ୍ରୟ ସ୍ଥଳ ଗୁଡିକରେ ଲୋକଙ୍କୁ ରଖାଯାଇଥିବାରୁ ଅନ୍ୟ ଆଶ୍ରୟସ୍ଥଳ ଠାବ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ମୁକାବିଲା କରିବା ପାଇଁ ମକ ଡ୍ରିଲ ଆରମ୍ଭ କରାଯାଇଛି । ଏହାସହ ପୋଲିସ, ଏନଡିଆରଏଫ, ଅଗ୍ନିଶମ ବିଭାଗ ସହ ଆଲୋଚନା ମଧ୍ୟ ହୋଇଛି । ରାସ୍ତାଘାଟ ସଫା ଏବଂ ପାନୀୟ ଜଳ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ସେହିପରି ମାଛ ମାରିବା ପାଇଁ ଭଗୀର ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଜାରି କରାଯାଇଛି । ୧୭ ତାରିଖ ପୂର୍ବରୁ ସମୁଦ୍ରରୁ ସବୁ ମତ୍ସ୍ୟଜୀବୀଙ୍କୁ ଫେରିବାକୁ କୁହାଯାଇଛି ।Download Argus News App
