ଭଦ୍ରକ: ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା ଅମ୍ଫାନ । ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଅମ୍ପାନ ପାଇଁ ଭୟଭିତରେ ରହିଛନ୍ତି ଚାନ୍ଦବାଲି ବ୍ଲକର ଆରଡ଼ି , ସୁନ୍ଦରପୁର , ନାନ୍ଦପୁର ଓ ବୋଡ଼କ ପଂଚାୟତ ବାସୀ । ବୈତରଣୀ ନଦୀ କୂଳରେ ରହିଛି ୨୪ ଟି ଗାଁ , ଏପେଟ ମୁକୂଳା ପଡ଼ିଛି ନଦୀବନ୍ଧ । ବୈତରଣୀ ନଦୀବନ୍ଧ ଦୃବଳ ଅବସ୍ଥାରେ ରହିଥିବା ଅବସ୍ଥାରେ ମୁଆଁ ଗାଁ ନିକଟରେ ପ୍ରାୟ ୩ଶହ ଫୁଟର ନଦୀବନ୍ଦ ନଦୀ ମଧ୍ୟକୁ ଧସି ଯାଇଛି ।
ଆଗକୁ ଆସୁଛି ଅମାବାସ୍ୟ ତିଥି ଅନ୍ୟପଟେ ଆସୁଛି ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଆମ୍ପନ । ସମୁଦ୍ର ମଧ୍ୟରୁ ଯଦି ଉଚ୍ଚ ଜୁଆର ଆସେ ତେବେ ଅଣୟତ ହେବ ନଦୀକୂଳରେ ବସବାସ କରୁଥିବା ଗାଁ ଗୁଡ଼ିକ । ବାତ୍ୟା ପୂର୍ବରୁ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ଯଦିଓ ପ୍ରସାଶନ ପକ୍ଷରୁ ଉଚ୍ଚ ସ୍ଥାନକୁ ଯିବାକୁ ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି । ହେଲେ ନଦୀ କୂଳରେ ବସବାସ କରୁଥିବା ଲୋକମାନେ ଏବେ ସୁଧା ସେହି ସ୍ଥାନରେ ପଡ଼ିରହିଛନ୍ତି । ତେବେ ଏସବୁ ପରେ ମଧ୍ୟ ଆରଡ଼ି ଅଂଚଳର ୪ ଟି ପଂଚାୟତରେ ଏନ ଡ଼ି ଆର ଏଫ କିମ୍ୱା ଓଡ଼୍ରାଫ ଟିମ ମଧ୍ୟ ନିୟୋଜିତ କରାଯାଇନି ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି ।
ଅର୍ଗସ ବ୍ୟୁରୋ: ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ବସ ଝୁଲିରହିଛି । ବସଟି ଅନୁଗୁଳରୁ ଭୁନେଶ୍ୱର ଯାଉଥିଲା। ଏହି ସମୟରେ ବସଟି ବ୍ରିଜ ତଳକୁ ଖସିବାରେ ଲାଗିଲା। ଭଗବାନଙ୍କ କୃପାରୁ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ। ବସଟି ସମ୍ପୂର୍ଣ୍ଣ ଭାବରେ ନଖସି ଅଧାରେ ଝୁଲିରହିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବସରୁ ବାହାରି ଆସିଛନ୍ତି। ପରେ ସମସ୍ତେ ପହଞ୍ଚି ଗାଡିକୁ ବାହାର କରିବା ପାଇଁ ଲାଗିପଡିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନବରଙ୍ଗପୁର : ପୁଣି ଓଡିଶା ମୁହାଁ ହୋଇଛନ୍ତି ଛତିଶଗଡ଼ ହାତୀପଲ । ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ରେ ଛତିଶଗଡ଼ ଉଦନ୍ତୀ ସୀତା ଅଭାୟରଣ୍ୟ ହାତୀପଲ ଓଡ଼ିଶା ଜଙ୍ଗଲ ମଧ୍ୟକୁ ଆସି ଉପଦ୍ରବ କରିଛନ୍ତି । ନବରଙ୍ଗପୁର ଓ ଛତିଶଗଡ ସୀମାନ୍ତ କୁନ୍ଦେଇ ଏବଂ ଖଲାରୀ (ଛତିଶଗଡ) ମଝିରେ ଥିବା ଜଙ୍ଗଲରେ ଛତିଶଗଡ଼ ରୁ ୩୦ ରୁ ୪୦ ହାତୀପଲ ପସିଆସିଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ : ଗାଁ ମୁଣ୍ଡରେ ହାତୀପଲ
ହାତୀ ପଲ ପଶି ଆସିଥିବାରୁ ସ୍ଥାନୀୟ ଅଞ୍ଚଳର ମକା ଚାଷୀ ଏବଂ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି । ହାତୀପଲ ଦିନରେ ଜଙ୍ଗଲ ମଧ୍ୟରେ ରହୁଛନ୍ତି ରାତି ହେଲେ ମକା କ୍ଷେତ ମଧ୍ୟକୁ ଆସୁଛନ୍ତି ଏବଂ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ବେଳେ କୁନ୍ଦେଇ ବନ ବିଭାଗ ହାତୀପଲ ଉପରେ ନଜର ରଖିବା ସହ ଗ୍ରାମବାସୀ ଙ୍କୁ ହାତୀପଲ ର ଅତି ନିକଟତର ନ ହେବାକୁ ସଚେତନ କରୁଛନ୍ତି ।
ଅର୍ଗସ ବ୍ୟୁରୋ: ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁର । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରେସମିଟ୍ କରିବେ ଦୁଇ କେନ୍ଦ୍ରମନ୍ତ୍ରୀ । ଉତ୍କଳ ବିଶ୍ବବିଦ୍ୟାଳୟରେ ନେହରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ‘‘ମୋ ମାଟି ମୋ ଦେଶ’’ କାର୍ଯ୍ୟକ୍ରମରେ ସାମିଲ୍ ହେବେ ।
ଅପରାହ୍ନରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ୪୦ ବର୍ଷ ପୂର୍ତ୍ତି ସମାରୋହରେ ଅତିଥି ଭାବେ ଯୋଗ ଦେବେ । ଅନ୍ୟପଟେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆୟୋଜିତ ହେବାକୁ ଥିବା ଓଡ଼ିଆ ଦୈନିକ ‘ପ୍ରଜାତନ୍ତ୍ର’ର ପ୍ରଥମ ପ୍ରକାଶନର ଶତବାର୍ଷିକୀ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: